ପ୍ରମୂଖ ଖବର
  • ରାଜ୍ୟରେ ଆଉ ୮ ଶିଳ୍ପକୁ ମଞ୍ଜୁରୀ, ନିବେଶ ହେବ ୧ ଲକ୍ଷ ୫୧ ହଜାର ୨୩୯ କୋଟି ଟଙ୍କା, ଢେଙ୍କାନାଳରେ ବେଦାନ୍ତ କରିବ ପ୍ଲାଣ୍ଟ
  • ||
  • ଜୁନାଗଡ଼ରେ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, ଅଟୋ ଡ୍ରାଇଭର ଗୁରୁତର
  • ||
  • ଗୁଣପୁର : ବଜ୍ରପାତରେ ୨ ମହିଳା ମୃତ
  • ||
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ପଥରରେ ଛେଚି ଯୁବକକୁ ହତ୍ୟା ଘଟଣା : ୨ ଗିରଫ, ପୂର୍ବ ଶତ୍ରୁତା ନେଇ କରିଥିଲେ ହତ୍ୟା

Published By : Suraj Kumar | June 14, 2025 4:26 PM

ଫିରିଙ୍ଗିଆ, ୧୪/୬ :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡ଼ା ପଞ୍ଚାୟତର ବଇରୀକୁମ୍ପା ନିକଟରେ ରାସ୍ତା କଡରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣଙ୍କ  ମୃତଦେହ ଫିରିଙ୍ଗିଆ ପୋଲିସ ଉଦ୍ଧାର କରିଥିଲା।  ଏହି ଘଟଣାରେ ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି l ଏଥି ସହିତ ହତ୍ୟାରେ ବ୍ୟବହୃତ ପଥର, ବାଇକ, ମୃତ ଯୁବକର ମୋବାଇଲ ଓ ସାଇକେଲକୁ ମଧ୍ୟ ଜବତ କରିଛି ଫିରିଙ୍ଗିଆ ପୋଲିସ l 

ବୁଧବାର  ଜାର୍ଗୀ ପଡ଼ା ଗାଁର ପ୍ରଭାତ ମଲିକ ସକାଳ ୯ ଟାରେ ଘରୁ ନିଜ ସାଇକେଲ ଧରି ବାହାରକୁ ଯାଇ ଫେରିନଥିଲେ। ଗୁରୁବାର ସକାଳୁ ବଇରୀକୁମ୍ପା ନିକଟରେ ରାସ୍ତା କଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ପଡ଼ିଥିବା ଲୋକମାନେ ଦେଖିଥିଲେ। ଫିରିଙ୍ଗିଆ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ। ମୃତ ଯୁବକଙ୍କ ମା’ ସସ୍ମିତା ମଲିକ ଫିରିଙ୍ଗିଆ ଥାନାରେ   ପୁଅକୁ ହତ୍ୟା କରାଯାଇଥିବା ନେଇ ଲିଖିତ ଭାବରେ ଜଣାଇଥିଲେ। ଏହି ଘଟଣାରେ ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ, ଅତିରିକ୍ତ ଥାନା ଅଧିକାରୀ ଦୀପକ ରାଉତ, ଏ ଏସ ଆଇ ଶ୍ରୀକାନ୍ତ ପାତ୍ର ଏବଂ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରିଥିଲେ l ଘଟଣା ସ୍ଥଳରୁ ଫିରିଙ୍ଗିଆ ପୋଲିସ ମୃତ ଯୁବକଙ୍କ ମୋବାଇଲ ସହ ହତ୍ୟାରେ ବ୍ୟବହୃତ ପଥର ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା । 

ତେବେ ପୂର୍ଵ ଦିନ ମୃତ ଯୁବକର ନିଜ ଦାଦା ପୁଅ ଭାଇ ଅମର ମଲିକ (ଟେରା) ୨୫ ବର୍ଷ ଓ ଜାର୍ଗୀପଡ଼ା ଗାଁର ଗଦାଧର ମଲିକ ୩ ଜଣ ମିଶି ବୁଲାବୁଲି କରିବା ସହ ବିଭିନ୍ନ ଜାଗାରେ ମଦ ପିଇଥିଲେ। ଏହା ପରେ ପ୍ରଭାତକୁ ଭୃଙ୍ଗିଯୋଡି ଛକରେ ଛାଡିଥିଲେ। ପରେ  ଅମର ଏବଂ ଗଦା ୨ ଜଣ ବାଇକରେ ନାଥ ପଦର ଯାଇ ଜଣକ ଘରେ  ପୁଣି ପ୍ରବଳ ମଦ୍ୟ ପାନ କରିଥିଲେ। ପରେ ଉଭୟେ ପ୍ରଭାତକୁ ସେଠାକୁ ଡାକିଥିଲେ । ପ୍ରଭାତ ନିଜ ସାଇକେଲ ଧରି ନାଥ ପଦର ଗାଁକୁ ଯାଇଥିଲା । ସେଠାରେ ୩ ଜଣକ ମଧ୍ୟରେ କିଛି ସମୟ ଯୁକ୍ତି ତର୍କ ହୋଇଥିଲା  । ପ୍ରଭାତ  ସାଇକେଲ ଜଣକ ଘରେ ରଖି ଗଦା ଓ ଅମର ପ୍ରଭାତକୁ ନିଜ ବାଇକରେ  ବଇରୀକୁମ୍ପା ଆଡକୁ ନେଇଁଥିଲେ l ବଇରୀକୁମ୍ପା ସ୍କୁଲ ନିକଟ ରାସ୍ତା କଡରେ ଗଦା ଓ ଅମର ଗାଡି ରଖିଥିଲେ। ସେଠାରେ ପ୍ରଭାତକୁ ତଳକୁ ପକାଇ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରି ୨ ଜଣ ଘଟଣା ସ୍ଥଳରୁ ଫେରାର ହୋଇଥିଲେ l ପୋଲିସ ତଦନ୍ତ ପରେ ୨ ହତ୍ୟା କାରୀକୁ ଗିରଫ କରିଥିଲା।  ହତ୍ୟାରେ ବ୍ୟବହୃତ ବାଇକକୁ ଗଦା ଘରୁ ଜବତ କରିଥିବା ବେଳେ ମୃତ ଯୁବକର ସାଇକେଲ ନାଥ ପଦର ଗାଁର କସା କହଁର ଘରୁ ଜବତ କରିଥିଲା l ଏହି ଘଟଣା ପରେ ଗଦା ଓ ଅମର କିଭଳି ପ୍ରଭାତକୁ ହତ୍ୟା କଲେ ଘଟଣା ସ୍ଥଳକୁ ଯାଇ କହିଥିଲେ l ଏହି ଘଟଣା ପରେ ଫିରିଙ୍ଗିଆ ପୋଲିସ ଉଭୟକୁ  କୋର୍ଟ ଚାଲାଣ କରିଛି l ତେବେ ମୃତ ଯୁବକ ପ୍ରଭାତର ନିଜ ଦାଦା ପୁଅ ଭାଇ ହେଲା ଅମର ।  ସେହିପରି ଗଦାକୁ ମଧ୍ୟ ମୃତ ପ୍ରଭାତ ନିଜ ଗାଡ଼ିରେ ହେଲ୍ପର ରଖି ଗାଡି ଶିଖାଇ ବର୍ତ୍ତମାନ ଗଦା ମଧ୍ୟ ଡ୍ରାଇଭର ହୋଇ ଗାଡି ଚଳାଉଥିଲା l ପୂର୍ବରୁ ଅମର ନିଜ ଦାଦା ପୁଅ ଭାଇକୁ ଜଙ୍ଗଲ ରେ ହତ୍ୟା କରୀ ଜେଲ ମଧ୍ୟ ଯାଇ ଫେରିଥିବା ବେଳେ ପୁଣି ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ବେଳେ ଗଦା ନାଁରେ ମଧ୍ୟ ହତ୍ୟା ଓ ଅପହରଣ ମାମଲା ବିଭିନ୍ନ ଥାନାରେ ଥିବା ପୋଲିସ ଠାରୁ ସୂଚନା ମିଳିଛି l ତେବେ ଏହି ହତ୍ୟା ଘଟଣା ପୂର୍ବ ଶତ୍ରୁତା ଓ ପାରିବାରିକ କଳହ ରୁ ହୋଇଥିବା ଜଣା ପଡ଼ିଥିବା ବେଳେ କିଛି ଦିନ ପୂର୍ବରୁ ଗୋଟିଏ ବାଇକ ଭାଙ୍ଗିବା ଘଟଣାକୁ ନେଇଁ ହତ୍ୟା କରାଯାଇଥିବା ସୂଚନା ମିଳିଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.