ପାତ୍ରପୁର ୨୧/୫: ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ଥଳିବାଡ, ଜରଡା ନାଇକ ସାହି,ସାମନ୍ତରାପୂର,କନ୍ଧବିଜିପୂର ଆଦି ଗ୍ରାମରେ ଅବକାରୀ ବିଭାଗ ଚଢାଉ କରିଛି । ଚଢାଉ ସମୟରେ ଜରଡା ନାଇକ ସାହିର ବିଜୟ ନାଇକ, ଦିଲ୍ଲିପ ନାଇକ, କନ୍ଧବିଜିପୂରର ଦ୍ରୌପଦୀ ଦଳେଇ ଓ ଥଳିବାଡ଼ ଗ୍ରାମର ରଇବାରି ଶବରଙ୍କ ଠାରୁ ମୋଟ ୧୪୮ ଲିଟର ଅପମିଶ୍ରିତ ଦେଶୀ ଚୋରା ମଦ ଜବତ କରାଯାଇଛି। ଘଟଣା ସ୍ଥଳରୁ ଏମାନଙ୍କୁ ଗିରଫ କରାଯାଇ ପାତ୍ରପୁର JMFC ଙ୍କ କୋର୍ଟଙ୍କୁ ଫରଓ୍ବାର୍ଡ କରାଯାଇଛି। ତେବେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବ୍ରହ୍ମପୁର କାରାଗାରକୁ ପଠାଇ ଦିଆଯାଇଛି। ଏହି ଚଢ଼ାଉରେ ଚିକିଟି ଅବକାରୀ ଥାନା ଅଧିକାରୀ ଶ୍ରୀ ସଞ୍ଜୟ କୁମାର ଭୁକ୍ତା, ଏ ଏସ ଆଇ ଆର୍. ଲକ୍ଷ୍ମୀ ରେଡ୍ଡୀ, ବସନ୍ତ କୁମାର ମଲ୍ଲିକ, ଅବକାରୀ କର୍ମଚାରୀ ସାହେବ ଶବର, ହର ପ୍ରସାଦ ମଲ୍ଲିକ, ବଳରାମ ପାତ୍ର, ପ୍ରଫୁଲ୍ଲ କୁମାର ବେହେରା, ଅଂଶୁମାନ ପରିଡ଼ା ଏବଂ ଗୋଳନ୍ଥରା ଅବକାରୀ କର୍ମଚାରୀ ଜି. କ୍ରୀଷ୍ଣା ରାଓ, ରିଙ୍କୁନ ପ୍ରଧାନ,ସୁଚିତା ଡୁଙ୍ଗ ଡୁଙ୍ଗ ପ୍ରମୁଖ ସାମିଲ ଥିଲେ।

କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ 'ଟିମ୍-୧୪୦'କୁ ତାଲ...