ବାସୁଦେବପୁର,୧୯।୬ : ବାସୁଦେବପୁର ବ୍ଲକ କିସ୍ମତକୃଷ୍ଣପୁର ଗ୍ରାମରେ ଅଘଟଣ। ପୋଖରୀ ପଡି ଦୁଇ ଭଉଣୀଙ୍କ ମୃତ୍ୟୁ । ମୃତ ୨ ଭଉଣୀ ହେଲେ ଚାନ୍ଦବାଲି ବ୍ଲକ କାରଣପଲ୍ଲୀ ଗ୍ରାମର ରତନ ମଣ୍ଡଳଙ୍କ ୫ ବର୍ଷର ଝିଅ ଚାନ୍ଦିନୀ ଓ ୪ବର୍ଷର ଝିଅ ନନ୍ଦିନୀ ।
ରତନ ତାର ଦୁଇ ଝିଅ ସହିତ ସ୍ତ୍ରୀ କୁ ଧରି କୃଷ୍ଣପୁର ଶଶୁର ଘର ପୂର୍ଣଚନ୍ଦ୍ର ଦାସଙ୍କ ଘରକୁ ଆସିଥିଲେ। ହେଲେ ଦୁଇ ଭଉଣୀ ଖେଳୁଥିବା ସମୟରେ କୌଣସି ବଶତଃ ନିକଟରେ ଥିବା ପୋଖରୀରେ ପଡିଯାଇଥିଲେ। ଦୀର୍ଘ ସମୟ ଧରି ଦୁଇ ଝିଅକୁ ନପାଇବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ପୋଖରୀରେ ପଡ଼ିଥିବା ଦେଖିବାକୁ ପାଇ ପରିବାର ଲୋକେ ତୁରନ୍ତ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ଆଣିଥିଲେ। ଡାକ୍ତର ସେଠାରେ ଦୁଇ ଭଉଣୀକୁ ମୃତ ଘୋଷଣା କରିଥିଲେ।