ପ୍ରମୂଖ ଖବର
  • ଯୁବକଙ୍କ ହାତଗୋଡ ବାନ୍ଧି ଭୋଗରାଇ ଥାନାରେ ନିର୍ଯାତନା ଦେବା ଘଟଣା, ଆଇଆଇସି ନିଲମ୍ବିତ
  • ||
  • ବାସୁଦେବପୁର : ଖେଳୁଥିବା ବେଳେ ପୋଖରୀରେ ପଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ଜନତା ମଇଦାନରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମାରୋହ, ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
  • ||
  • ରାଉରକେଲା : ୨ କାର୍‌ ସହ ବିପୁଳ ନକଲି ବିଦେଶୀ ମଦ ଜବତ, ଦୁଇ ମାଫିଆ ସହ ଚାଲାଣକାରୀ ଗିରଫ
  • ||
  • ରାଉରକେଲା : ଲଗାଣ ବର୍ଷାରେ ବେହାଲ ଇସ୍ପାତ ସହର, ଘରେ ଘରେ ପଶିଲା ପାଣି
  • ||
  • କନ୍ଧମାଳ : ସରକାରୀ ଟଙ୍କା ଆତ୍ମସାତ କରିବା ପଡ଼ିଲା ମହଙ୍ଗା, ପୂର୍ବତନ ପିଇଓ ଅକ୍ରୁର ମାଝୀ ଗିରଫ
  • ||
  • କେନ୍ଦୁଝର : ଘର ଭାଙ୍ଗି ପରିବା ଚାଷ ନଷ୍ଟ କଲେ ହାତୀ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଜାପାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ
  • ||
  • ଶୁକ୍ରବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ: ଆଜି ହେବ କାରକେଡ୍‌ ରିହର୍ସାଲ, ଜଗିବେ ୧୩୩ ପ୍ଲାଟୁନ୍‌ ଫୋର୍ସ
  • ||
  • ଅପରେସନ୍ ସିନ୍ଧୁ: ଇରାନରୁ ସ୍ବଦେଶ ଫେରିଲେ ୧୧୦ ଜଣ ଭାରତୀୟ, ଆର୍ମେନିଆ ଦେଇ ସୁରକ୍ଷିତ ଭାବରେ ଫେରିଲେ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ୍, ୨୦ରୁ ଅଧିକ ସ୍ଥାନରେ ଚଢାଉ
  • ||
  • ଘନୀଭୂତ ହେଉଛି ଲଘୁଚାପ: ଆଜି ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, କାଲି ୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଅନବସର ନୀତି: ମହୌଷଧି ପ୍ରସ୍ତୁତ କରୁଛନ୍ତି ବୈଦ୍ୟ, ଦଶମୀ ତିଥିରେ ଲାଗି ହେବ ଦଶମୂଳ ମୋଦକ

Published By : Prameya | June 19, 2025 10:09 AM

ପୁରୀ,୧୯/୦୬: : ଶ୍ରୀମନ୍ଦିରରେ ଅନବସରର ନୀତି । ଅଣସର ପିଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ପୂଜା  ଅନୁଷ୍ଠିତ ହେଉଛି । ଦଇତାପତିଙ୍କ ସେବା ଯତ୍ନରେ ଆରୋଗ୍ୟ ଲାଭ  କରୁଛନ୍ତି ମହାପ୍ରଭୁ । ଏବେ ଜାରି ରହିଛି ଓଷ ଲାଗି । ଦଶମୀ  ତିଥିରେ ଶ୍ରୀବିଗ୍ରହଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେବ । ସେହିଦିନ  ବୈଦ୍ୟ ସେବକଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମହୌଷଧି ଶ୍ରୀମନ୍ଦିରରେ  ପହଞ୍ଚିବ । ଏହାକୁ ସେବନ କଲାପରେ ଠାକୁରେ ସୁସ୍ଥ ହେବେ । ଏଣୁ ଠାକୁରଙ୍କ ମହୌଷଧି ପ୍ରସ୍ତୁତିରେ ଲାଗିଛନ୍ତି ବୈଦ୍ୟ ।  

ବୈଦ୍ୟ ସେବକ ନନ୍ଦନନ୍ଦନ ମିଶ୍ର କୁହନ୍ତି, ଦିଅଁମାନେ ଜ୍ୱରରେ ପଡ଼ିଲାଠାରୁ ମହୌଷଧି ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଦଶମୂଳ ମହୌଷଧି ଲଘୁ ୫ ଓ ଗୁରୁ ୫ଟି ଚେରମୂଳିରେ ପ୍ରସ୍ତୁତ  ହେଉଛି । ସ୍ନାନପୂର୍ଣ୍ଣମୀରୁ ଚାଲିଥିଲା ପ୍ରସ୍ତୁତି । ଗମ୍ଭାରୀ, ବେଲଛେଲି,  ଫଣଫଣା, ଶାଳପର୍ଣ୍ଣି, ଅଗବଥୁ, ନବାଙ୍କୁରୀ, ଗୋଖର, ଅଙ୍କରାନ୍ତି,  କୃଷ୍ଣପର୍ଣ୍ଣୀ ଓ ପାଟେଳୀ ଭଳି ୧୦ ପ୍ରକାର ଚେରମୂଳି ସଂଗ୍ରହ  କରାଯାଇଥିଲା । ଏହାକୁ ସମପରିମାଣର ମିଶ୍ରଣ କରାଯାଇ ଟାଣ  ଖରାରେ ଶୁଖାଯାଏ । ପରେ ହେମଦସ୍ତାରେ ଚିକ୍କଣ କରି କୁଟି ନୂତନ  କପଡ଼ାରେ ଭଲ ଭାବେ ଛଣାଯାଏ । ଅତ୍ୟନ୍ତ ଶୁଦ୍ଧପୁତ ଭାବେ ଏହି  ମହୌଷଧି ପ୍ରସ୍ତୁତ କରାଯାଉଛି ।  ଏହି ଗୁଣ୍ଡକୁ ଦୁଗ୍ଧ, ମହୁ, ସାକର, ଖୁଆ, ଘିଅ ଇତ୍ୟାଦିରେ ପାଗ କରାଯାଏ । 

ଏହି ମିଶ୍ରଣ ଥଣ୍ଡା ହେଲା ପରେ ଗୁଳା ଗୁଳା କରି  ମାଟି କୁଡ଼ୁଆରେ ରଖାଯାଏ । ତାଳପତ୍ର ଭୋଗେଇରେ କଦଳୀପତ୍ର ଦେଇ କର୍ପୁର ଦିଆଯାଏ । ଅଣସର ଦଶମୀରେ ଶ୍ରୀମନ୍ଦିରକୁ ବିଜେ କରନ୍ତି ଦଶମୂଳ ମହୌଷଧି । ସ୍ନାନ ପୂର୍ଣ୍ଣିମାଠାରୁ ଶ୍ରୀଜିଉମାନେ ଜ୍ୱରରେ ପୀଡ଼ିତ । ପଞ୍ଚମୀରେ ଫୁଲୁରୀ ତେଲ ଲାଗି ପରେ ନବମୀ  ପର୍ଯ୍ୟନ୍ତ ଠାକୁରଙ୍କୁ ଓଷ ଲାଗି କରାଯାଉଛି । ଦଶମୀରେ ଠାକୁରଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେବ । ଅର୍ଥାତ୍‌ ଦାରୁବ୍ରହ୍ମ ଜାଗ୍ରତ  ଅବସ୍ଥାକୁ ଫେରିବେ । ସେହିଦିନ ଦଶମୂଳ ମହୌଷଧି ଠାକୁରଙ୍କ  ଉଦ୍ଦ୍ୟେଶରେ ଶ୍ରୀମନ୍ଦିରରେ ପହଞ୍ଚିଥିବ । ଏହା ସମର୍ପଣ ହେବାପରେ  ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.