ଭୁବନେଶ୍ୱର ୧୯/୦୬: ଓଡ଼ିଶା ଆସିବେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଆସନ୍ତା ଜୁଲାଇ ୯ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ରାହୁଲଙ୍କ ସହ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡଗେ ମଧ୍ୟ ଓଡ଼ିଶା ଆସିବା ନେଇ କାର୍ଯ୍ୟକ୍ରମ ରହିଛି ।
ଓଡ଼ିଶା ଗସ୍ତରେ ଆସି ରାହୁଲ ଗାନ୍ଧୀ ରାଜଧାନୀ ଭୁବନେଶ୍ବରରେ ବିଶାଳ ସମାବେଶ କରିବେ । ମହିଳା ବିରୋଧୀ ହିଂସା କାର୍ଯ୍ୟକ୍ରମରେ ଯୋଗ ଦେବେ । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ନାରୀ ଅସୁରକ୍ଷିତ ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ।
ସେପଟେ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ପିସିସି ସଭାପତି ଭକ୍ତ ଚରଣ ଦାସ ଓ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ ଓ ଅନ୍ୟ ନେତୃବୃନ୍ଦ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ରାହୁଲ ଗାନ୍ଧୀଙ୍କ ଉନ୍ନତି କାମନା କରିଥିଲେ । ଏଥିସହ ସେ ସୁସ୍ଥ ଏବଂ ଆରୋଗ୍ୟ ରହିଲେ ଦେଶର ଉନ୍ନତି ପାଇଁ ଆହୁରି ଲଢିବେ ବୋଲି ଭକ୍ତ ଚରଣ ଦାସ କହିଥିଲେ ।