ପ୍ରମୂଖ ଖବର
  • ଚିକିତ୍ସା ପାଇଁ ମୁମ୍ୱାଇ ଗଲେ ବିଜେଡି ସୁପ୍ରିମୋ ନବୀନ, ପୂଜାର୍ଚ୍ଚନା କରି ଏୟାରପୋର୍ଟରେ ବିଦାୟ ଦେଲେ କର୍ମୀ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଏକାଧିକ ଠିକଣାରେ ଦ୍ୱିତୀୟ ଦିନରେ ରେଡ୍, ଛାନ୍‌ଭିନ୍‌ କରୁଛି ଆୟକର ବିଭାଗ
  • ||
  • ଭୟଙ୍କର ଦୁର୍ଘଟଣା: କାର୍‌କୁ ପିଟିଲା ଟ୍ରକ, ୯ ମୃତ
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲା: ଆଜି, କାଲି ଟିଆଇ ପରେଡ୍‌ କରିବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା, ଷଷ୍ଠ ଥର ପାଇଁ ଆକ୍ସିଓମ୍‌-୪ ମିଶନ୍‌ ଲଞ୍ଚିଂ ସ୍ଥଗିତ
  • ||
  • ଅନବସର ସେବା: ଆଜି ଚକା ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି, ବଡ଼ଦେଉଳରେ ଦଶମୂଳ ପହଞ୍ଚିବ ମହୌଷଧ
  • ||
  • କେନ୍ଦୁଝର : ଗ୍ୟାସ୍ ସିଲିଣ୍ଡରରୁ ଲାଗିଲା ନିଆଁ, ବାପ ପୁଅ ଗୁରୁତର
  • ||
  • ଆଫଗାନିସ୍ତାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୬ ରେକର୍ଡ
  • ||
  • ଲିଡ୍ସରେ ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍‌: ଧ୍ୱଂସ ହେବ ବାଜ ବଲ୍‌ର ବିଜୟ, ପଦାର୍ପଣ କରିପାରନ୍ତି ସୁଦର୍ଶନ
  • ||
  • ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସରକାର ବର୍ଷ ପୂର୍ତ୍ତିରେ ବିଶାଳ ସମାବେଶରେ ଯୋଗଦେବେ
  • ||
  • ଗିଲ୍‌-ଗମ୍ଭୀର ଯୁଗ ଆରମ୍ଭ, ଆଜିଠୁ ଲିଡ୍ସ ଲଢେଇ, ଖେଳାଯିବ ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟ
  • ||
  • ୨୭ରେ ପୁଣି ଲଘୁଚାପ ସମ୍ଭାବନା, ୨୬ରୁ ୨ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ଅଧିକ ବର୍ଷିବା ନେଇ ଆକଳନ
  • ||

ଗୋଚ୍ଛାପଡ଼ା ଜଳ ଅମଳ ପ୍ରକଳ୍ପ ଅଚଳ, ତୁରନ୍ତ ପାଣି ଯୋଗାଇବାକୁ ଦାବୀ

Published By : Suraj Kumar | June 17, 2025 9:16 PM

ଫିରିଙ୍ଗିଆ, ୧୭/୬ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡ଼ା ପଞ୍ଚାୟତର ଜଳ ଅମଳ ପ୍ରକଳ୍ପ ଅଚଳ ହୋଇ ପଡିଥିବାରୁ ୨ ଦିନ ହେବ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଜନସାଧାରଣଙ୍କ ପାଇଁ ପାଣି ଯୋଗାଇବାକୁ ନିର୍ମାଣଧୀନ ଉଚ୍ଚ ସମ୍ପନ୍ନ ଟାଙ୍କିକୁ ପାଣି ଯାଉନଥିବାରୁ ଲୋକେ ପାଣି ପାଇ ପାରୁନାହାନ୍ତି l 

ସୂଚନା ଅନୁସାରେ ଏହି ପ୍ରକଳ୍ପରୁ ଜନସାଧାରଣଙ୍କ ପାଇଁ ପାଣି ଯୋଗାଇବାକୁ ଉଚ୍ଚ ସମ୍ପର୍ଣ୍ଣ ପାଣି ଟାଙ୍କି ବ୍ୟବସ୍ଥା କରା ଯାଇଛି । ଏହି ଟାଙ୍କିରୁ ଗୋଚ୍ଛାପଡ଼ା ଅଞ୍ଚଳର ଜାମ୍ବୁ ଘାଟ ସାହି, ଢିପ ସାହି, ଓଡ଼ିଆ ସାହି, ମୁଣ୍ଡା ପଦର, ପଣସ ମୁଣ୍ଡା ଭଳି ଅନେକ ସାହି ବାସିନ୍ଦା ପାଣି ପାଇ ପାରୁଛନ୍ତି l ଗତ ୨ ଦିନ ହେବ କୌଣସି କାରଣରୁ ଏହି ପ୍ରକଳ୍ପ ଅଚଳ ହୋଇପଡିଛି। ୧୦ ନମ୍ବର ୱାର୍ଡ ଏବଂ ୧୧ ନମ୍ବର ୱାର୍ଡ ସହ ପ୍ରାୟ ୧ ହଜାର ରୁ ଅଧିକ ଲୋକେ ଏହି ପାଣି ଉପରେ ନିର୍ଭର କରି ଚଳୁ ଥିବା ବେଳେ ସମୂହ ଅଞ୍ଚଳବାସୀ ପାଣି ଟୋପାଏ ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l 

ଗତ ୨ ଦିନ ହେବ ପାଣି ଆସୁନଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସମ୍ବାରିଆ ବେହେରା ଙ୍କୁ ଯୋଗାଯୋଗ କରିଥିଲେ।  ସେ ପ୍ରକଳ୍ପ ଖରାପ ଥିବା କି ଅସୁବିଧା ଥିବା ସମ୍ପର୍କରେ  କୌଣସି ଅଭିଯୋଗ ଆସିନାହିଁ ବୋଲି କହିଛନ୍ତି l ବର୍ତ୍ତମାନ ପାଣି ଆସୁନଥିବାରୁ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ତୁରନ୍ତ ପ୍ରକଳ୍ପକୁ ମରାମତି କରି ସମୂହ ଅଞ୍ଚଳ ବାସୀଙ୍କୁ ପାଣି ଯୋଗାଇ ଦେବାକୁ ଥବିର କହଁର, ଉଦ୍ଧବ କହଁର, ନରୋତ୍ତମ କହଁର, ଚିତ୍ର କହଁର, କୈଳାଶ କହଁର, ମୋହନ ଦିଗାଲ, ଦେବ ରଣାଙ୍କ ସହ ଅଞ୍ଚଳବାସୀ ଦାବୀ କରିଛନ୍ତି l ଏହି ଘଟଣାକୁ ନେଇଁ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସମ୍ବାରିଆ ବେହେରାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନାହିଁ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.