ସଇଁତଳା, ୧୬/୬ : ବଲାଙ୍ଗୀର ଜିଲ୍ଲା ସଇଁତଳା ବାଳିକା ହାଇସ୍କୁଲ ସାମ୍ନାରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଥିବା ନଳକୂପକୁ ଜଣେ ବ୍ୟକ୍ତି ଦୀର୍ଘଦିନ ହେବ ପୋତି ଦେଇଥିଲେ। ଏନେଇ ପ୍ରମେୟରେ ଖବର ପ୍ରକାଶ ପରେ ବ୍ଲକ ପ୍ରଶାସନ ରବିବାର ନଳକୂପକୁ ସଜାଡ଼ିଥିବା ଦେଖିବାକୁ ମିଳିଛି।
ପ୍ରକାଶ ଥାଉକି, ସଇଁତଳାରୁ ଟିକ୍ରାପଡ଼ା ରାସ୍ତା, ବ୍ଲକ ଅଫିସ୍, ଡାକ୍ତରଖାନା, କଲେଜକୁ ସଂଯୋଗ କରୁଥିବା ରାସ୍ତା ଉପରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟ ସାମ୍ନାରେ ସରକାରୀ ଜମିରେ ଏକ ନଳକୂପ ଖନନ କରାଯାଇଥିଲା। ଏହି ନଳକୂପରୁ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ବାଟୋଇ ପାଣି ପିଇ ଶୋଷ ମେଣ୍ଟାଉଥିଲେ। ହେଲେ କିଛି ଦିନ ହେବ ଉକ୍ତ ନଳକୂପକୁ ଜଣେ ବ୍ୟକ୍ତି ବାଲି ଗଦାଇ ପୋତି ଦେଇଥିଲେ। ଫଳରେ ନଳକୂପଟି ବ୍ୟବହାର ଉପଯୋଗୀ ହୋଇପାରୁ ନଥିଲା। ଏନେଇ ପ୍ରମେୟରେ ଖବର ପ୍ରକାଶ ପରେ ବ୍ଲକ ପ୍ରଶାସନ ରବିବାର ଉକ୍ତ ନଳକୂପକୁ ସଜାଡ଼ିଥିବା ଦେଖିବାକୁ ମିଳିଛି।