ପ୍ରମୂଖ ଖବର
  • ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍ ବମ୍ : ୨୫% ଶୁଳ୍କ ସହ ଜରିମାନା ଲଗାଇଲା ଆମେରିକା, ୧ ଅଗଷ୍ଟରୁ ହେବ ଲାଗୁ
  • ||
  • ଗଲୱାନର ଚାରବାଗ ଅଞ୍ଚଳରେ ସେନା ଗାଡ଼ି ଉପରେ ଖସିଲା ପଥର; ୨ ଅଧିକାରୀ ସହିଦ, ୩ ଗୁରୁତର
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଗିରଫ
  • ||
  • ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର
  • ||
  • ନଦୀରେ ଖସିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କନ୍ଧମାଳ : ସାପ କାମୁଡ଼ାରେ ଚାଲିଗଲା ୨ ଜଣଙ୍କ ଜୀବନ
  • ||
  • ଇସ୍ରୋ-ନାସାର ମିଶନ୍ 'ନିସାର'; ଅପରାହ୍ନ ୫ଟା ୪୦ରେ ଶ୍ରୀହରିକୋଟ୍ଟାରୁ ଲଞ୍ଚ, ୧୨ ଦିନରେ ପୃଥିବୀକୁ କରିବ ସ୍କାନ
  • ||
  • ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଚିଲିକା ଓ ନନ୍ଦନକାନନକୁ ସତର୍କତା ଜାରି
  • ||
  • ଆହୁରି କଲବଲ କରିବ ବର୍ଷା, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ଉତ୍ତର ପ୍ରଦେଶର ବୁଲନ୍ଦଶହରରେ ଦୁର୍ଲଭ ଗର୍ଭାବସ୍ଥା ଘଟଣା: ଯକୃତରେ ମିଳିଲା ୧୨ ସପ୍ତାହର ଭ୍ରୁଣ

Published By : Bijay Swain | July 29, 2025 10:56 PM

ବୁଲନ୍ଦଶହର: ଉତ୍ତର ପ୍ରଦେଶର ବୁଲନ୍ଦଶହର ଜିଲ୍ଲାରେ ଏକ ଅଭୂତପୂର୍ବ ଗର୍ଭାବସ୍ଥା ଘଟଣା ଡାକ୍ତରମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଜଣେ ୩୦ ବର୍ଷୀୟ ମହିଳା, ଯିଏ ଦୁଇ ସନ୍ତାନର ମା’ ଏବଂ ଗୃହିଣୀ, ଦୀର୍ଘ ଦିନ ଧରି ପେଟରେ ଯନ୍ତ୍ରଣା ଓ ବାନ୍ତି ଅନୁଭବ କରୁଥିଲେ। ଅନେକ ଡାକ୍ତରଙ୍କୁ ଦେଖାଇବା ଓ ଚିକିତ୍ସା କରାଇବା ପରେ ମଧ୍ୟ ତାଙ୍କୁ ଆରାମ ମିଳିନଥିଲା। ଶେଷରେ, ଏକ ଘରୋଇ ଇମେଜିଂ ସେଂଟରରେ କରାଯାଇଥିବା MRI ସ୍କାନରୁ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ତାଙ୍କର ୧୨ ସପ୍ତାହର ଗର୍ଭାବସ୍ଥା ଗର୍ଭାଶୟରେ ନୁହେଁ, ବରଂ ଯକୃତ (ଲିଭର)ରେ ହିଁ ରହିଛି।

ଏହି ଅସ୍ୱାଭାବିକ ଗର୍ଭାବସ୍ଥା ତାଙ୍କ ଯକୃତର ଡାହାଣ ଲୋବରେ ଥିବା ନିଶ୍ଚିତ ହୋଇଥିଲା। ରେଡିଓଲୋଜିଷ୍ଟ ଡା. କେକେ ଗୁପ୍ତା, ଗତ ଜୁଲାଇ ୨୨ ତାରିଖରେ ଉକ୍ତ ମହିଳାଙ୍କର MRI କରିଥିଲେ। ସ୍କାନ ସମୟରେ ଭ୍ରୁଣର ହୃଦସ୍ପନ୍ଦନ ମଧ୍ୟ ଚିହ୍ନଟ କରିଥିଲେ। ଡା. ଗୁପ୍ତାଙ୍କ ଅନୁସାରେ, ଏହା ଏକ ଅତ୍ୟନ୍ତ ଦୁର୍ଲଭ ଘଟଣା। ଯାହାର କେବଳ ୧୮ଟି କେସ ବିଶ୍ୱରେ ଏପର୍ଯ୍ୟନ୍ତ ଯାଏଁ ରିପୋର୍ଟ ହୋଇଛି। ଭାରତରେ ଏଭଳି ଘଟଣା ପୂର୍ବରୁ କେବେ ବି ରିପୋର୍ଟ ହୋଇନାହିଁ।

ଡା. ଗୁପ୍ତା ଆହୁରି ମଧ୍ୟ କହିଛନ୍ତି ଯେ ଏଭଳି ଗର୍ଭାବସ୍ଥା ୧୪ ସପ୍ତାହରୁ ଅଧିକ ସମୟ ଧରି ରଖିବା ମା’ଙ୍କ ଜୀବନ ପାଇଁ ଅତ୍ୟନ୍ତ ବିପଜ୍ଜନକ। ଏହାକୁ ଅସ୍ତ୍ରୋପଚାର ମାଧ୍ୟମରେ କାଢିବାର ଆବଶ୍ୟକତା ରହିଛି। ନଚେତ୍ ସ୍ୱାସ୍ଥ୍ୟରେ ଗୁରୁତର ଜଟିଳତା ଦେଖାଦେଇପାରେ। ଏହି ଅସାଧାରଣ ରୋଗ ନିର୍ଣ୍ଣୟ ପରେ, ମହିଳାଙ୍କୁ ଉନ୍ନତ ଚିକିତ୍ସା ଓ ଯତ୍ନ ପାଇଁ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS)କୁ ସ୍ଥାନାନ୍ତର କରାଯାଇଛି।

ସୂଚନା ମୁତାବକ ମହିଳାଙ୍କ ସ୍ୱାମୀ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି। ମହିଳା ଜଣଙ୍କ ଦୀର୍ଘ ଦୁଇ ମାସ ହେବ ଅଜଣା ପେଟ ଯନ୍ତ୍ରଣା ଓ ବାନ୍ତିରେ ପୀଡ଼ିତ ଥିଲେ। କିନ୍ତୁ ସ୍ଥାନୀୟ ଚିକିତ୍ସାରୁ କୌଣସି ଆରାମ ମିଳିନଥିଲା। MRI ସ୍କାନ ପରେ ହିଁ ତାଙ୍କ ଅସୁବିଧାର ପ୍ରକୃତ କାରଣ ଜଣାପଡ଼ିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.