ପ୍ରମୂଖ ଖବର
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ଆତଙ୍କବାଦର ଜନ୍ମ ପାକିସ୍ତାନରେ ଆଉ ତାହା କଂଗ୍ରେସର ଭୁଲ : ଅମିତ୍ ଶାହ

Published By : Ankita S | July 29, 2025 3:39 PM

ନୂଆଦିଲ୍ଲୀ,୨୯/୦୭: ପାକିସ୍ତାନ ଆତଙ୍କବାଦର ଜନ୍ମସ୍ଥାନ ଆଉ କଂଗ୍ରେସ ବଡ଼ ଭୁଲ ହେଉଛି ପାକିସ୍ତାନ । ଆତଙ୍କବାଦର ମୂଳଦୁଆ ହେଉଛି ପାକିସ୍ତାନ । ଦେଶ ବିଭାଜନ ପାଇଁ ବି କଂଗ୍ରେସ ଦାୟୀ । ଯଦି ବିଭାଜନ ସ୍ୱୀକାର କରିନଥାନ୍ତେ ତବେ ପାକିସ୍ତାନ ଜନ୍ମ ହୋଇନଥାନ୍ତା । ପାକିସ୍ତାନ ଜନ୍ମ ହେଲା ଆତଙ୍କବାଦକୁ ଜନ୍ମ ଦେଲା । ଲୋକସଭାରେ ଏମିତି କିଛି କହି ବିରୋଧୀଙ୍କୁ କଡା ନିଶାନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ନେହେରୁଙ୍କଠୁ ଆରମ୍ଭ କରି ରାହୁଲ ଗାନ୍ଧୀଙ୍କ ଯାଏ କଂଗ୍ରେସ ନେତୃତ୍ବଙ୍କ ଭୁଲକୁ ସଂସଦରେ କହି ବର୍ଷିଛନ୍ତି ଶାହ ।

ଲୋକସଭାରେ ଅପରେସନ୍ ସିନ୍ଦୂର ବାବଦରେ କହି କଂଗ୍ରେସକୁ ନିଶାନା ମାରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ସେ କହିଛନ୍ତି, ୨୦୦୨ ମସିହାରେ ଅଟଳ ସରକାର ଥିଲା । ଆତଙ୍କବାଦକୁ ସମାପ୍ତ କରିବା ପାଇଁ, ଏନଡିଏ ସରକାର ଆତଙ୍କବାଦ ନିବାରଣ ଆଇନ ଆଣିଥିଲା । କଂଗ୍ରେସ ଏହାକୁ ବିରୋଧ କରିଥିଲା । ରାଜ୍ୟସଭାରେ ଆମର ସଂଖ୍ୟାଗରିଷ୍ଠତା ନଥିଲା । ଏହି ଆଇନ ଗୃହୀତ ହୋଇପାରିଲା ନାହିଁ । ପରେ, ଏହା ଏକ ମିଳିତ ଅଧିବେଶନରେ ଗୃହୀତ ହୋଇଥିଲା । ପୋଟା ଆତଙ୍କବାଦୀଙ୍କ ବିରୁଦ୍ଧରେ ଥିଲା । କଂଗ୍ରେସ କାହାକୁ ବଞ୍ଚାଇବାକୁ ଚାହୁଁଥିଲା ? ସେମାନେ ସେମାନଙ୍କର ଭୋଟ ବ୍ୟାଙ୍କ ପାଇଁ ଆତଙ୍କବାଦୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ୨୦୦୪ ମସିହାରେ, ଅଟଳ ସରକାର କ୍ଷମତା ହରାଇଲା, ଏବଂ ମନମୋହନ-ସୋନିଆ ସରକାର କ୍ଷମତାକୁ ଆସିଲେ । କ୍ଷମତାକୁ ଆସିବା ପରେ ସେମାନେ ପ୍ରଥମେ ପୋଟାକୁ ଭାଙ୍ଗି ଦେଇଥିଲେ । ଏହା କାହାର ଲାଭ ପାଇଁ କରାଯାଇଥିଲା ? ମୁଁ ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛି ଯେ ସେମାନେ ଗୃହକୁ କୁହନ୍ତୁ ଯେ, ସେମାନେ ଆତଙ୍କବାଦ ଆକ୍ରମଣ ବିରୁଦ୍ଧରେ କ'ଣ କରିଛନ୍ତି ? "

ଅଧିକ ପଢନ୍ତୁ...'ଭଗବାନଙ୍କ ଭରସା ଥିଲେ ପହଲଗାମ ପୀଡ଼ିତ'; 'ଅପରେସନ୍ ସିନ୍ଦୂର'କୁ ନେଇ ଲୋକସଭାରେ ପ୍ରିୟଙ୍କାଙ୍କ ତେରଛା ହମଲା...

ଅମିତ୍ ଶାହ ଆହୁରି କହିଛନ୍ତି, '' ସମୟ ଥିଲା ଯେତେବେଳେ ହୁରିୟତ ନେତାମାନଙ୍କୁ ଏଠାରେ ଭିଆଇପି ସୁବିଧା ମିଳୁଥିଲା । ସେମାନେ ହୁରିୟତଙ୍କ ସହ ଆଲୋଚନା କରୁଥିଲେ। ସେମାନଙ୍କ ପାଇଁ ଏକ ଲାଲ କାର୍ପେଟ ବିଛାଯାଉଥିଲା । ମନମୋହନ ସରକାରଙ୍କ ପ୍ରତିନିଧିମାନେ ସେମାନଙ୍କ ସହିତ ଆଲୋଚନା କରୁଥିଲେ। ଆମେ ହୁରିୟତର ସମସ୍ତ ଅଂଶକୁ ନିଷିଦ୍ଧ କରିଥିଲୁ, ସମସ୍ତେ ଜେଲ ପଛରେ ଅଛନ୍ତି । ହୁରିୟତ ହେଉଛି ଆତଙ୍କବାଦୀ ସଂଗଠନର ପ୍ରକ୍ସି । ଆମେ ସେମାନଙ୍କ ସହିତ କଥା ହେବୁ ନାହିଁ । ଆମେ ଉପତ୍ୟକାର ଯୁବକମାନଙ୍କ ସହିତ କଥା ହେବୁ। "

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.