ପ୍ରମୂଖ ଖବର
  • ପୁରୀ ଶରଧାବାଲି ଦଳାଚକଟା ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର
  • ||
  • ଟ୍ରମ୍ପଙ୍କ ‘ଭାରତର ମୃତ ଅର୍ଥନୀତି’ ମନ୍ତବ୍ୟକୁ ସମର୍ଥନ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
  • ||
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ରେନି ଇଭିନିଂରେ ଶାହାରୁଖ-ଭେତ୍ରିମାରନଙ୍କ ଫଟୋ ଭାଇରାଲ୍; ତାମିଲ୍ ଫିଲ୍ମ କାଷ୍ଟିଂକୁ ନେଇ ଚର୍ଚ୍ଚା

Published By : Harapriya Sethi | June 9, 2025 2:43 PM

ନୂଆଦିଲ୍ଲୀ, ୦୯/୦୬: ଲୋକପ୍ରିୟ ତାମିଲ ଫିଲ୍ମ ମେକର୍ ଭେତ୍ରିମାରନଙ୍କ ସହ ଶାହରୁଖ ଖାନଙ୍କ ଏକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯାହାକୁ ନେଇ ବଲିଉଡରେ କୋଲାବରେସନ୍‌ ଚର୍ଚ୍ଚା ଜୋର ଧରିଛି । ଏହି ଫଟୋରେ ଏକ ରେନି ଇଭିନିଂରେ ନିର୍ଦ୍ଦେଶକଙ୍କ ପାଖରେ ଠିଆ ହୋଇ ଶାହରୁଖ ହସୁଥିବାର ଦେଖିବାକୁ ମିଳିଛି । ଫଟୋଟି ମୁମ୍ବାଇରେ ଉଠାଯାଇଥିବା କୁହାଯାଉଛି । SRK ଭେତ୍ରିମାରନଙ୍କ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ‘ଅସୁରନ’ର ହିନ୍ଦୀ ରିମେକରେ ଅଭିନୟ କରିବା ପାଇଁ ଆଲୋଚନା କରୁଛନ୍ତି ବୋଲି ଏହି ଫଟୋରୁ ଚର୍ଚ୍ଚା ଜୋର ଧରିଛି ।

ତାମିଲ ପତ୍ରିକା ‘ଭିକାଟନ’ ସହିତ ଏକ ସାକ୍ଷାତକାରରେ ଭେତ୍ରିମାରନ ସ୍ପଷ୍ଟ କରିଥିଲେ ଯେ, "ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା, ଯାହା ଦୁଇ ଘଣ୍ଟା ଧରି ଚାଲିଥିଲା। ଆମେ ‘ଅସୁରନ’ ସମେତ ଆହୁରି ଅନେକ ବିଷୟରେ ଆଲୋଚନା କରିଥିଲୁ, କିନ୍ତୁ ଏହାର ରିମେକ୍ ବିଷୟରେ ଆମେ କୌଣସି ଆଲୋଚନା କରିନାହୁଁ ।"

ଭେତ୍ରିମାରନ ତାଙ୍କର କଠିନ ପରିଶ୍ରମ ଏବଂ ସାମାଜିକ ସଚେତନତା ଥିବା ଚଳଚ୍ଚିତ୍ର ଯେପରିକି "ବାଦା ଚେନ୍ନାଇ", "ଆଦୁକାଲମ୍" ଏବଂ "ଅସୁରନ୍" ପାଇଁ ଜଣାଶୁଣା । ଏଥିମଧ୍ୟରୁ ଅନେକ ଫିଲ୍ମରେ ଲୋକପ୍ରିୟ ଅଭିନେତା ଧନୁଶ ଅଭିନୟ କରିଥିଲେ । ଭେତ୍ରିମାରନ ତାଙ୍କର ଷ୍ଟୋରୀ ଟେଲିଂ ଏବଂ ସ୍କ୍ରିନ୍ ପ୍ଲେ ଦକ୍ଷତା ପାଇଁ ଦୀର୍ଘ ଦିନ ଧରି ପ୍ରଶଂସିତ ହୋଇଆସୁଛନ୍ତି । ତାଙ୍କର ଶେଷ ଫିଲ୍ମ "ବିଦୁଥଲାଇ ପାର୍ଟ ୨" ଥିଲା । ସେ ବିଜୟ ସେଥୁପଥିଙ୍କ ଭଳି ଅଭିନେତାଙ୍କ ସହିତ ମଧ୍ୟ କାମ କରିଛନ୍ତି । ଶାହରୁଖ ଖାନଙ୍କ ସହ ତାଙ୍କ ବନ୍ଧୁତା "ଯବାନ" ର ପ୍ରମୋସନ ସମୟରେ ବହୁଳ ଭାବରେ ଦେଖାଯାଇଥିଲା।

ଏହି ସାକ୍ଷାତକାରରେ, ଭେତ୍ରିମାରନ ତାଙ୍କର ଆଗକୁ ଆସୁଥିବା ପ୍ରୋଜେକ୍ଟଗୁଡ଼ିକ ବିଷୟରେ ଅପଡେଟ୍ ସେୟାର କରିଥିଲେ । ସେ କହିଥିଲେ ଯେ, ସେ ରଜନୀକାନ୍ତ, ବିଜୟ ଏବଂ ସୁରିଆଙ୍କ ସମେତ ପ୍ରମୁଖ ତାମିଲ ଷ୍ଟାର୍‌ମାନଙ୍କୁ ନେଇ ସ୍କ୍ରିପ୍ଟ ପ୍ରସ୍ତୁତ କରିଛନ୍ତି ଏବଂ ସହଯୋଗ ପାଇଁ ଅଜିତଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି।

ଅନ୍ୟପକ୍ଷରେ, ଶାହରୁଖ ତାଙ୍କ ଆକ୍ସନ ଫିଲ୍ମ 'କିଙ୍ଗ୍'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ ତାଙ୍କ ଝିଅ ସୁହାନା ଖାନଙ୍କ ସହ ସ୍କ୍ରିନ୍ ସ୍ପେସ୍ ସେୟାର କରିବେ ।  ସୁହାନା ଖାନ 'ଦି ଆର୍ଚିଜ୍'ରେ ଡେବ୍ୟୁ କରିଥିଲେ, କିନ୍ତୁ ଏହି ଫିଲ୍ମ ତାଙ୍କର ପ୍ରଥମ ଥିଏଟର ରିଲିଜ୍ ହେବ । SRKଙ୍କ ପାଖରେ ସ୍ପାଏ, ପଠାନ-୨ ଭଳି ଫିଲ୍ମ ମଧ୍ୟ ଅଛି, ଯେଉଁଥିରେ ସେ ପୁଣି ଥରେ ଦୀପିକା ପାଦୁକୋନଙ୍କ ସହ ସାମ୍ନାକୁ ଆସିବେ ବୋଲି ଚର୍ଚ୍ଚା ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.