ପୁରୀ,୧୯/୦୬: ମହାପ୍ରଭୁଙ୍କ ରତ୍ନସିଂହାସନ ପାର୍ଶ୍ୱରେ ଅହରହ ଜଳେ ଅଖଣ୍ଡ ଦୀପ । ୪ଗୋଟି ପିତ୍ତଳ ରୁଖାରେ ଦୀପ ଜଳୁଥାଏ । ଅନବସର ସମୟରେ ଠାକୁରେ ରତ୍ନସିଂହାସନରେ ଅଧିଷ୍ଠିତ ନଥାନ୍ତି । ଏଣୁ ଉକ୍ତ ୪ଗୋଟି ରୁଖାକୁ ଦୋଳବେଦି ପରିସରରେ ସଫା କରାଯାଉଛି । ବଡ଼ବାଡ଼ର ମୁଖ୍ୟ କମାର ସେବକ ଜଗନ୍ନାଥ ମହାରଣା ରୁଖା ସଫା କରିଛନ୍ତି । ନୀଳାଦ୍ରି ବିଜେ ପୂର୍ବରୁ ପୁନଃ ଉକ୍ତ ରୁଖା ସବୁ ରତ୍ନସିଂହାସନ ନିକଟରେ ଶୋଭା ପାଇବ । ଏଣୁ ଠାକୁରଙ୍କ ଅଖଣ୍ଡ ରୁଖା ପୁରା ନୂଆଭଳି ପ୍ରସ୍ତୁତ କରାଯାଉଛି ।

ଲାଲୁଙ୍କ ପରିବାରର ବିବାଦ ଏବେ ଯିବ ସୁପ୍ରିମକୋର୍ଟ !...