ପ୍ରମୂଖ ଖବର
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଆରୋଗ୍ୟ କେନ୍ଦ୍ରରେ ତାଲା; ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ

Published By : Bijay Swain | June 10, 2025 6:53 PM

ଦାରିଙ୍ଗବାଡି, ୧୦/୬(ଆପ୍ର): ଗ୍ରାମାଞ୍ଚଳରେ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ସରକାର ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରିଥିବା ବେଳେ ତାହା ବନ୍ଦ ରହୁଥିବା ଯୋଗୁଁ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଦାସିଂବାଡ଼ି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ଅଞ୍ଚଳରୁ ଆସିଛି କିଛି ଏଭଳି ଅଭିଯୋଗ । 

ଦାସିଂବାଡ଼ି ପଞ୍ଚାୟତର ନିମନ୍ତେ ଦାସିଂବାଡ଼ି ଠାରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ଖୋଲା ଯାଇଥିବା ବେଳେ ତାହା ପ୍ରାୟ ସମୟ ବନ୍ଦ ହୋଇ ରହୁଛି । ପ୍ରତ୍ୟେକ ବୁଧବାର ଦିନ ହିଁ କେନ୍ଦ୍ର ଖୋଲା ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସରକାରଙ୍କ ନିୟମ ପ୍ରକାରେ ପ୍ରତ୍ୟେକ ଦିନ ସିଏଚଓ ବହିଃରବିଭାଗ ଖୋଲି ରୋଗୀମାନଙ୍କୁ ଚିକିତ୍ସା କରିବାର ପ୍ରାବଧାନ ରହିଥିବା ବେଳେ ମାତ୍ର ବୁଧବାର ଦିନ ଦିନେ ଖୋଲା ହେଉଥିବା ବେଳେ ଅନ୍ୟ ଦିନରେ ବନ୍ଦ ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଫଳରେ ଲୋକେ ୨ ଟଙ୍କିଆ ପାରସିଟାମଲ ଟାବଲେଟ ପାଇଁ ୨ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିବା ଅଭିଯୋଗ କରିଛନ୍ତି । 

ଆରୋଗ୍ୟ କେନ୍ଦ୍ର ବନ୍ଦ ଯୋଗୁଁ ୧୩ କିଲୋମିଟର ଦୂର ଦାରିଙ୍ଗବାଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଲୋକ ନିର୍ଭର କରୁଛନ୍ତି । କାହାକୁ ସାମାନ୍ୟ ଥଣ୍ଡା ହେଲେ କିମ୍ବା ଜର ହେଲେ ଦାରିଙ୍ଗବାଡି ଗାଡ଼ି ଭଡା କରି ଆଣିବାକୁ ପଡୁଛି । ଯଦି ଆରୋଗ୍ୟ କେନ୍ଦ୍ର ଖୋଲା ହୁଅନ୍ତା ତାହାଲେ ଲୋକଙ୍କ ଗାଡ଼ି ଭଡା ବାବଦକୁ ଯାହା ଖର୍ଚ୍ଚ ହେଉଛି ତାହା ଖର୍ଚ୍ଚ ନହେବା ସହ ଲୋକଙ୍କ ସମୟ ମଧ୍ୟ ଅଯଥା ନଷ୍ଟ ହୁଅନ୍ତା ନାହିଁ ବୋଲି ଅଭିଯୋଗ କରିଛନ୍ତି। କେନ୍ଦ୍ର ବନ୍ଦ ଯୋଗୁଁ ରକ୍ତ ଚାପ ଦେଖିବା ପାଇଁ ବୃଦ୍ଧବୃଦ୍ଧାମାନେ ଦାରିଙ୍ଗବାଡି ଗାଡ଼ି ଭଡା କରି ଯିବାକୁ ପଡୁଥିବା ଅଭିଯୋଗ କରିଛନ୍ତି । ହଠାତ୍ କାହାର ଦୁର୍ଘଟଣା ହୋଇ ଆହତ ହେଲେ ମଧ୍ୟ ପ୍ରାଥମିକ ଚିକିତ୍ସା ମିଳିବା ମଧ୍ୟ ସମ୍ଭବପର ହେଉନାହିଁ । ପ୍ରତ୍ୟେକ ଘଟଣାରେ ଦାରିଙ୍ଗବାଡି ମେଡ଼ିକାଲ ଉପରେ ଭରସା କରିବାକୁ ପଡୁଛି । ଗୋଟିଏ କି ୨ ଦିନର ଘଟଣା ନୁହଁ ଏକାଧିକ ବର୍ଷ ହେଲା ଏହା ଲାଗି ରହିଛି।

ଏଭଳି ଭାବେ ସରକାର ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ଯେଉଁ ଲକ୍ଷ ରଖିଛନ୍ତି ସେହି ଲକ୍ଷ୍ୟ ପୁରଣ ହେଉନାହିଁ ।   ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଏଣୁ ଏହାର ତଦନ୍ତ କରାଯାଇ ଦାୟୀତ୍ୱରେ ଥିବା ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଗୋଷ୍ଟି ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ା. ଯାକେଶ ସାମନ୍ତରାୟଙ୍କୁ ଏନେଇ ପଚାରିବାରୁ ସେ କହିଲେ ସିଏଚଓଙ୍କ ୧୨ ଦିନ ହେବ ବଦଳି ହୋଇଛି, ଏଏନଏମଙ୍କୁ ସମସ୍ତ ଦାଇତ୍ୱ ଦିଆଯାଇଛି । ଯଦି ବନ୍ଦ ରହୁଚି ତାହାଲେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.