ପ୍ରମୂଖ ଖବର
  • ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍ ବମ୍ : ୨୫% ଶୁଳ୍କ ସହ ଜରିମାନା ଲଗାଇଲା ଆମେରିକା, ୧ ଅଗଷ୍ଟରୁ ହେବ ଲାଗୁ
  • ||
  • ଗଲୱାନର ଚାରବାଗ ଅଞ୍ଚଳରେ ସେନା ଗାଡ଼ି ଉପରେ ଖସିଲା ପଥର; ୨ ଅଧିକାରୀ ସହିଦ, ୩ ଗୁରୁତର
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଗିରଫ
  • ||
  • ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର
  • ||
  • ନଦୀରେ ଖସିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କନ୍ଧମାଳ : ସାପ କାମୁଡ଼ାରେ ଚାଲିଗଲା ୨ ଜଣଙ୍କ ଜୀବନ
  • ||
  • ଇସ୍ରୋ-ନାସାର ମିଶନ୍ 'ନିସାର'; ଅପରାହ୍ନ ୫ଟା ୪୦ରେ ଶ୍ରୀହରିକୋଟ୍ଟାରୁ ଲଞ୍ଚ, ୧୨ ଦିନରେ ପୃଥିବୀକୁ କରିବ ସ୍କାନ
  • ||
  • ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଚିଲିକା ଓ ନନ୍ଦନକାନନକୁ ସତର୍କତା ଜାରି
  • ||
  • ଆହୁରି କଲବଲ କରିବ ବର୍ଷା, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ସାମ୍ନାକୁ ଆସିଲା ପହଲଗାମ ଆତଙ୍କୀଙ୍କ ପ୍ରଥମ ଫଟୋ; ଅପରେସନ ମହାଦେବରେ ହୋଇଛନ୍ତି ନିପାତ

Published By : Bijay Swain | July 29, 2025 5:40 PM

Image courtesy: india today

ଶ୍ରୀନଗର: ଭାରତୀୟ ସୁରକ୍ଷା ବାହିନୀ ଅପରେସନ ମହାଦେବ ଅଧୀନରେ ଶ୍ରୀନଗରରେ ଏକ ମିଳିତ ଅଭିଯାନରେ ତିନି ଆତଙ୍କବାଦୀଙ୍କୁ ନିହତ କରିଛି। ଆପଣଙ୍କୁ ଜଣାଇରଖୁ ଯେ ଏହି ଆତଙ୍କୀମାନେ ଗତ ଏପ୍ରିଲ ୨୨ ତାରିଖରେ ପହଲଗାମର ବୈସରଣ ଉପତ୍ୟକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଡ଼ିତ ଥିଲେ। ଏହି ଆକ୍ରମଣରେ ୨୬ ଜଣ ନିରୀହ ନାଗରିକଙ୍କର ମୃତ୍ୟୁ ଘଟିଥିଲା। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପହଲଗାମ ଆକ୍ରମଣରେ ଜଡ଼ିତ ଦୁଇ ଆତଙ୍କବାଦୀ ହବିବ ତାହିର ଓ ଜିବ୍ରାନଙ୍କ ପ୍ରଥମ ଫଟୋ ପ୍ରକାଶ କରିଛି। ଯେଉଁଥିରୁ ଦୁଇ ଆତଙ୍କୀ ପାକିସ୍ତାନୀ ନାଗରିକ ଥିଲେ ବୋଲି ଜଣାପଡିଛି। 

ଏହି ଅଭିଯାନରେ ଲସ୍କର-ଏ-ତୋଇବା (ଏଲଇଟି)ର ଶୀର୍ଷ କମାଣ୍ଡର ସୁଲେମାନ ଶାହ, ଯିଏ ହାସିମ ମୁସା ନାମରେ ମଧ୍ୟ ପରିଚିତ, ନିହତ ହୋଇଛି। ସେ ପହଲଗାମ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ କାର୍ଯ୍ୟକର୍ତ୍ତା ଭାବେ କାମ କରୁଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଘୋଷଣା କରିଛନ୍ତି ଯେ, ଏହି ତିନି ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ସଫଳତାର ସହ ନିହତ କରିଛି। ଯାହା ପହଲଗାମ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ନିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, "ବୈସରଣ ଉପତ୍ୟକାରେ ନିରୀହ ନାଗରିକଙ୍କୁ ସେମାନଙ୍କ ଧର୍ମ ପଚାରି ସେମାନଙ୍କ ପରିବାର ଆଗରେ ହତ୍ୟା କରାଯାଇଥିଲା। ଭାରତୀୟ ସେନା, ସିଆରପିଏଫ ଓ ଜମ୍ମୁ-କାଶ୍ମୀର ପୁଲିସର ମିଳିତ ଅଭିଯାନରେ ଏହି ତିନି ଆତଙ୍କବାଦୀଙ୍କୁ ନିହତ କରିଛି।"

ମିଳିତିବା ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ଡାଚିଗାମ ଜଙ୍ଗଲ ଅଞ୍ଚଳରେ ଏକ ତମ୍ବୁରେ ଶୋଇଥିବା ବେଳେ ସୁରକ୍ଷା ବାହିନୀ ଅଚାନକ ଆକ୍ରମଣ କରି ସେମାନଙ୍କୁ ନିହତ କରିଥିଲେ। ଏହି ଅଭିଯାନ ପୂର୍ବ ଯୋଜନା ଅନୁଯାୟୀ ହୋଇ ନଥିଲା। ଯବାନ ମାନେ ଏକ ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ ଆତଙ୍କୀଙ୍କ ଟିକଣାରେ ଆକସ୍ମିକ ଭାବେ ପହଞ୍ଚିଯାଇଥିଲେ। ଏହାପରେ ଅପରେସନ ମହାଦେବ ଅଧିନରେ ଆତଙ୍କୀମାନଙ୍କୁ ନିହତ କରିଥିଲେ। ଗତ ମେ ୨୨ ତାରିଖରେ ଡାଚିଗାମ ଜଙ୍ଗଲରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା। ଏବଂ ଜୁଲାଇ ୨୨ ତାରିଖରେ ସେନ୍ସର ମାଧ୍ୟମରେ ସେମାନଙ୍କ ଉପସ୍ଥିତି ନିଶ୍ଚିତ ହେବା ପରେ ସେନା ଦ୍ୱାରା ଏହି ଅଭିଯାନ ଆରମ୍ଭ ହୋଇଥିଲା। 

ଅମିତ ଶାହ କହିଛନ୍ତି, "ଆକ୍ରମଣ ପରେ ତୁରନ୍ତ ସୁରକ୍ଷା ବାହିନୀକୁ ଆତଙ୍କବାଦୀମାନଙ୍କୁ କୌଣସି ପରିସ୍ଥିତିରେ ବି ଦେଶ ଛାଡ଼ିବାକୁ ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।" ଏହି ଅଭିଯାନରେ ୧୭ଟି ଗ୍ରେନେଡ୍, ଏକେଏମ୪ କାର୍ବାଇନ ଏବଂ ଦୁଇଟି ଏକେ-୪୭ ରାଇଫଲ ଉଦ୍ଧାର କରାଯାଇଛି। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ପହଲଗାମ ଆକ୍ରମଣରେ ବ୍ୟବହୃତ ହୋଇଥିଲା ବୋଲି ଫରେନସିକ ରିପୋର୍ଟ ମାଧ୍ୟମରେ ନିଶ୍ଚିତ ହୋଇଛି। 

ଏହି ଅଭିଯାନ ପହଲଗାମ ଆକ୍ରମଣର ପ୍ରତିଶୋଧ ଭାବେ ପରିଗଣିତ ହେଉଛି। ଯେଉଁଥିରେ ଆତଙ୍କବାଦୀମାନେ କାଶ୍ମୀର ଉପତ୍ୟାକାକୁ ବୁଲିବାକୁ ଆସିଥିବା ନିରୀହ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କରିଥିଲେ। ଏହି ଆକ୍ରମଣର ଦାୟିତ୍ୱ ଦି ରେସିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ନାମକ ଏକ ସଂଗଠନ ନେଇଥିଲା। ଯାହା ଲସ୍କର-ଏ-ତୋଇବାର ଏକ ଶାଖା ସଂଗଠନ ବୋଲି କୁହାଯାଏ। ସବୁଠୁ ବଡ କଥା ହେଉଛି ଏହି ଟିଆରଏଫ ସଂଗଠନକୁ ଆମେରିକା ନିକଟରେ ଆତଙ୍କୀ ଦଳ ଭାବେ ତାଲିକାଭୁକ୍ତ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.