ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ବିଷାକ୍ତ ମଦ ମୃତ୍ୟୁ ଅଭିଯୋଗ, ଘର ଭିତରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

Published By : Rasmita Pradhan | June 16, 2025 9:39 AM

ଜଗତସିଂହପୁର, ୧୬/୦୬ : ଘର ଭିତରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଜିରା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ଉକ୍ତ ଗ୍ରାମର ରାଜେନ୍ଦ୍ର ନାୟକ (୪୭ ବର୍ଷ) ବୋଲି ଜଣାପଡ଼ିଛି। 

ସୂଚନାନୁଯାୟୀ, ଜିରା ଗ୍ରାମର ରାଜେନ୍ଦ୍ର ନାୟକ ବିବାହିତ ହୋଇଥିବା ସତ୍ତ୍ଵେ ତାଙ୍କର ଜଣେ ଅବିବାହିତ ଭାଇଙ୍କ ସହ ରହୁଥିଲେ। ରବିବାର ଠାରୁ ସେ ଘରୁ ବାହାରି ନଥିଲେ। ସନ୍ଦେହ ହେବାରୁ ଆଖପାଖ ଲୋକ ଘରକୁ ଯାଇ ରାଜେନ୍ଦ୍ରଙ୍କ ନିସ୍ତେଜ ଶରୀର ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ରଘୁନାଥପୁର ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

ବିଷାକ୍ତ ମଦ ପାଇଁ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ଜିରା ଅଞ୍ଚଳରେ ବହୁଳ ଭାବେ ଚୋରା ମଦ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ନିକଟରେ ତିର୍ତୋଲ ସିରସ୍ତାରେ ବିଷାକ୍ତ ମଦ ଯୋଗୁଁ ଦୁଇ ଜଣଙ୍କ ଅକାଳ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ହେଲେ ଏଦିଗରେ ସେଭଳି ଖୋଳତାଡ଼ ହୋଇନଥିଲା। ଅନୁରୂପ ଭାବେ କୁଜଙ୍ଗରୁ ଅପମିଶ୍ରିତ ନକଲି ମଦ ଜବତ ହୋଇଥିଲା। ଏକ୍ଷେତ୍ରରେ ବି ତଦନ୍ତ ବାଟବଣା ରହିଥିଲା। ବର୍ତ୍ତମାନ ସମୟରେ ଜିଲ୍ଲାରେ ସ୍ଥାୟୀ ଅବକାରୀ ଅଧିକ୍ଷକ କେହିନଥିବାରୁ ତଦନ୍ତ ବାଟବଣା ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.