ପ୍ରମୂଖ ଖବର
  • ଯୁବକଙ୍କ ହାତଗୋଡ ବାନ୍ଧି ଭୋଗରାଇ ଥାନାରେ ନିର୍ଯାତନା ଦେବା ଘଟଣା, ଆଇଆଇସି ନିଲମ୍ବିତ
  • ||
  • ବାସୁଦେବପୁର : ଖେଳୁଥିବା ବେଳେ ପୋଖରୀରେ ପଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ଜନତା ମଇଦାନରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମାରୋହ, ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
  • ||
  • ରାଉରକେଲା : ୨ କାର୍‌ ସହ ବିପୁଳ ନକଲି ବିଦେଶୀ ମଦ ଜବତ, ଦୁଇ ମାଫିଆ ସହ ଚାଲାଣକାରୀ ଗିରଫ
  • ||
  • ରାଉରକେଲା : ଲଗାଣ ବର୍ଷାରେ ବେହାଲ ଇସ୍ପାତ ସହର, ଘରେ ଘରେ ପଶିଲା ପାଣି
  • ||
  • କନ୍ଧମାଳ : ସରକାରୀ ଟଙ୍କା ଆତ୍ମସାତ କରିବା ପଡ଼ିଲା ମହଙ୍ଗା, ପୂର୍ବତନ ପିଇଓ ଅକ୍ରୁର ମାଝୀ ଗିରଫ
  • ||
  • କେନ୍ଦୁଝର : ଘର ଭାଙ୍ଗି ପରିବା ଚାଷ ନଷ୍ଟ କଲେ ହାତୀ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଜାପାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ
  • ||
  • ଶୁକ୍ରବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ: ଆଜି ହେବ କାରକେଡ୍‌ ରିହର୍ସାଲ, ଜଗିବେ ୧୩୩ ପ୍ଲାଟୁନ୍‌ ଫୋର୍ସ
  • ||
  • ଅପରେସନ୍ ସିନ୍ଧୁ: ଇରାନରୁ ସ୍ବଦେଶ ଫେରିଲେ ୧୧୦ ଜଣ ଭାରତୀୟ, ଆର୍ମେନିଆ ଦେଇ ସୁରକ୍ଷିତ ଭାବରେ ଫେରିଲେ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ୍, ୨୦ରୁ ଅଧିକ ସ୍ଥାନରେ ଚଢାଉ
  • ||
  • ଘନୀଭୂତ ହେଉଛି ଲଘୁଚାପ: ଆଜି ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, କାଲି ୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଶୁକ୍ରବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ: ଆଜି ହେବ କାରକେଡ୍‌ ରିହର୍ସାଲ, ଜଗିବେ ୧୩୩ ପ୍ଲାଟୁନ୍‌ ଫୋର୍ସ

Published By : Prameya | June 19, 2025 9:06 AM

ଭୁବନେଶ୍ୱର, ୧୯/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ପାଇଁ ସୁରକ୍ଷା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏସ୍‌ପିଜି (ସ୍ପେସାଲ ପ୍ରୋଟେକ୍ସନ ଗ୍ରୁପ୍‌) କମାଣ୍ଡୋଙ୍କ ସହ ମିଶି ବ୍ଲୁ ବୁକ୍‌ ଅନୁସାରେ କମିଶନରେଟ୍‌ ପୁଲିସ ସୁରକ୍ଷାର ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛି । ମୋଦିଙ୍କ ରୋଡ୍‌ ସୋ’ ରୁଟ୍‌ ଓ ଜନତା ମଇଦାନ ସମାରୋହ ସ୍ଥଳରେ ପ୍ରାୟ ୧୩୩ ପ୍ଲାଟୁନ୍‌ ପୁଲିସ ଫୋର୍ସ ଜଗିବେ। ଆଜି ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌ ରିହର୍ସାଲ କରାଯିବ । ୨୦ ତାରିଖ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏ ପ୍ରାୟ ୩ ଘଣ୍ଟା ବିମାନବନ୍ଦରରୁ ଏଜି ଛକ, ରାଜଭବନ ଗୋଲେଇ, ଜୟଦେବ ବିହାର ଓ ଜାଭିୟର  ଛକ ରାସ୍ତା ବନ୍ଦ ରହିବ ।  

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇବି ଖୁରାନିଆ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ବୁଧବାର ସମାରୋହ ସ୍ଥଳରେ ସୁରକ୍ଷା ସ୍ଥିତିର ତଦାରଖ କରିଥିଲେ । ଏସ୍‌ପିଜି ଟିମ୍‌ ମଧ୍ୟ ସମାରୋହ ସ୍ଥଳରେ ଉପସ୍ଥିତ ଥିଲା । ରୋଡ୍‌ ସୋ’ ସୁରକ୍ଷା ବ୍ୟବସ୍ଥା ନେଇ ଏସ୍‌ପିଜି ଅଧିକାରୀମାନେ  ଡିଆଇଜି (ଏସ୍‌ଟିଏଫ୍‌) ପିନାକ ମିଶ୍ରଙ୍କ  ସହ ଆଲୋଚନା କରିଛନ୍ତି ।  

ପୁଲିସ କମିଶନର ଏସ୍‌ ଦେବଦତ୍ତ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ ପାଇଁ ବିମାନବନ୍ଦରରୁ ଜୟଦେବ ବିହାର ଓ ଜନତା ମଇଦାନ ରାସ୍ତାରେ ପୁଲିସ ଛାଉଣି ହେବ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷିତ ଗସ୍ତ ନେଇ ଏସ୍‌ପିଜି ଅଧିକାରୀଙ୍କ ସହ ଗତକାଲିଠୁ ବିଚାରବିମର୍ଶ ଚାଲିଛି । ଜନତା ମଇଦାନର  କାର୍ଯ୍ୟକ୍ରମ ସ୍ଥଳକୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଓ ସୁରକ୍ଷିତ ସମାରୋହ ପାଇଁ ୩୩ଜଣ ଏଡିସିପି, ୯୩ଜଣ ଏସିପି, ୧୦୬ଜଣ  ଇନ୍ସପେକ୍ଟର, ୪୫୦ଜଣ ସବ୍‌ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର ପାହ୍ୟା ଅଧିକାରୀ ମୁତୟନ ହେବେ । ମୋଦିଙ୍କ ରୋଡ୍‌ ସୋ ବେଳେ ଟ୍ରାଫିକ୍‌  ପରିଚାଳନାକୁ ଗୁରୁତ୍ୱ ଦେଉଛି କମିଶନରେଟ୍‌ ପୁଲିସ । ୨୪ ପ୍ଲାଟୁନ୍‌ ଫୋର୍ସ ଟ୍ରାଫିକ୍‌ ପରିଚାଳନା ପାଇଁ ସଜାଗ ରହିବେ । ଏହି ରୁଟ୍‌ରେ ପଡୁଥିବା ୯୨ଟି ଲେନ୍‌ ଓ ବାଇଲେନ୍‌କୁ  ବ୍ଲକ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି । ଜନତା  ମଇଦାନର ସଭାସ୍ଥଳକୁ ନୋ ଫ୍ଲାଇଙ୍ଗ୍‌ ଜୋନ୍‌ ଘୋଷଣା କରାଯାଇଛି । କେହି ଡ୍ରୋନ୍‌ ଉଡ଼ାଇଲେ ଗୁଳି କରି ଖସାଇ ଦିଆଯିବ । ବିମାନବନ୍ଦରରୁ ଏଜି ଛକ, ରାଜଭବନ, ଜୟଦେବ ବିହାର, ଜନତା  ମଇଦାନ ରାସ୍ତାର ୨ ପାଶ୍ୱର୍ରେ ପଡୁଥିବା ସପିଂ ମଲ୍‌, ଉଚ୍ଚ ଅଟାଳିକାଗୁଡିକୁ ଯାଞ୍ଚ କରାଯାଇଛି । ଏସ୍‌ପିଜି କମାଣ୍ଡୋମାନେ ବାଇନାକୁଲାର ଯୋଗେ ସମ୍ବେଦନଶୀଳ ପଏଣ୍ଟ ଚିହ୍ନଟ କରିଛନ୍ତି । ସନ୍ଧାନୀ କୁକୁର ଓ ବୋମା ଚିହ୍ନଟକାରୀ ଯନ୍ତ୍ର ଯୋଗେ ସମାରୋହସ୍ଥଳକୁ ତନ୍ନତନ୍ନ  କରି ଯାଞ୍ଚ କରାଯାଇଛି । 

ଆଜିଠୁ ଜନତା ମଇଦାନରେ ସାଧାରଣ ବ୍ୟକ୍ତିଙ୍କ ପ୍ରବେଶକୁ ନିଷେଧ କରାଯିବ । ସହରରେ ଆତଙ୍କୀ ଗତିବିଧି ଉପରେ ମଧ୍ୟ ନଜର ରଖାଯାଇଛି । ଡିସିପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶକ୍ରମେ ପ୍ରତି ଥାନାର ପୁଲିସ ସବୁ ହୋଟେଲ, ଲଜରେ ଯାଞ୍ଚ କରୁଛନ୍ତି । ରାତ୍ରିକାଳୀନ ପାଟ୍ରୋଲିଂକୁ  ମଧ୍ୟ କଡ଼ାକଡ଼ି କରାଯାଇଛି ।

ବୁଧବାର  ସମାରୋହ ସ୍ଥଳରେ ଆୟୋଜିତ ସୁରକ୍ଷା ସମୀକ୍ଷା ବୈଠକରେ ପୁଲିସ କମିଶନରଙ୍କ ସହ ଅତିରିକ୍ତ ପୁଲିସ କମିଶନର ନରସିଂହ ଭୋଳ, ଆଇଜି ଅନୁପ ସାହୁ,  ଡିଆଇଜି ଚରଣ ସିଂ ମୀନା, ଡିଆଇଜି  ଯୁଗଳ କିଶୋର ବନୋଥ, ଖୋର୍ଦ୍ଧା ଏସ୍‌ପି  ସାଗରିକା ନାଥ ଉପସ୍ଥିତ ଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.