ଭୁବନେଶ୍ବର ୨୮/୦୭: ଅଗଷ୍ଟ ୧ ତାରିଖରେ ରିଲିଜ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଛିରେ ନନୀ’ । ଏ ଫିଲ୍ମର ମୁଖ୍ୟ ଚରିତ୍ରରେ ଦର୍ଶକ ଶିବାନୀ, ଶୈଳେନ୍ଦ୍ର ଓ ଦୀପନ୍ୱିତ ଦାସ ମହାପାତ୍ରଙ୍କୁ ଦେଖିବେ । ଏକ ତାଜା ଓ ଗଭୀର ଭାବନାତ୍ମକ ପ୍ରେମ କାହାଣୀ ଆଧାରିତ ଏ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଓ ସଫଳ ନିର୍ମାତା ସୀତାରାମ ଅଗ୍ରୱାଲ। ଏହି ନୂତନ ପିଢ଼ିର ରୋମାଣ୍ଟିକ ଫିଲ୍ମ ନିରୀହ ପ୍ରେମ, ଗ୍ରାମ୍ୟ ବାସ୍ତବତା ଓ ହୃଦୟ ବିଦାରକ ନାଟକୀୟତାକୁ ଏକତ୍ର କରି ଦେଖାଉଛି, ଯେଉଁଠି ପ୍ରେମ, ପରିବାର ଓ ଭାଗ୍ୟକୁ ଅସ୍ୱୀକାର କରେ ।
ଏହି ଫିଲ୍ମ ବଳିଷ୍ଠ କାହାଣୀ ଓ ସାହସିକ ଚିତ୍ରଣ ଲାଗି ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଆସିଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି । କାର୍ଯ୍ୟନିର୍ବାହୀ ପ୍ରଯୋଜକ ଦାୟିତ୍ୱ ତୁଲାଇଛନ୍ତି ସିଦ୍ଧାର୍ଥ ଓ ତମନ୍ନା ଅଗ୍ରୱାଲ । ସଂଳାପ ଲେଖିଛନ୍ତି ସୁଶାନ୍ତ ମଣି ଓ ହିରେନ କୁମାର । ଡିଓପିରେ ଅଛନ୍ତି କୁହୁ ମଲ୍ଲ । କୋରିଓଗ୍ରାଫି କରିଛନ୍ତି ସୁମନ୍ତ ମଣି । ଛିରେ ନନୀ ଛି ଗୀତ ଭଳି ଏହି ସିନେମା ମଧ୍ୟ ଲୋଭପ୍ରିୟତା ଲାଭ କରିବା ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା କରାଯାଉଛି । ପୂର୍ବରୁ ସୀତାରାମ ଅଗ୍ରୱାଲ୍ ବେଶ କେତୋଟି ସଫଳ ସିନେମା ଦର୍ଶକଙ୍କୁ ଭେଟି ଦେଇଛନ୍ତି । ତେଣୁ ଏହି ସିନେମାରୁ ଦର୍ଶକ ମଧ୍ୟ ଅନେକ କିଛି ଆଶା ରଖିଛନ୍ତି।