ବାରିପଦା,୧୫/୬ : ରଜ ପର୍ବରେ ବଡ଼ ଅଘଟଣ l ଶିମିଳିପାଳ ପାଦ ଦେଶ ଲୁଲୁଙ୍ଗସ୍ଥିତ ଝରଣାରେ ଗାଧଉଥିବାବେଳେ ପାଣିରେ ବୁଡ଼ି ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ । ସୂଚନା ଅନୁଯାୟୀ ରଜରେ ବଣଭୋଜି କରିବା ପାଇଁ ୭ଜଣ ସାଙ୍ଗ ଲୁଲୁଙ୍ଗ ଯାଇଥିଲେ। ଝରଣାରେ ଗାଧଉଥିବା ସମୟରେ କୌଣସି କାରଣ ବଶତଃ ପାଣି ଭିତରକୁ ଚାଲିଯାଇଥିଲେ। ଦୁଇ ଜଣ ଯୁବକ l
ତେବେ ପାଣି ଭିତରେ ସେମାନଙ୍କ ଜୀବନ ଚାଲିଯିବା ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଶଵ ଉଦ୍ଧାର କରିଥିଲା । ମୃତ ଯୁବକମାନେ ବାରିପଦା ଓ୍ବାର୍ଡ ନମ୍ବର ୨୧ ପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳର ଅଙ୍କିତ କୁମାର ଭୂଜବଳ (୨୦) ଏବଂ ରଘୁନାଥପୁର ଅଞ୍ଚଳର ଅଂଶୁଷ୍ମାନ ନାଏକ (୨୦) ବୋଲି ଜଣାପଡିଛି ।