ପ୍ରମୂଖ ଖବର
  • ଟ୍ରମ୍ପଙ୍କ ‘ଭାରତର ମୃତ ଅର୍ଥନୀତି’ ମନ୍ତବ୍ୟକୁ ସମର୍ଥନ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
  • ||
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ମଧ୍ୟପ୍ରଦେଶରେ ଜଣେ ମହିଳା ସିଭିଲ ଜଜ୍‌ଙ୍କ ଇସ୍ତଫା; କାରଣ ଜାଣିଲେ ହୋଇଯିବେ ତାଜୁବ୍

Published By : Bijay Swain | July 30, 2025 10:27 PM

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଶାହଦୋଲରେ କାର୍ଯ୍ୟରତ ଜଣେ ଜୁନିୟର ଡିଭିଜନ ସିଭିଲ ଜଜ୍‌ ଅଦିତି କୁମାର ଶର୍ମା ଗତ ସୋମବାର(୨୮ ଜୁଲାଇ) ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ନିଜର ଇସ୍ତଫା ପତ୍ର ଦାଖଲ କରିଛନ୍ତି। ତାଙ୍କ ଏହି ଇସ୍ତଫାର କାରଣ ହେଉଛି ଜଣେ ବରିଷ୍ଠ ଜଜ୍‌ ରାଜେଶ କୁମାର ଗୁପ୍ତାଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟରେ ଜଜ୍‌ ଭାବେ ପଦୋନ୍ନତି ମିଳିବା। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଅଦିତି ଶର୍ମା ନିଜ ଅଭିଯୋଗ ପତ୍ରରେ ରାଜେଶ ଗୁପ୍ତା ତାଙ୍କୁ ବର୍ଷ ବର୍ଷ ଧରି ମାନସିକ ଓ ଜାତିଗତ ଆକ୍ଷେପ ଦ୍ୱାରା ହଇରାଣ କରୁଥିବା ନେଇ ଉଲ୍ଲେଖ କରିଛନ୍ତି। 

ତାଙ୍କ ଇସ୍ତଫା ପତ୍ରରେ ଅଦିତି ଲେଖିଛନ୍ତି, “ମୁଁ ବିଚାରବିଭାଗୀୟ ସେବାରୁ ଇସ୍ତଫା ଦେଉଛି। କାରଣ ମୁଁ ଏହି ସଂସ୍ଥାକୁ ବିଫଳ କରିନାହିଁ, ବରଂ ଏହି ସଂସ୍ଥା ମୋତେ ବିଫଳ କରିଦେଇଛି।” ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଜଣେ ବରିଷ୍ଠ ଜଜ୍‌ଙ୍କ ବିରୁଦ୍ଧରେ ସ୍ୱର ଉଠାଇଥିବାରୁ ତାଙ୍କୁ ଅବିରତ ଭାବେ ହଇରାଣର ସମ୍ମୁଖୀନ ହେବାକୁ ପଡ଼ିଛି। ଅଦିତି ଅଭିଯୋଗ କରିଛନ୍ତି ଯେ ତାଙ୍କ ଅଭିଯୋଗ ସତ୍ତ୍ୱେ ଏ ଘଟଣାକୁ ନେଇ କୌଣସି ତଦନ୍ତ କିମ୍ବା ଶୁଣାଣି ହୋଇନାହିଁ। ବରଂ ଅଭିଯୁକ୍ତ ଜଜ୍‌ଙ୍କୁ ପଦୋନ୍ନତି ଦିଆଯାଇଛି। ଏଥିପାଇଁ ମୁଁ ମୋ କାର୍ଯ୍ୟକ୍ଷେତ୍ରରୁ ଇସ୍ତଫା ପ୍ରଦାନ କରୁଛି। 

ଅଦିତିଙ୍କ ଅଭିଯୋଗ ଅନୁଯାୟୀ, ସେ ରାଜେଶ ଗୁପ୍ତାଙ୍କ ବିରୁଦ୍ଧରେ ଦସ୍ତାବିଜ ସହିତ ଅଭିଯୋଗ ଦାଖଲ କରିଥିଲେ। କିନ୍ତୁ ତାଙ୍କୁ କୌଣସି ଶୁଣାଣିରେ ଡକାଯାଇ ନଥିଲା। ୨୦୨୩ରେ ଅକ୍ରୋଷମୂଳକ ଭାବେ ଅଦିତିଙ୍କ ସମେତ ଛଅ ଜଣ ମହିଳା ବିଚାରବିଭାଗୀୟ ଅଧିକାରୀଙ୍କୁ ଅସନ୍ତୋଷଜନକ କାର୍ଯ୍ୟଦକ୍ଷତା ଅଭିଯୋଗରେ ବରଖାସ୍ତ କରାଯାଇଥିଲା। ତେବେ, ୨୦୨୪ ଫେବୃଆରୀ ୨୮ରେ ସୁପ୍ରିମକୋର୍ଟ ଅଦିତିଙ୍କ ବରଖାସ୍ତକୁ “ଅନ୍ୟାୟପୂର୍ଣ ଓ ବେଆଇନ” ବୋଲି ଘୋଷଣା କରି ତାଙ୍କୁ ପୁନଃନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। 

ତାଙ୍କ ଇସ୍ତଫା ପତ୍ରରେ ସେ ଲେଖିଛନ୍ତି, “ମୁଁ ଏହି ସଂସ୍ଥାକୁ କୌଣସି ପଦକ, ଉତ୍ସବ କିମ୍ବା ତିକ୍ତତା ବିନା ଛାଡ଼ୁଛି। କେବଳ ଏକ ତିକ୍ତ ସତ୍ୟ ସହିତ ଯେ ବିଚାରବିଭାଗ ମୋତେ ବିଫଳ କରିଦେଇଛି। ଏବଂ ଏହା କେବଳ ମତେ ନୁହେଁ ବରଂ ନିଜେ ନିଜକୁ ମଧ୍ୟ ବିଫଳ କରିଛି।” ତାଙ୍କର ଏହି ପତ୍ର ବିଚାରବିଭାଗୀୟ ସଂସ୍ଥାରେ ଦାୟିତ୍ୱ ଓ ସ୍ୱଚ୍ଛତା ଉପରେ ଗୁରୁତର ପ୍ରଶ୍ନ ଉଠାଇଛି। 

ଏହି ଘଟଣା ସାମାଜିକ ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇଛି। ଯେଉଁଠାରେ ଅନେକ ଅଦିତିଙ୍କ ସାହସକୁ ପ୍ରଶଂସା କରିବା ସହ ବିଚାରବିଭାଗୀୟ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ନ୍ୟାୟର ଅଭାବକୁ ନେଇ ସମାଲୋଚନା ମଧ୍ୟ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.