ମୁମ୍ବାଇ,୧୮/୦୭: ବଲିଉଡରେ ବହୁତ କମ୍ ଅଭିନେତା ଅଛନ୍ତି ଯେଉଁମାନେ ଫିଲ୍ମ ଏବଂ ଟିଭିରେ କାମ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ରୀତା ଭାଦୁରୀ । କିଛି ବଛା ବଛା କଳାକାରଙ୍କ ମଧ୍ୟରୁ ସେ ଥିଲେ ଜଣେ । ରୀତା କେବଳ ଫିଲ୍ମରେ ନୁହେଁ ବରଂ ଛୋଟ ପରଦାରେ ଦର୍ଶକଙ୍କଠାରୁ ବହୁତ ପ୍ରଶଂସା ପାଇଥିଲେ। ଘରେ ଘରେ ତାଙ୍କ ଅଭିନୟର ଆଲୋଚନା ଏବେ ବି ହୁଏ । ପ୍ରମାଣ କରେ ଯେ ସେ କେତେ ଚମତ୍କାର ଅଭିନେତ୍ରୀ ଥିଲେ । ଆଜି ସେ ଆମ ଗହଣରେ ନାହାନ୍ତି । ୧୭ ଜୁଲାଇ ୨୦୧୮ରେ, ଏହି ମହାନ ଅଭିନେତ୍ରୀ ଦୁନିଆରୁ ବିଦାୟ ନେଇଥିଲେ । ଅଭିନୟ ଦୁନିଆରେ ତାଙ୍କ ଅବଦାନ ଆଜି ଜୀବିତ ।
୧୯୫୫ ୪ ନଭେମ୍ବରରେ ଜନ୍ମଗ୍ରହଣ କରିଥିବା ଏହି କଳାକାର ଗୋଟିଏ ପରେ ଗୋଟିଏ ଫିଲ୍ମରେ ଚମତ୍କାର ଅଭିନୟ କରି ନାଁ କରିଥିଲେ । ହିନ୍ଦୀ ସିନେମାରେ ନିଜର ପରିଚୟ ସୃଷ୍ଟି କରିଥିଲେ । ସେ ମାତ୍ର ୧୩ ବର୍ଷ ବୟସରେ 'ତେରି ତଲାଶ ମେ' ଫିଲ୍ମରେ କ୍ୟାରିଅର ଆରମ୍ଭ କରିଥିଲେ। ରୀତା ପ୍ରାୟ ୭୦ ଟି ଚଳଚ୍ଚିତ୍ର ଏବଂ ୩୦ରୁ ଅଧିକ ଟେଲିଭିଜନ ସିରିଏଲରେ କାମ କରିଛନ୍ତି । ତାଙ୍କର ପ୍ରମୁଖ ଚଳଚ୍ଚିତ୍ରଗୁଡ଼ିକରେ ଜୁଲି, ସାୱନ୍ କୋ ଆଏନ୍ ଦୋ, ରାଜା, କ୍ୟାୟା କେହନା, ଏବଂ ମେନ୍ ମାଧୁରୀ ଦୀକ୍ଷିତ ବନ୍ନା ଚହତି ହୁନ୍ ପ୍ରମୁଖ ପିଲ୍ମ ରହିଛି । ସାରା ଜୀବନ ଅବିବାହିତ ରହିଥିଲେ ବଲିଉଡରେ ଏହି ଫେବରିଟ୍ ମାଆ । ରୀତାଙ୍କୁ ଜୟା ବଚ୍ଚନଙ୍କ ଉଭଣୀ ବୋଲି କୁହାଯାଏ । ଏହା ଶୁଣି ସେ ରାଗି ଯାଆନ୍ତି ।
କିଡନୀ ରୋଗରେ ପୀଡିତ ଥିଲେ ରୀତା । ନିୟମିତ ଡାଏଲିସିସ୍ ଥିଲେ । ଅସୁସ୍ଥତା ପରେ ବି ସେ କାମ କରିବା ବନ୍ଦ କରିନଥିଲେ। ଏକ ସାକ୍ଷାତକାରରେ ସେ କହିଥିଲେ, "ବାର୍ଦ୍ଧକ୍ୟ ରୋଗର ଭୟରେ ମୁଁ କ'ଣ କାମ କରିବା ବନ୍ଦ କରିଦେବି ? ମୁଁ ବ୍ୟସ୍ତ ରହିବାକୁ ପସନ୍ଦ କରେ ।" ଚଳଚ୍ଚିତ୍ର ଏବଂ ଟିଭିରେ ମାଆ ଭୂମିକାରେ ଅଭିନୟ କରିଥିବା ଏହି ଅଭିନେତ୍ରୀଙ୍କ ଜୀବନ ସହିତ ଜଡିତ ଏକ କଥା, ଯାହା ହୁଏତ ବହୁତ କମ୍ ଲୋକ ଜାଣିଥିବେ ଯେ ରୀତା ଅବିବାହିତ ଥିଲେ। ତଥାପି, ତାଙ୍କ ଜୀବନ କଳା ଏବଂ ପ୍ରଶଂସକଙ୍କ ଭଲ ପାଇବାରେ ପରିପୂର୍ଣ୍ଣ ଥିଲା । ୧୭ ଜୁଲାଇ ୨୦୧୮ରେ ୬୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।