ଭୁବନ, ୧୬/୬ : ପାରିବାରିକ କଳହର କରୁଣ ପରିଣତି। ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବାଲିବୋ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଗ୍ରାମର ଅଭିରାମ ସ୍ବାଇଁ।
ସୂଚନାନୁଯାୟୀ, ବାଲିବୋ ଗ୍ରାମର ଅଭିରାମ ସ୍ବାଇଁ ଗତକାଲି ରାତିରେ ପିଠାପଣାକୁ ନେଇ ଘରେ ଝଗଡ଼ା କରିଥିଲା । ଆଜି ସକାଳେ ଅଭିରାମ ଘର ପଛପଟ ଗାଇ ଗୁହାଳରେ ବେକରେ ରଶି ଲଗାଇ ଝୁଲିପଡିଥିବା ଦେଖିବାକୁ ମିଳିଥିଲା । ପରିବାର ଲୋକେ ଅଭିରାମଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ଭୁବନ ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି।