ପ୍ରମୂଖ ଖବର
  • ମହୁଆରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ତେଜ ପ୍ରତାପ ଯାଦବ
  • ||
  • ଟ୍ରମ୍ପ ପ୍ରଶାସନର ମନମାନୀ, ବାଧ୍ୟ ହୋଇ ନାସାରୁ ଚାକିରି ଛାଡ଼ିବେ ୩୮୭୦ କର୍ମଚାରୀ
  • ||
  • ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ ଲାଗି ବିଜେପିର ଦାବି
  • ||
  • ଯୁଯୁମୁରା ଦେବଝରଣ ଜଳପ୍ରପାତରେ ବୁଡି ୨ ଡାକ୍ତରୀ ଛାତ୍ରଛାତ୍ରୀ ମୃତ
  • ||
  • ଗୟାଜୀରେ ଗ୍ୟାଙ୍ଗରେପ୍ ! ହୋମଗାର୍ଡ ଆଶାୟୀଙ୍କୁ ଆମ୍ବୁଲାନ୍ସରେ ଗଣଦୁଷ୍କର୍ମ ଅଭିଯୋଗ
  • ||
  • କଟକ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାକିରି ଦେବାକୁ କହି ଠକେଇ, ଜଣେ ଗିରଫ
  • ||
  • ସଫେଇ କର୍ମଚାରୀଙ୍କୁ ବଡ଼ ଭେଟି : ୧୦ ଲକ୍ଷର ଜୀବନବୀମା, କର୍ମକ୍ଷେତ୍ରରେ ମୃତ୍ୟୁ ହେଲେ ପରିବାରକୁ ୩୦ ଲକ୍ଷ
  • ||
  • ଦୁଇ ଦଶନ୍ଧି ପରେ ଚିନ୍ତାର କାରଣ ପାଲଟିଛି ଚିକନଗୁନିଆ, ଭାରତ ପାଇଁ କେତେ ବିପଦ ?
  • ||
  • ବିଜେଡ଼ି ଆଣିବ ଅନାସ୍ଥା ପ୍ରସ୍ତାବ ! ଇଙ୍ଗିତ ଦେଲେ ବରିଷ୍ଠ ବିଧାୟକ ଅରୁଣ ସାହୁ
  • ||
  • ଟେଷ୍ଟରୁ ସନ୍ନ୍ୟାସ ନେଇପାରନ୍ତି ଯଶପ୍ରୀତ ବୁମ୍‌ରା ! ସାମ୍ନାକୁ ଆସିଲା ବଡ଼ କାରଣ
  • ||
  • ଯାଜପୁର : ହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଝାଡ଼ଖଣ୍ଡରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୩ ନକ୍ସଲ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

ପହିଲାରୁ ୟୁପିଆଇ ନିୟମରେ ବଡ଼ ପରିବର୍ତ୍ତନ: ବାଲାନ୍ସ ଚେକ୍‌ ଏବଂ ଟ୍ରାଞ୍ଜାକ୍‌ସନ୍‌ ଷ୍ଟାଟସ୍‌ ଚେକ୍‌ ଲିମିଟ୍‌ ଧାର୍ଯ୍ୟ

Published By : Prameya | July 26, 2025 9:27 AM

ନୂଆଦିଲ୍ଲୀ,୨୬/୦୭: ଆସନ୍ତା  ଅଗଷ୍ଟ ପହିଲାରୁ ୟୁପିଆଇ ୟୁଜରମାନଙ୍କ ପାଇଁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଦୈନିକ ଫୋନ୍‌ ପେ’, ଗୁଗୁଲ୍‌ ପେ’  କିମ୍ବା ପେଟିଏମ୍‌ ଭଳି ୟୁପିଆଇ ଆପ୍‌ରୁ  ପେମେଣ୍ଟ କରୁଥିବା ୟୁଜରଙ୍କ ପାଇଁ ଏହା  ଗୁରୁତ୍ୱପୂର୍ଣ୍ଣ । ବାଲାନ୍ସ ଚେକ୍‌ ଲିମିଟ୍‌ ଧାର୍ଯ୍ୟ କରାଯିବା ସହିତ ଟ୍ରାଞ୍ଜାକ୍‌ସନ୍‌ ଷ୍ଟାଟସ୍‌  ଚେକ୍‌ ନେଇ ବି ସୀମା ସ୍ଥିର କରାଯାଇଛି ।  ଦିନକୁ ବାଲାନ୍ସ ଚେକ୍‌ କରିବାର ଲିମିଟ୍‌  ୫୦ ରହିବ । ଏହିଭଳି ଆହୁରି ଅନେକ  କିଛି ପରିବର୍ତ୍ତନ ଆସୁଛି ।  

ନ୍ୟାସ୍‌ନାଲ ପେମେଣ୍ଟ୍‌ସ  କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆ ଅର୍ଥାତ୍‌  ଏନ୍‌ପିସିଆଇ ୟୁପିଆଇକୁ ଅଧିକ ଦ୍ରୁତ,  ସୁରକ୍ଷିତ ଏବଂ ଭରସାଯୋଗ୍ୟ କରିବା  ପାଇଁ ଏହି ନୂଆ ନିୟମ ଲାଗୁ କରିବାକୁ  ଯାଉଛି । ଏହି ପରିବର୍ତ୍ତନର ପ୍ରଭାବ  ଲୋକଙ୍କ ଦୈନନ୍ଦିନ ଡିଜିଟାଲ ପେମେଣ୍ଟ  ଉପରେ ପଡ଼ିବ । ଭାରତରେ ପ୍ରତି ମାସ ୟୁପିଆଇ  ମାଧ୍ୟମରେ ୧୬୦୦ କୋଟିରୁ ଊଦ୍ଧ୍ୱର୍  ଟ୍ରାଞ୍ଜାକ୍‌ସନ ହୋଇଥାଏ । କିନ୍ତୁ ଅନେକ ଥର  ସର୍ଭରରେ ସମସ୍ୟା ତଥା ପେମେଣ୍ଟରେ  ବିଳମ୍ବ ହେଉଥିବାର ଅଭିଯୋଗ ଆସେ । ଏହି ସମସ୍ୟାଗୁଡ଼ିକୁ କମ୍‌ କରିବା ପାଇଁ  ଏନ୍‌ପିସିଆଇ ୟୁପିଆଇ ନିୟମରେ ୭ଟି ବଡ଼ ପରିବର୍ତ୍ତନ ଆଣିଛି ।  

ପ୍ରଥମ ପରିବର୍ତ୍ତନ ହେଉଛି  ବାଲାନ୍ସ ଚେକ୍‌ କରିବାର ଲିମିଟ୍‌ । ଏବେ  ୟୁଜର ଦିନକରେ ନିଜ ୟୁପିଆଇ ଆପ୍‌  ଜରିଆରେ ମାତ୍ର ୫୦ ଥର ବାଲାନ୍ସ  ଚେକ୍‌ କରିପାରିବେ । ବାରମ୍ବାର ବାଲାନ୍ସ  ଚେକ୍‌ କରିବା ଦ୍ୱାରା ସର୍ଭର ଉପରେ  ଚାପ ପଡ଼ିଥାଏ, ଯାହାଦ୍ୱାରା ଟ୍ରାଞ୍ଜାକ୍‌ସନ  ଧୀମା ହୋଇଯାଏ । ତେଣୁ ଏହି ନିୟମ  ଅଣାଯାଇଛି । ଉପଭୋକ୍ତା ନିଜ ମୋବାଇଲ  ନମ୍ବର ସହ ଲିଙ୍କ୍‌ ହୋଇଥିବା ବ୍ୟାଙ୍କ  ଆକାଉଣ୍ଟଗୁଡ଼ିକୁ ଦୈନିକ ମାତ୍ର ୨୫ ଥର  ଚେକ୍‌ କରିପାରିବେ । ଏହାଦ୍ୱାରା ସିଷ୍ଟମ୍‌ରେ  ଅନାବଶ୍ୟକ ଚାପ କମ୍‌ ହେବ ଏବଂ  ଜାଲିଆତି ଆଶଙ୍କା ବି ହ୍ରାସ ପାଇବ । 

ଅଟୋପେ’ ଟ୍ରାଞ୍ଜାକସନ୍‌ ଯେପରି  ନେଟ୍‌ଫ୍ଲିକ୍ସ କିମ୍ବା ମ୍ୟୁଚୁଆଲ ଫଣ୍ଡ୍‌ କିସ୍ତି  ଏବେ ୩ଟି ଟାଇମ୍‌ ସ୍ଲଟ୍‌ରେ ପ୍ରୋସେସ୍‌  ହେବ । ଏହି ସମୟ ହେଲା ସକାଳ ୧୦ଟା  ପୂର୍ବରୁ, ଅପରାହ୍ନ ୧ରୁ ୫ଟା ଏବଂ ରାତି ୯  ଟା ୩୦ ପରେ । ଏହାଦ୍ୱାରା ଭିଡ଼ ରହୁଥିବା  ସମୟରେ ସର୍ଭର ଉପରେ ଚାପ କମ୍‌  ହେବ ।

ଚତୁର୍ଥ ପରିବର୍ତ୍ତନ ହେଉଛି,  ଟ୍ରାଞ୍ଜାକ୍‌ସନ ଷ୍ଟାଟସ୍‌ ଚେକ୍‌ କରିବାର  ସୀମା । ଏବେ ଉପଭୋକ୍ତା କୌଣସି ବିଫଳ  ଟ୍ରାଞ୍ଜାକ୍‌ସନ୍‌ର ଷ୍ଟାଟସ୍‌ ଦିନରେ କେବଳ ୩  ଥର ଚେକ୍‌ କରିପାରିବେ ଏବଂ ପ୍ରତିଟି  ଚେକ୍‌ ମଧ୍ୟରେ ୯୦ ସେକେଣ୍ଡର ଗ୍ୟାପ୍‌  ରହିବା ଜରୁରୀ । ବାରମ୍ବାର ଷ୍ଟାଟସ ଦେଖିବା  ଦ୍ୱାରା ସିଷ୍ଟମ୍‌ ଧୀମା ହୋଇଥାଏ ।  

୩୦ ଜୁନ୍‌ ପୂର୍ବରୁ ଏକ ନିୟମ ଲାଗୁ  ହୋଇଛି, ଯାହା ଅନ୍ତର୍ଗତ ପେମେଣ୍ଟ କରିବା  ପୂର୍ବରୁ ହିଁ ରିସିଭର୍‌ଙ୍କ ପଞ୍ଜୀକୃତ ବ୍ୟାଙ୍କ  ନେମ୍‌ ଦେଖିବାକୁ ମିଳିବ । ଏହାଦ୍ୱାରା  ଭୁଲ ଆକାଉଣ୍ଟରେ ଟଙ୍କା ଚାଲିଯିବାର  ଭୟ ରହିବ ନାହିଁ ଏବଂ ଜାଲିଆତି ଆଶଙ୍କା  କମିବ । ଚାର୍ଜବ୍ୟାକ୍‌ ତଥା ପେମେଣ୍ଟ  ରିଭର୍ସାଲ ଲିମିଟ୍‌ ଧାର୍ଯ୍ୟ କରାଯାଇଛି ।  ୩୦ ଦିନରେ ୧୦ ଥର ଏବଂ କୌଣସି  ଜଣେ ବ୍ୟକ୍ତି କିମ୍ବା ସଂସ୍ଥାରୁ ୫ ଥର ହିଁ ଚାର୍ଜବ୍ୟାକ୍‌ ମାଗିପାରିବେ । 

ଏହାବ୍ୟତୀତ ଏନ୍‌ପିସିଆଇ ବ୍ୟାଙ୍କ  ଏବଂ ଆପ୍‌ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ଯେ,  ସେମାନେ ୟୁପିଆଇ ବ୍ୟବହାରକୁ ଅନୁଧ୍ୟାନ  କରନ୍ତୁ । ଯାହାଦ୍ୱାରା ସିଷ୍ଟମ୍‌ରେ ହେରଫେର  ହେବ ନାହିଁ ।   

ଏହି ପରିବର୍ତ୍ତନର ଉଦ୍ଦେଶ୍ୟ  ହେଉଛି ୟୁପିଆଇକୁ ଆହୁରି ଅଧିକ ଉନ୍ନତ କରିବା । ବାରମ୍ବାର ବାଲାନ୍ସ ଚେକ୍‌ କରିବା  କିମ୍ବା ଷ୍ଟାଟସ୍‌ ରିଫ୍ରେସ୍‌ କରିବାର ଅଭ୍ୟାସ  ଛାଡ଼ିବେ ୟୁଜର । ଅଟୋପେ’ ପାଇଁ  ନନ୍‌-ପିକ୍‌ ସମୟକୁ ଧ୍ୟାନରେ ରଖି ଏବଂ ପେମେଣ୍ଟ ପୂର୍ବରୁ ରିସିଭର୍‌ଙ୍କ ନାଁ ଦେଖିବା ପାଇଁ ୟୁଜରଙ୍କୁ ଆହ୍ୱାନ ଦିଆଯାଇଛି । ଏ  ନିୟମ ସିଷ୍ଟମ୍‌କୁ ଦ୍ରୁତ ଏବଂ ସୁରକ୍ଷିତ  କରିବ, ଯାହାଦ୍ୱାରା ୟୁଜର ନିର୍ବିଘ୍ନରେ  ଡିଜିଟାଲ ପେମେଣ୍ଟ କରିପାରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.