ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଜ୍ୱରରେ ପୀଡ଼ିତ ଶ୍ରୀଜିଉଙ୍କ ଚାଲିଛି ଗୋପନ ଉପଚାର, ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ

Published By : Prameya | June 16, 2025 8:10 AM

ପୁରୀ, ୧୬/୦୬: ଅସୁସ୍ଥ ଠାକୁରେ ବଡ଼ଦେଉଳ ଅଣସର ପିଣ୍ଡିରେ ବିଜେ ।  ସେଠାରେ ଚାଲିଛି ଶ୍ରୀବିଗ୍ରହଙ୍କ ଗୁପ୍ତ  ପୂଜା । ମହାପ୍ରଭୁଙ୍କ ୧୫ ଦିନର ଅନନ୍ୟ ମାନବୀୟ ଲୀଳା । ସୋମବାର ଠାକୁରଙ୍କ  ଫୁଲୁରୀ ତେଲ ଶ୍ରୀମନ୍ଦିରକୁ ବିଜେ  ହେବ । ବଡ଼ଓଡ଼ିଆ ମଠରୁ ଫୁଲୁରୀ ତେଲ ଆସିବାର ଶ୍ରୀମନ୍ଦିର ପରମ୍ପରା ରହିଛି ।  ଏଣୁ ସମସ୍ତ ପ୍ରସ୍ତୁତି ସାରି ଶ୍ରୀମନ୍ଦିରରୁ ଡାକରାକୁ ଅପେକ୍ଷା କରିଛନ୍ତି ବଡ଼ଓଡ଼ିଆ  ମଠ ମହନ୍ତ ଅଧିକାରୀ ବଂଶୀଧର  ଦାସ ଗୋସ୍ୱାମୀ । ଜ୍ୱର ହେବାରେ ସ୍ନାନ ବସ୍ତ୍ର ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରୁ ଫିଟିଲା ।  ଶ୍ରୀଅଙ୍ଗରେ ଲାଗି ହୋଇଥିବା ଚନ୍ଦନ ଓ  କରାଳ ବାହାରିଛି । ଆଗକୁ ଫୁଲରୀ ତେଲ  ଲାଗି ହୋଇ ଠାକୁରେ ଉପଶମ ଲଭିବେ ।  

ବଡ଼ଓଡ଼ିଆ ମଠ ମହନ୍ତ ଅଧିକାରୀ  ବଂଶୀଧର ଦାସ ଗୋସ୍ୱାମୀ କୁହନ୍ତି  ଠାକୁରଙ୍କ କୃପା ରହିଛି । ଏଣୁ ଫୁଲୁରୀ  ତେଲ ପ୍ରସ୍ତୁତିରେ କୌଣସି ସମସ୍ୟା  ହୋଇନାହିଁ । ଠାକୁରଙ୍କ ଫୁଲୁରୀ ତେଲ  ପ୍ରସ୍ତୁତ ହୋଇ ରହିଛି । ମଧ୍ୟାହ୍ନ ଧୂପ  ସରିଲେ ଶ୍ରୀମନ୍ଦିରରୁ ଡାକରା ମଠରେ  ପହଞ୍ଚିବ । ସେତେବେଳକୁ ତେଲ  ପ୍ରସ୍ତୁତ କରି ରଖିଥିବେ ମହନ୍ତ ।  ଏହାପରେ ମଠାଧୀନ ସେବାକାରୀ  ଅତ୍ୟନ୍ତ ଶୁଦ୍ଧପୂତ ଭାବେ ଫୁଲୁରୀ  ତେଲ ନେଇ ଶ୍ରୀମନ୍ଦିରରେ ପହଞ୍ଚିବେ । ସନ୍ଧ୍ୟାରେ ପ୍ରାୟ ବଟଗଣେଷଙ୍କ ମନ୍ଦିର  ନିକଟ ସର ଘର ରହିଛି । ସେହିଠାରେ  ଦେଉଳକରଣ ଓ ନୀତି କମାଣ୍ଡର ମହନ୍ତଙ୍କଠାରୁ ତେଲ ସଂଗ୍ରହ କରିଥାନ୍ତି ।  ଗତବର୍ଷ ହେରାପଞ୍ଚମୀରୁ ବିଭିନ୍ନ ଦ୍ରବ୍ୟ  ପଡ଼ି ରାଶି ତେଲ ମାଟିରେ ପୋତା  ହୋଇଥିଲା। କାଳକ୍ରମେ ବିଭିନ୍ନ  ଋତୁରେ ମିଳୁଥିବା ଅଲଗା ଉପାଦାନ  ସେଥିରେ ପଡ଼ିଲା । ମୋଟ ୨୪ ପ୍ରକାର  ଉପାଦାନରେ ଶ୍ରୀବିଗ୍ରହଙ୍କ ଫୁଲୁରୀ ତେଲ  ପ୍ରସ୍ତୁତ ହୋଇଥାଏ । 

ହେରାପଞ୍ଚମୀରେ ମହାପ୍ରଭୁଙ୍କ  ମଧ୍ୟାହ୍ନଧୂପ ସରିଲେ ସନ୍ଧ୍ୟା କାଳରେ  ବଡ଼ ଓଡ଼ିଆ ମଠ ମହନ୍ତ ଓ ତାଙ୍କ ସାହାଯ୍ୟକାରୀ କିମ୍ବା ଉତ୍ତରାଧିକାରୀ ତେଲ ପ୍ରସ୍ତୁତି ଆରମ୍ଭ କରନ୍ତି । ମଠ  ପରିସରରେ ସ୍ୱତନ୍ତ୍ର ତେଲ ବାଡ଼ି ମଧ୍ୟ  ରହିଛି । ନିରୋଳା ସ୍ଥାନ ଖୋଜି ଏକ  ନିର୍ଦ୍ଦିଷ୍ଟ ଜାଗାରେ ମାଟି ଖୋଳା ହୋଇ  ପ୍ରସ୍ତୁତ ଥାଏ । ମାଟି ହାଣ୍ଡିରେ ଘଣା  ପେଡ଼ା ରାଶି ତେଲ ସହ ବିଭିନ୍ନ ଦ୍ରବ୍ୟ  ମିଶାଯାଇ ପୋତା ଯାଏ । ସେଥିରେ ଋତୁ ଅନୁସାରେ ମିଳୁଥିବା ବିଭିନ୍ନ ସୁବାସିତ  ପୁଷ୍ପ ଓ ଚେରମୂଳି ପକାଯାଏ । ସେହି  ଦିନଠାରୁ ତେଲ ରହିବା ସ୍ଥାନରେ ଫୁଲ  ପାଣି ଦିଆଯାଏ । ସ୍ନାନପୂର୍ଣ୍ଣମୀ ପୂର୍ବ  ଦିନ ଠାକୁରଙ୍କ ମଧ୍ୟାହ୍ନଧୂପ ସରିଲେ  ସନ୍ଧ୍ୟାରେ ପ୍ରାୟ ପୋତା ସ୍ଥାନରୁ ବାହାରି  ଏକ ନିର୍ଦ୍ଦିଷ୍ଟ କୋଠରୀରେ ମୁଦ ଦିଆଯାଇ ଉକ୍ତ ତେଲ ରଖାଯାଏ । ଉକ୍ତ ତେଲକୁ  ଛଣା ଯାଇ ମାଟି ପାତ୍ରରେ ସଜଡ଼ା ହୋଇ  ରହିଥିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ  ଡ଼ାକରା ଆସିଲା ପରେ ଫୁଲୁରୀ ତେଲ  ଠାକୁରଙ୍କ ସେବା ପାଇଁ ଶ୍ରୀମନ୍ଦିରକୁ  ବିଜେ କରିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.