ମୁମ୍ବାଇ,୨୫/୭: ଅପେକ୍ଷାର ହେଲା ଅନ୍ତ । ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ 'ୱାର ୨' ଟ୍ରେଲର । ଟ୍ରେଲରରେ ହ୍ରିତିକ୍ ରୋଶନ, ଜୁନିଅର ଏନଟିଆର ଓ କିଆରା ଆଡଭାନୀଙ୍କୁ ଜବରଦସ୍ତ ଲୁକରେ ଦେଖିବାକୁ ମିଳିଛି । ହ୍ରିତିକ୍-ଜୁନିଅର ଏନଟିଆରଙ୍କୁ ଆକ୍ସନ ଲୁକ୍ରେ ଦେଖିବାକୁ ମିଳିଛି। ତେବେ ଏହି ଟ୍ରେଲର ରିଲିଜର କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଲୋକେ ପସନ୍ଦ କରିଥିବା ବେଳେ ଫିଲ୍ମ ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
ତେବେ ଏହି ଫିଲ୍ମ ମାଧ୍ୟମରେ ଜୁନିଅର ଏନଟିଆର ବଲିଉଡରେ ଡେବ୍ୟୁ କରୁଛନ୍ତି । ଟ୍ରେଲରରେ ତାଙ୍କର ଷ୍ଟାଇଲ୍ ଏବଂ ଚରିତ୍ର ଦେଖି ଲାଗୁଛି ଯେ 'ୱାର ୨' ଜୁନିଅର ଏନଟିଆରଙ୍କ ପାଇଁ ବଲିଉଡରେ ଆରମ୍ଭ କରିବା ପାଇଁ ଏକ ଭଲ ବିକଳ୍ପ । 'ୱାର ୨' 'ୱାର'ର ଏକ ସିକ୍ୱେଲ ଅଟେ । ପ୍ରଥମ 'ୱାର' ୨୦୧୯ରେ ମୁକ୍ତିଲାଭ କରିଥିଲା, ଯାହାର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ । କିନ୍ତୁ 'ୱାର ୨' ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ନିର୍ଦ୍ଦେଶନା ଦେଇଛନ୍ତି ଏବଂ YRF ଦ୍ୱାରା ନିର୍ମିତ ହେଉଛି । 'ୱାର ୨' ହେଉଛି ୟଶ ରାଜ ଫିଲ୍ମସ ସ୍ପାଏ ୟୁନିଭର୍ସର ୬ଷ୍ଠ ଫିଲ୍ମ । ପ୍ରଥମ 'ୱାର' ୨୦୧୯ରେ ମୁକ୍ତିଲାଭ କରିଥିଲା, ଯାହା ୧୫୦କୋଟି ଟଙ୍କା ବଜେଟରେ ପ୍ରସ୍ତୁତ ହୋଇଥିଲା । ତେବେ ୟଶ ରାଜ ସ୍ପାଏ ୟୁନିଭର୍ସର ଏହି ଫିଲ୍ମ ଅଗଷ୍ଟ ୧୪ରେ ସ୍ୱାଧୀନତା ଦିବସ ଅବସରରେ ସିନେମା ହଲରେ ମୁକ୍ତିଲାଭ କରିବ।