ପ୍ରମୂଖ ଖବର
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ଜନଗଣନା ନେଇ ଆଜି ପ୍ରକାଶ ପାଇବ ଗେଜେଟ ବିଜ୍ଞପ୍ତି, ପ୍ରଥମ ଥର ସାମିଲ ହେବ ଜାତି ଭିତିକ ଜନଗଣନା
  • ||
  • ମେଗା ନିଯୁକ୍ତି ମେଳା: ଆଜି ୯୬୪ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ଷୋଡ଼ଶ ଜନଗଣନାର ପ୍ରସ୍ତୁତି ସମୀକ୍ଷା କଲେ ଶାହ, ଆଜି ଆସିବ ଜନଗଣନା ଗେଜେଟ ବିଜ୍ଞପ୍ତି
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ବର୍ଷାରେ ଫିକା ପଡ଼ିଲା ରଜ ସଂକ୍ରାନ୍ତି, ବେଳାଭୂମି ଖାଁ ଖାଁ

Published By : Gurupada Nath | June 15, 2025 11:31 PM

ଗୋପାଳପୁର,୧୫/୬ : ପ୍ରତ୍ୟେକ ବର୍ଷ ରଜ ସଂକ୍ରାନ୍ତିରେ ଗୋପାଳପୁର ବେଳାଭୂମିରେ ଅଧିକ ଲୋକଙ୍କ ଭିଡ଼ ପରିଲକ୍ଷିତ ହେଉଥିବାବେଳେ ଆଜି ସନ୍ଧ୍ୟାରେ ବର୍ଷା ଲାଗି ରହିଥିବାରୁ ବେଳାଭୂମିରେ ବହୁ କମ୍ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ଓଡ଼ିଆ ପର୍ବ ପର୍ବାଣି ମଧ୍ୟରୁ ରଜ ପର୍ବକୁ ଓଡ଼ିଆ ଘର ଝିଅ, ବୋହୂମାନେ ନିଆରା ଢ଼ଙ୍ଗରେ ପାଳନ କରିଥାନ୍ତି। ଏହି ରଜପର୍ବକୁ ତିନି ଦିନ ଧରି ପାଳନ କରାଯାଇଥାଏ।

ଏହି ଦିନମାନଙ୍କରେ ଘରର ଝିଅ ଓ ବୋହୂମାନେ ନୂତନ ବସ୍ତ୍ର ପିନ୍ଧିବା କରିବା ସହ ସାଙ୍ଗ ସାଥୀଙ୍କ ସହ ଘରକୁ ଘର ବୁଲି ରଜ ଦୋଳି ଖେଳିଥାନ୍ତି। ଏହି ଦିନମାନଙ୍କରେ ପ୍ରତ୍ୟେକ ଘରେ ବିଭିନ୍ନ ପ୍ରକାର ପିଠାପଣା ହୋଇଥାଏ। ଏହି ପର୍ବର ମୁଖ୍ୟ ଆକର୍ଷଣ ହୋଇଥାଏ ‘ରଜ ପାନ’ଯାହାକି ସମସ୍ତେ ଖାଇବାକୁ ଭଲ ପାଆନ୍ତି। ଆଜି ଥିଲା ଦ୍ବିତୀୟ ରଜ ତଥା ରଜ ସଂକ୍ରାନ୍ତି ତେଣୁ ଗୋପାଳପୁର ସମେତ ଆଖପାଖ ଅଞ୍ଚଳର ଝିଅ, ବୋହୂମାନେ ସକାଳୁ ନୂତନ ବସ୍ତ୍ର ପରିଧାନ କରି ସାଙ୍ଗସାଥୀଙ୍କ ସହ ଦୋଳି ଖେଳି ମୋଜ ମୋଜଲିସ୍ କରିଥିଲେ। ତା‘ସହ ‌ଘରେ ତିଆରି ହୋଇଥିବା ପୋଡ଼ପିଠା, ଆରିସା, କାକରା ସାଙ୍ଗକୁ ରଜ ପାନର ମଜା ନେଇଥିଲେ।

ପରେ ସନ୍ଧ୍ୟାରେ ନିଜ ପରିବାର ସହ ଗୋପାଳପୁର ବେଳାଭୂମୀ ମୁହାଁ ହୋଇଥିଲେ। କିନ୍ତୁ ବର୍ଷା ଜାରୀ ରହିଥିବାରୁ ବୁଲିବାକୁ ଆସିଥିବା ଲୋକଙ୍କ ମନ ଫିକା ପଡିଯାଇଥିଲା । ତଥାପି କିଛି କିଛି ଲୋକେ ନିଜ ନିଜ ମୋବାଇଲରୁ ସେଲ୍ପି ନେଉଥିବା ବେଳେ କିଛି ଲୋକେ ସମୁଦ୍ରରେ ଗାଧୋଇ ମଜା ନେଉଥିଲେ। ବର୍ଷା ହେତୁ ବେଳାଭୂମିରେ ସମସ୍ତ ଉଠା ‌ଦୋକନୀ ଓ ଫାଷ୍ଟପୁଡ୍ ଦୋକାନରେ ମାନଙ୍କରେ କମ ଭିଡ଼ ରହିଥିବା ଦେଖିବାକୁ ମିଳିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.