ନୂଆଦିଲ୍ଲୀ,୨୭/୦୭: ସରକାରଙ୍କ ବଡ଼ ଘୋଷଣା । ଏଣିକି ୟୁପିଆଇ ପେମେଣ୍ଟ ଉପରେ ଲାଗିବନି ଜିଏସଟି । ୟୁପିଆଇ ଟ୍ରାଞ୍ଜାକ୍ସନରେ ସରକାରଙ୍କ ଡିଜିଟାଲ ଇଣ୍ଡିଆ ଅଭିଯାନକୁ ପ୍ରୋତ୍ସାହିତ କରିବାରେ ଏକ ମାଇଲଖୁଣ୍ଟ ପ୍ରମାଣିତ ହେଉଛି। ୟୁପିଆଇ ଉପରେ ଜିଏସଟି ଲାଗୁ ହେବାର ରିପୋର୍ଟ ମଧ୍ୟରେ, ଅର୍ଥ ମନ୍ତ୍ରଣାଳୟ ରାଜ୍ୟସଭାରେ ସ୍ପଷ୍ଟ କରିଛି ଯେ ୨ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଟ୍ରାଞ୍ଜାକ୍ସନ ଉପରେ GST ଲାଗୁ କରିବା ବିଷୟରେ କୌଣସି ବିଚାର କରାଯାଉନାହିଁ।
୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର ଟ୍ରାଞ୍ଜାକ୍ସନ ଉପରେ ଜିଏସଟି ଲାଗୁ ନେଇ ସରକାରଙ୍କ ମତାମତ ସମ୍ପର୍କରେ ପଙ୍କଜ ଚୌଧୁରୀ କହିଛନ୍ତି ଯେ,ଜିଏସଟି ପରିଷଦର ସୁପାରିଶ ଆଧାରରେ ଜିଏସଟି ହାର ଏବଂ ଛାଡ଼ ସ୍ଥିର କରାଯାଏ। ଏହା ଏକ ସାମ୍ବିଧାନିକ ସଂସ୍ଥା, ଯେଉଁଥିରେ ରାଜ୍ୟ ଏବଂ କେନ୍ଦ୍ର ଉଭୟର ସଦସ୍ୟ ସାମିଲ ଅଛନ୍ତି। ତେବେ ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ ଜିଏସଟି ପ୍ରସଙ୍ଗ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ UPI ଟ୍ରାଞ୍ଜାକ୍ସନ ତଥ୍ୟ ଆଧାରରେ କର୍ଣ୍ଣାଟକରେ ବ୍ୟବସାୟୀଙ୍କୁ ପ୍ରାୟ ୬ ହଜାର GST ନୋଟିସ୍ ଜାରି କରାଯାଇଥିଲା।