ପ୍ରମୂଖ ଖବର
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ବୈବବାହିକ ସମ୍ପର୍କ ବିଷୟରେ ଖୁଲାସା କଲେ ରୁବିନା, କହିଲେ-“ଅଭିନବଙ୍କୁ ମୋ ପ୍ରପୋଜାଲର ଉତ୍ତର ଦେବାକୁ ୯ ମାସ ସମୟ ଲାଗିଲା”

Published By : Krishna Priya | July 29, 2025 1:29 PM

ମୁମ୍ବାଇ ୨୯/୦୭: ଏକ ନୂଆ ଟ୍ୱିଷ୍ଟ ସହିତ ଖୁବ୍‌ ଶୀଘ୍ର ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛି 'ପତି ପତ୍ନୀ ଔର ପଙ୍ଗା' । ବହୁ ପ୍ରତୀକ୍ଷିତ ରିଆଲିଟି ଶୋ 'ପତି ପତ୍ନୀ ଔର ପଙ୍ଗା - ଯୋଡ଼ିଓଁ କା ରିଆଲିଟି ଚେକ୍' ଟେଲିଭିଜନ ପରଦାକୁ ଆସିବାକୁ ଏବେ ପ୍ରସ୍ତୁତ। ଏହି ଶୋ’ ଆରମ୍ଭ ହେବା ପୂର୍ବରୁ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାର କାରଣ ହେଉଛନ୍ତି ବିଗ୍ ବସ୍ ଫେମ୍‌ ରୁବିନା ଦିଲାଇକ୍ ଏବଂ ଅଭିନବ ଶୁକ୍ଳା। ଯିଏକି ପ୍ରିମିୟର ଏପିସୋଡରେ ସେମାନଙ୍କର ହୃଦୟସ୍ପର୍ଶୀ ଏବଂ ଅଦ୍ଭୁତ କାର୍ଯ୍ୟକଳାପ ସେୟାର କରୁଥିବାର ନଜର ଆସିବେ।

ପ୍ରଥମ ଏପିସୋଡରେ, ରୁବିନା ଏକ ମଜାଦାର ଏବଂ ମିଠା କାହାଣୀ ବର୍ଣ୍ଣନା କରୁଥିବାର ଦେଖାଯିବେ, ଯେ କିପରି ତାଙ୍କର ପ୍ରପୋଜାଲ୍‌ ପ୍ରେମର ପ୍ରତ୍ୟେକ ନିୟମକୁ ଭାଙ୍ଗିଥିଲା। ଜାନୁଆରୀ ୧ ତାରିଖ ସକାଳେ,ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ, ରୁବିନା ସାହସ ଜୁଟାଇ ଅଭିନବଙ୍କୁ କହିଥିଲେ ଯେ ସେ ତାଙ୍କ ସହିତ ବୁଢି଼ ହେବାକୁ ଚାହାଁନ୍ତି। ଶୋ’ର ଏକ ବିଶେଷ ମୁହୂର୍ତ୍ତରେ, ରୁବିନାଙ୍କୁ ଏହି ଅନନ୍ୟ ଆଦାନପ୍ରଦାନ ବିଷୟରେ କଥା ହେବାର ଦେଖାଯିବ, ଯାହା ଜୀବନ ସାଥୀ ଭାବରେ ସେମାନଙ୍କର ଯାତ୍ରା ଆରମ୍ଭ କରିଥିଲା। ଏହା ଏପରି ଏକ ମୁହୂର୍ତ୍ତ ଯାହା ଫିଲ୍ମି ନ ହୋଇପାରେ, କିନ୍ତୁ ସେମାନଙ୍କର ପ୍ରକୃତ ସମ୍ପର୍କକୁ ଗଭୀର ଭାବରେ ପ୍ରତିଫଳିତ କରେ।

ନିଜର ପ୍ରସ୍ତାବର ମୁହୂର୍ତ୍ତକୁ ମନେ ପକାଇ ରୁବିନା କୁହନ୍ତି, "ନୂତନ ବର୍ଷର ପ୍ରଥମ ଦିନରେ, ମୁଁ ଗାଧୋଇବା ପରେ ସାଙ୍ଗେ ସାଙ୍ଗେ ଅଭିନବଙ୍କୁ ଚାହିଁ କହିଲି, 'ମୁଁ ତୁମ ସହିତ ବୁଢି଼ ହେବାକୁ ଚାହୁଁଛି।' ସେ ଅଟକିଗଲେ... ଆଉ କେବଳ 'ଧନ୍ୟବାଦ' କହିଲେ। ବାସ୍‌ ଏତିକି ଥିଲା। ମାସ ମାସ ଧରି, ମୁଁ ଭାବୁଥିଲି ଯେ ଏହା ବଧହୁଏ ତାଙ୍କର 'ନା' । ଏବଂ ତା'ପରେ ଗୋଟିଏ ଦିନ, ହଠାତ୍, ପ୍ରାୟ ନଅ ମାସ ପରେ, ସେ କହିଲେ, 'ମୁଁ ମଧ୍ୟ।' ନଅ ମାସ ପରେ, ଏହା ଥିଲା ମୋର ପ୍ରସ୍ତାବର ଉତ୍ତର। ଆମେ ସେହିପରି - ଟିକେ ଭିନ୍ନ, ଟିକେ ଅପ୍ରତ୍ୟାଶିତ, କିନ୍ତୁ ବହୁତ ବାସ୍ତବ। ଆମର ସବୁଠାରୁ ବଡ଼ ସମସ୍ୟା ହେଉଛି ମତାମତରେ ଆମର ପାର୍ଥକ୍ୟ। ସେ ତର୍କ ଏବଂ ବିଜ୍ଞାନରେ ବୁଡ଼ି ରହିଛନ୍ତି, ମୁଁ ଭାବନା ଏବଂ ସୃଜନଶୀଳତାରେ ପରିପୂର୍ଣ୍ଣ। କିନ୍ତୁ ହୁଏତ ଏହା ହିଁ ଆମକୁ ଏକାଠି ବାନ୍ଧିଥାଏ।"

ତେବେ ସୋନାଲି ବେନ୍ଦ୍ରେ ଏବଂ ମୁନାୱର ଫାରୁକିଙ୍କ ଦ୍ୱାରା ହୋଷ୍ଟ କରାଯାଉଥିବା, "ପତି ପତ୍ନୀ ଔର ପଙ୍ଗା" ସମ୍ପର୍କକୁ ସଫଳ କରୁଥିବା ତତ୍ତ୍ୱ ଉପରେ ଏକ ସ୍ପଷ୍ଟ ଦୃଷ୍ଟିକୋଣ ଦେବ - ପ୍ରତିଦିନର ଛୋଟ ଛୋଟ ବିଜୟଠାରୁ ମତଭେଦ ଏବଂ ଦ୍ୱନ୍ଦ୍ୱ ପର୍ଯ୍ୟନ୍ତ ସବୁକିଛି ଏହା ଦର୍ଶକଙ୍କ ସାମ୍ନାକୁ ଆଣିବ। ଏହି ଶୋ’ ପ୍ରେମକୁ ପୂର୍ଣ୍ଣ ଭାବରେ ପାଳନ କରିବ, ଯେଉଁଥିରେ ସେଲିବ୍ରିଟି ଦମ୍ପତିମାନଙ୍କୁ ଖେଳ, ଚ୍ୟାଲେଞ୍ଜ ଏବଂ ହୃଦୟସ୍ପର୍ଶୀ କଥାବାର୍ତ୍ତା ମାଧ୍ୟମରେ ପ୍ରଦର୍ଶିତ କରିବ ଯାହା ସେମାନଙ୍କର ପ୍ରକୃତ ସମ୍ପର୍କକୁ ପ୍ରକାଶ କରିବ। 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.