ପ୍ରମୂଖ ଖବର
  • ଟ୍ରମ୍ପଙ୍କ ‘ଭାରତର ମୃତ ଅର୍ଥନୀତି’ ମନ୍ତବ୍ୟକୁ ସମର୍ଥନ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
  • ||
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

କାର୍ଗିଲ ଯୁଦ୍ଧ ଲଢି ସାରିଥିବା ପୂର୍ବତନ ସୈନିକଙ୍କ ସମ୍ପର୍କୀୟଙ୍କ ଘରେ ପଶିଲେ ଲୋକେ, ବାଂଲାଦେଶୀ କହି ଗାଳି ଦେଲେ: ଭାରତୀୟ ହେବାର ମାଗିଲେ ପ୍ରମାଣ

Published By : Harapriya Biswal | July 30, 2025 7:46 PM

ପୁଣେ,୩୦।୭: ମହାରାଷ୍ଟ୍ରର ପୁଣେରୁ ସାମନାକୁ ଆସିଛି ଲଜ୍ଜାଜନକ ଘଟଣା। କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ଲଢି ସାରିଥିବା ପୂର୍ବତନ ସୈନିକ ହକିମୁଦ୍ଧିନ୍ ଶେଖ୍‌ଙ୍କ ପରିବାରକୁ ‘ବାଂଲାଦେଶୀ’ କହି  ଟାର୍ଗେଟ କରାଯାଇଥିବା ଅଭିଯୋଗ ଆସିଛି। ପୁଣେର ଚନ୍ଦନନଗର ଅଞ୍ଚଳରେ ଗତ ଶନିବାର ଅଧା ରାତିରେ ପ୍ରାୟ ୮୦ ଜଣ ଲୋକ ତାଙ୍କ ଘର ଭିତରକୁ ହଠାତ ପଶି ଆସିଥିଲେ। ଏହା ସହ ତାଙ୍କ ନାଗରିକତା ପ୍ରମାଣ କରିବାକୁ କହିଥିଲେ। ସେମାନେ ପୀଡିତ ପରିବାରର ଆଧାର କାର୍ଡ ମଧ୍ୟ ଯାଞ୍ଚ କରିଥିବା ଅଭିଯୋଗ ହୋଇଛି। ପରିବାର ଲୋକ ଅଭିଯୋଗ କରିଛନ୍ତି ହିନ୍ଦୁବାଦୀ ସଂଗଠନର କିଛି ଲୋକ ଘରେ ପଶି ସେମାନଙ୍କୁ ବାଂଲାଦେଶୀ ବୋଲି କହିଥିଲେ।

ହାକିମୁଦ୍ଦିନ ଶେଖ ଭାରତୀୟ ସେନାରେ କାର୍ଯ୍ୟ କରିସାରିଛନ୍ତି। ଏପରିକି କାରଗିଲ ଯୁଦ୍ଧରେ ମଧ୍ୟ ଲଢିଛନ୍ତି। ହାକିମୁଦ୍ଦିନ ବର୍ତ୍ତମାନ ତାଙ୍କ ପରିବାର ସହିତ ଉତ୍ତର ପ୍ରଦେଶର ପ୍ରତାପଗଡ଼ରେ ରୁହନ୍ତି। ହାକିମୁଦ୍ଦିନଙ୍କ ଦୁଇ ଭାଇ ସେମାନଙ୍କ ପରିବାର ସହିତ ପୁଣେରେ ରୁହନ୍ତି। ପୁଣେରେ ରହୁଥିବା ଭାଇ ଇରଶାଦ ଶେଖ କହିଛନ୍ତି, 'ଯେତେବେଳେ ସେ ଘରେ ଥିଲେ ଶନିବାର ମଧ୍ୟ ରାତ୍ରୀରେ ତାଙ୍କ ଘରର ଦ୍ୱାର କିଛି ଲୋକ ବାଡ଼େଇଥିଲେ। ଯେତେବେଳେ ଦ୍ୱାର ଖୋଲିଥିଲେ, ବହୁ ଲୋକ ତାଙ୍କ ଘର ଭିତରକୁ ପଶି ଯାଇଥିଲେ। ସେହି ଲୋକମାନେ ଆମକୁ ଆମର ଆଧାର କାର୍ଡ ଦେଖାଇବାକୁ କହିଲେ। ଯେତେବେଳେ ଆମେ ଆମର ଆଧାର କାର୍ଡ ଦେଖାଇଲୁ, ସେମାନେ କହିଲେ ଯେ ଆଧାର କାର୍ଡଗୁଡ଼ିକ ନକଲି।'

ଇରଶାଦ ଶେଖ କହିଛନ୍ତି ଯେ ଆମେ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲୁ ଯେ ଆମେ ଗତ କିଛି ଦଶନ୍ଧି ଧରି ପୁଣେରେ ରହୁଛୁ।  ତାଙ୍କ ବଡ଼ ଭାଇ ସେନାରେ ଚାକିରି କରିଛନ୍ତି ଏବଂ ତାଙ୍କ ଦୁଇ କାକା ମଧ୍ୟ ସେନାରେ ଚାକିରି କରିଛନ୍ତି। ଇରଶାଦ ଦାବି କରିଛନ୍ତି ଯେ ସେହି ଲୋକମାନେ ତାଙ୍କ କଥା ଶୁଣି ନଥିଲେ ଏବଂ ତାଙ୍କୁ ବାଂଲାଦେଶୀ ବୋଲି କହିବା ଆରମ୍ଭ କରିଥିଲେ। ସେମାନେ ଜୟ ଶ୍ରୀ ରାମର ସ୍ଲୋଗାନ ଦେଇଥିଲେ ଏବଂ ତାଙ୍କୁ ଏବଂ ତାଙ୍କ ପରିବାରକୁ ପୋଲିସ ଷ୍ଟେସନ ଯିବାକୁ କହିଥିଲେ। ତାଙ୍କ ସହିତ ଉପସ୍ଥିତ ଦୁଇ ଜଣ ବ୍ୟକ୍ତି ନିଜକୁ ପୋଲିସ ବୋଲି ପରିଚୟ ଦେଇଥିଲେ। ଉଭୟେ ସାଦା ପୋଷାକ ପିନ୍ଧିଥିଲେ।ଶେଖ୍ କହିଛନ୍ତି, ଆମେ ଚନ୍ଦନ ନଗର ପୋଲିସ ଷ୍ଟେସନ୍ ଯାଇଥିଲୁ। ସେଠାରେ ମହିଳା ଇନ୍ସପେକ୍ଟର ଆମର ଦସ୍ତାବିଜର ଯାଞ୍ଚ କରିଥିଲେ ଓ ଆମକୁ ଅପେକ୍ଷା କରିବାକୁ କୁହାଯାଇଥିଲା। ଦୁଇ ଘଣ୍ଟା ଅପେକ୍ଷା କରିବା ପରେ ଆମକୁ ଘରକୁ ପଠାଇ ଦିଆଯାଇଥିଲା। ତା ପର ଦିନ  ପୁଣିଥରେ ଆସିବାକୁ କୁହାଯାଇଥିଲା। ଏହା ସହ ପୋଲିସ କହିଥିଲା ଯଦି କାଲି ଆସିବନି ତେବେ ତୁମକୁ ବାଂଲାଦେଶୀ ନାଗରିକ ଘୋଷିତ କରି ଦିଆଯିବ।  ଇରଶାଦ ଶେଖ୍ ତା ପରଦିନ ଥାନାକୁ ଆସିବା ପରେ ତାଙ୍କୁ ଏହି ପ୍ରସଙ୍ଗରେ ଚୁପ୍ ରହିବାକୁ ପରାମର୍ଶ ଦିଆଯାଇଥିଲା। ଏପରିକି ପୋଲିସ ଏହି ମାମଲାକୁ ରଫା ଦଫା କରିବାକୁ ଚାପ ପକାଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.