ବାଲିଗୁଡ଼ା,୧୦/୦୬: ଉଗ୍ରରୂପ ନେଲା ଗଣ୍ଡଗୋଳ । ସାମାନ୍ୟ ବଚସାରୁ ଗଡ଼ିଲା ମୁଣ୍ଡ । କାଠ ଫାଳିଆରେ ପିଟି ପିଟି ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । କନ୍ଧମାଳ ଜିଲ୍ଲା ବାଲିଗୁଡା ହାଟପଦାରେ ଏପରି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ବାଲୁଗିଡା ମୁଣ୍ଡାସାହିର ଶଙ୍କର ନାୟକ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
ସୂଚନା ଅନୁଯାୟୀ ଗତକାଲି (ସୋମବାର) ରାତିରେ ନୂଆ ସାହିର ନିରାକାର ନାୟକ ଓ ଶଙ୍କର ନାୟକଙ୍କ ମଧ୍ୟରେ କୌଣସି କଥାକୁ ଯୁକ୍ତିତର୍କ ହୋଇଥିଲା । ଏହା ଏତେ ବଢିଥିଲା ଯେ ସାମାନ୍ୟ ବଚସା ଉଗ୍ରରୂପ ନେଇଥିଲା । ନିରାକାର କ୍ରୋଧକୁ ନିୟନ୍ତ୍ରଣ କରିପାରିନଥିଲେ । ଉତକ୍ଷିପ୍ତ ହୋଇ ଶଙ୍କରଙ୍କୁ କାଠ ଫାଳିଆରେ ପିଟିଥିଲେ । ଇଟାରେ ବି ଛେଚିଥିଲେ । ଏଥିରେ ଶଙ୍କରଙ୍କର ମୃତ୍ୟୁ ହୋଇଥିଲା । ସେତିକିରେ ଶାନ୍ତ ପଡିନଥିଲେ ନିରାକାର । ମୃତଦେହକୁ ଅତି ଅମାନୁଷିକ ଭାବେ ଘୋଷାଡ଼ି ଘୋଷାଡ଼ି ନେଇ ନିକଟସ୍ଥ କମିଟି ଗୃହ ନିକଟରେ ରଖିଥିଲା । ସକାଳେ ସ୍ଥାନୀୟ ଲୋକ ମୃତଦେହକୁ ଦେଖି ପୁଲିସକୁ ଖବର ଦେଇଥିଲେ l ବାଲିଗୁଡା ପୁଲିସ ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ନିରାକାରକୁ ଅଟକ ରଖିଛି ।