ପ୍ରମୂଖ ଖବର
  • ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍ ବମ୍ : ୨୫% ଶୁଳ୍କ ସହ ଜରିମାନା ଲଗାଇଲା ଆମେରିକା, ୧ ଅଗଷ୍ଟରୁ ହେବ ଲାଗୁ
  • ||
  • ଗଲୱାନର ଚାରବାଗ ଅଞ୍ଚଳରେ ସେନା ଗାଡ଼ି ଉପରେ ଖସିଲା ପଥର; ୨ ଅଧିକାରୀ ସହିଦ, ୩ ଗୁରୁତର
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଗିରଫ
  • ||
  • ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର
  • ||
  • ନଦୀରେ ଖସିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କନ୍ଧମାଳ : ସାପ କାମୁଡ଼ାରେ ଚାଲିଗଲା ୨ ଜଣଙ୍କ ଜୀବନ
  • ||
  • ଇସ୍ରୋ-ନାସାର ମିଶନ୍ 'ନିସାର'; ଅପରାହ୍ନ ୫ଟା ୪୦ରେ ଶ୍ରୀହରିକୋଟ୍ଟାରୁ ଲଞ୍ଚ, ୧୨ ଦିନରେ ପୃଥିବୀକୁ କରିବ ସ୍କାନ
  • ||
  • ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଚିଲିକା ଓ ନନ୍ଦନକାନନକୁ ସତର୍କତା ଜାରି
  • ||
  • ଆହୁରି କଲବଲ କରିବ ବର୍ଷା, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ଦରକାର ପଡିବନି ପିନ୍, ଫିଙ୍ଗର ପ୍ରିଣ୍ଟ ଓ ଫେସ୍‌ ଆଇଡିରୁ ହେବ ୟୁପିଆଇ ପେମେଣ୍ଟ : ହେବାକୁ ଯାଉଛି ବଡ଼ ପରିବର୍ତ୍ତନ

Published By : Harapriya Biswal | July 29, 2025 3:59 PM

ନୂଆଦିଲ୍ଲୀ,୨୯।୭: ଡିଜିଟାଲ ପେମେଣ୍ଟ ଦୁନିଆରେ ଭାରତ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏବେ ଏଥି‌ରେ ଏକ ବଡ଼ ପରିବର୍ତ୍ତ ଆସିବାକୁ ଯାଉଛି। ଖୁବ୍ ଶୀଘ୍ର ଦେଶରେ ୟୁପିଆଇ ଟ୍ରାଞ୍ଜାକସନ୍‌ ପାଇଁ ଦରକାର ପଡିବନି ପିନ୍। ଏହା ଜାଗାରେ ବାୟୋମେଟ୍ରିକ୍ ଭେରିଫିକେସନ୍ ଭଳି ଫିଙ୍ଗରପ୍ରିଣ୍ଟ, ଫେସ୍ ଆଇଡି ଓ ଆଇରିସ୍ ସ୍କାନ୍‌ରୁ ପେମେଣ୍ଟକୁ ଅଥଣ୍ଟିକେସନ୍ କରାଯିବ। ଏନ୍‌ପିସିଆଇ ଏହି ନୂଆ ଟେକ୍ନୋଲୋଜି ଉପରେ କାମ କରୁଛି ଓ  ଏହାକୁ ଭବିଷ୍ୟତରେ ସାଧାରଣ ୟୁଜରଙ୍କ ପାଇଁ ଲଞ୍ଚ କରାଯାଇପାରେ। 

ଏହି ପଦହେକ୍ଷପ ବିଶେଷ ଭାବରେ ସେହି ୟୁଜରଙ୍କ ପାଇଁ ଲାଭଦାୟକ ହେବ, ଯେଉଁମାନେ ୟୁପିଆଇ ପିନ୍ ମନେ ରଖିପାରୁ ନାହାନ୍ତି। ନଚେତ କମ୍ ପାଠ ପଢିଛନ୍ତି। ବାୟୋମେଟ୍ରିକ୍ ପେମେଣ୍ଟ ଜରିଆରେ ଠକେଇ ମଧ୍ୟ ବହୁ ଦୂର ପର୍ଯ୍ୟନ୍ତ ରୋକି ହେବ। କାରଣ ଏହି ସିଷ୍ଟମ ୟୁନିକ୍ ବାୟୋ ଡାଟା ଉପରେ ଆଧାରିତ ହେବ। ଏହି ପ୍ରଣାଳୀ ଅନୁସାରେ, ୟୁପିଆଇ ପେମେଣ୍ଟ ପାଇଁ ଏବେ ୟୁଜରଙ୍କୁ ପିନ୍ ପକାଇବାର ଦରକାର ପଡିବନି। ଏହାଛଡା ୟୁଜର ନିଜର ବାୟୋମେଟ୍ରିକ୍ ପରିଚୟ ଯେପରିକି ଫିଙ୍ଗର ପ୍ରିଣ୍ଟ, ଫେସ୍ ସ୍କାନ୍ କିମ୍ବା ଆଇରିସ୍ ସ୍କାନ୍ ଜରିଆରେ ପେମେଣ୍ଟ କରିପାରିବେ। ଏହି ସୁବିଧା ବିଶେଷ ଭାବରେ ସେହି ୟୁଜରଙ୍କ ପାଇଁ ଲାଭଦାୟକ, ଯେଉଁମାନଙ୍କୁ ପିନ୍ ମନେରଖିବାରେ ସମସ୍ୟା ହେଉଛି। କ୍ୟୁଆର କୋଡ୍ ସ୍କାନ କରିବା ପରେ ପିନ୍‌ ସ୍ଥାନରେ ବାୟୋମେଟ୍ରିକ୍ ଭେରିଫିକେସନ୍‌ର ଅପ୍ସନ ଆସିବ। ଫିଙ୍ଗରପ୍ରିଣ୍ଟ ସ୍କାନର କିମ୍ବା ଫୋନ୍‌ର ଫେସ୍‌ଆଇଡିରୁ ଭେରିଫାଏ କରିବା ଉପରେ ପେମେଣ୍ଟ ଅଟୋମେଟିକାଲି କନଫର୍ମ ହୋଇଯିବ। ଆଧାର ଓ ଏନ୍‌ପିସିଆଇର ସିଧା ଲିଙ୍କ ଏହି ପକ୍ରିୟାକୁ ସମ୍ଭବ କରିଦେବ। ଯାହାଫଳରେ ଟ୍ରାଞ୍ଜାକସନ୍ ସିକ୍ୟୋର ରହିବା ସହ ସହଜ ହେବ। 

ବାୟୋମେଟ୍ରିକ୍‌ ଆଧାରିତ ପେମେଣ୍ଟ ସିଷ୍ଟମକୁ ସୁରକ୍ଷିତ ବୋଲି କୁହାଯାଉଛି, କାରଣ ଏଥିରେ ୟୁଜରଙ୍କ ବ୍ୟକ୍ତିଗତ ଡାଟା(ଯେପରିକି ଫିଙ୍ଗରପ୍ରିଣ୍ଟ ଓ ଫେସ୍ ଡିଟେଲ୍ସ) ସିଧା ୟୁପିଆଇ ଟ୍ରାଞ୍ଜାକସନ୍ ସହ ଜଡିତ ରହିଛି। ଏହାଦ୍ବାରା ଅନ୍ୟ କାହାକ ଦ୍ବାରା ପେମେଣ୍ଟ କରିବା ପ୍ରାୟ ଅସମ୍ଭବ ହୋଇଯାଇଥାଏ। ତେବେ କିଛି ସାଇବର ଏକ୍ସପର୍ଟ ଏହା ମଧ୍ୟ କହୁଛନ୍ତି ଯେ, ବାୟୋମେଟ୍ରିକ୍ ଡାଟା  ଲିକ୍ ହେବାର ସମ୍ଭାବନାକୁ ଗମ୍ଭୀରତାର ସହ ନେବା ଦରକାର। ଏଥିପାଇଁ ସରକାର ଓ ଏନ୍‌ପିସିଆଇର ସିଧା ଲିଙ୍କ ଏହି ପକ୍ରିୟାକୁ ସମ୍ଭବ କରିବ। ଫଳରେ ଟ୍ରାଞ୍ଜାକସନ୍ ସୁରକ୍ଷିତ ଓ ସହଜ ହେବ। ବାୟୋମେଟ୍ରିକ୍ ଆଧାରିତ ପେମେଣ୍ଟ ସିଷ୍ଟମ ସୁରକ୍ଷିତ ବୋଲି ମନେକରାଯାଉଛି। କାରଣ ୟୁଜରଙ୍କ ବ୍ୟକ୍ତିଗତ ଡାଟା ସିଧାସଳଖ ୟୁପିଆଇ ଟ୍ରାଞ୍ଜାକସନ୍ ସହ ଯୋଡି ହୋଇଯାଇଥାଏ। ଫଳରେ ଅନ୍ୟ କେହି ପେମେଣ୍ଟ କରିବା ପ୍ରାୟ ଅସମ୍ଭବ ହୋଇଯିବ। ତେବେ କିଛି କିଛି ସାଇବର ଏକ୍ସପର୍ଟ ବାୟୋମେଟ୍ରିକ୍ ଡାଟା ଲିକ୍ ହେବାର ସମ୍ଭାବନାକୁ ଗମ୍ଭୀରତାର ସହ ସହ ନେଇଛନ୍ତି। ଏଥିପାଇଁ ସରକାର ଓ ଏନ୍‌ପିସିଆଇ ପୂର୍ବରୁ ହିଁ ଆବଶ୍ୟକୀୟ ସୁରକ୍ଷା ଉପାୟ ଉପରେ କାମ କରୁଛନ୍ତି। ସବୁ ବାୟୋମେଟ୍ରିକ୍ ଡାଟାକୁ ଏନକ୍ରିପଟେଡ୍ ଫର୍ମରେ ରଖାଯିବ। ଏହାକୁ ବିନା ମଞ୍ଜୁରୀରେ କେହି ଆକ୍ସେସ କରିପାରିବନି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.