ପ୍ରମୂଖ ଖବର
  • ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍ ବମ୍ : ୨୫% ଶୁଳ୍କ ସହ ଜରିମାନା ଲଗାଇଲା ଆମେରିକା, ୧ ଅଗଷ୍ଟରୁ ହେବ ଲାଗୁ
  • ||
  • ଗଲୱାନର ଚାରବାଗ ଅଞ୍ଚଳରେ ସେନା ଗାଡ଼ି ଉପରେ ଖସିଲା ପଥର; ୨ ଅଧିକାରୀ ସହିଦ, ୩ ଗୁରୁତର
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଗିରଫ
  • ||
  • ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର
  • ||
  • ନଦୀରେ ଖସିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କନ୍ଧମାଳ : ସାପ କାମୁଡ଼ାରେ ଚାଲିଗଲା ୨ ଜଣଙ୍କ ଜୀବନ
  • ||
  • ଇସ୍ରୋ-ନାସାର ମିଶନ୍ 'ନିସାର'; ଅପରାହ୍ନ ୫ଟା ୪୦ରେ ଶ୍ରୀହରିକୋଟ୍ଟାରୁ ଲଞ୍ଚ, ୧୨ ଦିନରେ ପୃଥିବୀକୁ କରିବ ସ୍କାନ
  • ||
  • ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଚିଲିକା ଓ ନନ୍ଦନକାନନକୁ ସତର୍କତା ଜାରି
  • ||
  • ଆହୁରି କଲବଲ କରିବ ବର୍ଷା, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ଟ୍ରେନ୍‌ରୁ ତକିଆ, କମ୍ବଳ ଓ ଟାଓ୍ବେଲ ଚୋରି କଲେ ସାବଧାନ : ଜରିମାନା ସହ ଏତେ ବର୍ଷ ପର୍ଯ୍ୟନ୍ତ ମିଳିପାରେ ଜେଲ୍ ଦଣ୍ଡ

Published By : Harapriya Biswal | July 29, 2025 5:40 PM

ନୂଆଦିଲ୍ଲୀ,୨୯।୭:  ଭାରତୀୟ ରେଲଓ୍ବେ ଦୁନିଆର ଚତୁର୍ଥ ସବୁଠାରୁ ବଡ଼ ରେଲଓ୍ବେ ନେଟଓ୍ବର୍କ। ଯେଉଁଥିରେ ପ୍ରତିଦିନ ଲକ୍ଷାଧିକ ଲୋକ ଯାତ୍ରା କରନ୍ତି। ଏହାକୁ ସମ୍ଭାଳିବା ପାଇଁ ୧୨ ଲକ୍ଷ କର୍ମଚାରୀ କାମ କରନ୍ତି, ଯାହାକି କୌଣସି ଦେଶର ରେଲଓ୍ବେ ସିଷ୍ଟମଠାରୁ ସବୁଠାରୁ ଅଧିକ ଓ ଏହା ପ୍ରାୟ ଦେଶର କୋଣ-ଅନୁକୋଣ‌ରେ ପରସ୍ପର ସହ ଯୋଡିଥାଏ। ଟ୍ରେନ୍‌ରେ ଏସି କ୍ଲାସରେ ଫାଷ୍ଟ, ସେକେଣ୍ଡ ଓ ଥାର୍ଡ ଏହି କୋଚ୍ ରହିଥାଏ। ସେଥିରେ କମ୍ବଳ, ଚାଦର,ତକିଆ ଓ ଟାଓ୍ବେଲ ମିଳିଥାଏ। ଏହାକୁ ବେଡ୍ ରୋଲ୍ କୁହାଯାଏ। ଏବେ ଯାତ୍ରୀଙ୍କ ପାଇଁ ଏକ ଜରୁରୀ ଖବର। ତାହା ହେଲା ଏହାକୁ ଯଦି ଚୋରି କରନ୍ତି ତେବେ ଲାଗିବ ଜରିମାନା। 

ଏହି ବେଡ୍‌ରୋଲ୍‌ ଯାତ୍ରୀଙ୍କୁ ତାଙ୍କର ସିଟ୍‌ରେ ଆଇଆରସିଟିସି ପକ୍ଷରୁ ଯୋଗାଇ ଦିଆଯାଇଥାଏ। ଏହାର ବୁକିଂ ଟିକେଟ ବୁକ୍ କରିବା ସହ ହୋଇଯାଇଥାଏ। ଏହାର ଚାର୍ଜ ମଧ୍ୟ ଟିକେଟ ସହ ଯୋଡା ଯାଇଥାଏ। ଏହି ବେଡ୍‌ରୋଲ୍‌କୁ ଯାତ୍ରା ଶେଷ ହେବାପରେ ରେଲଓ୍ବେକୁ ଫେରାଇ ଦିଆଯାଇଥାଏ। ଏହା ହେଉଛି ପ୍ରତ୍ୟେକ ଯାତ୍ରୀଙ୍କ ଦାୟିତ୍ବ। ତାକୁ ସାଙ୍ଗରେ ନେବା ଦଣ୍ଡନୀୟ ଅପରାଧ। କାରଣ ଏସବୁ ରେଲଓ୍ବେର ସମ୍ପତ୍ତି। ଯଦି କୌଣସି ଯାତ୍ରୀ ଟ୍ରେନ୍‌ରେ ରେଲଓ୍ବେର କମ୍ବଳ, ଚାଦର, ତକିଆ କିମ୍ବା ଟାଓ୍ବେଲ ନେଇ ଯାଆନ୍ତି ତେବେ ତାଙ୍କୁ ୧୦୦୦ ଟଙ୍କାର ଜରିମନା ଦେବାକୁ ହେବ। ଯଦି ଜରିମାନା ଦବୋକୁ ମନା କରନ୍ତି କିମ୍ବା ଅସମର୍ଥ ବୋଲି କୁହନ୍ତି ତେବେ ୧ ବର୍ଷର ଜେଲ ଦଣ୍ଡ କାଟିବାକୁ ପଡିବ।

ଭାରତୀୟ ରେଲଓ୍ବେରେ କମ୍ବଳ, ଚାଦର, ତକିଆ ଆଦି ଜିନିଷ ରେଲଓ୍ବେର ସମ୍ପତ୍ତି ବୋଲି କୁହାଯାଏ। ଏହାକୁ ଚୋରାଇବା ଦ୍ବାରା ରେଲଓ୍ବେ ସମ୍ପତ୍ତି ଅଧିନିୟମ,୧୯୬୬ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇପାରେ। ପ୍ରଥମ ଥର ଧରାପଡିଲେ ଏକ ବର୍ଷ ପର୍ଯ୍ୟନ୍ତ ଜେଲ କିମ୍ବା ୧୦୦୦ ଟଙ୍କା ଜରିମାନା। ଗମ୍ଭୀର ମାମଲାରେ ଏକାଧିକଥର ଏହି ଅପରାଧ ଦୋହରାଇଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ଜରିମାନା ହୋଇପାରେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.