ପ୍ରମୂଖ ଖବର
  • ଜୟସ୍ୱାଲ ଏବଂ ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ, ପନ୍ତ ଆହତ: ଟିମ୍ ଇଣ୍ଡିଆର ସ୍କୋର ୨୬୪/୪
  • ||
  • Myntra ବିରୋଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଫେମା ଆଇନ୍ ଉଲ୍ଲଂଘନ ଅଭିଯୋଗ
  • ||
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ଅମିତାଭଙ୍କ ‘ଫ୍ୟାଣ୍ଟମ୍‌’ ଏବଂ ଆମିରଙ୍କ ‘ଘୋଷ୍ଟ’ ଉପରେ ୩୮ ଲକ୍ଷ ଟଙ୍କା ଫାଇନ୍‌, କିନ୍ତୁ ଚର୍ଚ୍ଚାରେ କେଜିଏଫ୍‌ !

Published By : Tapas Panda | July 23, 2025 8:30 PM

Image Courtesy: jagran

ବେଙ୍ଗାଲୁରୁ:  ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ଏବଂ ଆମିର ଖାନଙ୍କୁ ନେଇ ଏକ ଅଜବ ଖବର ସାମ୍ନାକୁ ଆସିଛି । ସେମାନେ ପୂର୍ବରୁ ବ୍ୟବହାର କରୁଥିବା କାରରେ କଟିଛି ଚାଲାଣ । ହଜାରେ କି ଦୁଇ ହାଜର ନୁହେଁ ବରଂ ଦୁଇ କାର ପାଇଁ ମୋଟ ୩୮ ଲକ୍ଷ ଟଙ୍କାର ଜରିମାନା ଲାଗିଛି । ପ୍ରକୃତରେ ଫିଲ୍ମ ଷ୍ଟାର ଅମିତାଭ ବଚ୍ଚନ ଏବଂ ଆମିର ଖାନଙ୍କ ନାମରେ ପଞ୍ଜିକୃତ ଦୁଇଟି ରୋଲ୍ସ ରୟସ୍ କାରକୁ ରୋଡ୍ ଟ୍ୟାକ୍ସ ନଦେବା ପାଇଁ ୧୮ ଲକ୍ଷ ଏବଂ ୧୯ ଲକ୍ଷ ଟଙ୍କାରୁ ଅଧିକ ଜରିମାନା କରାଯାଇଛି ।

ଏବେ ଏହି କାର ଅମିତାଭ କିମ୍ବା ଆମିରଙ୍କ ପାଖରେ ନାହିଁ । ଏହି ଦୁଇଟି କାର ଜଣେ ସ୍ଥାନୀୟ ବ୍ୟବସାୟୀ ୟୁସୁଫ ସରିଫଙ୍କ ମାଲିକାନାରେ ରହିଛି । ସ୍ଥାନୀୟ ଲୋକମାନେ ତାଙ୍କୁ କେଜିଏଫ୍‌ ବୋଲି କୁହନ୍ତି । ସେ ଏହି ଅତ୍ୟଧିକ ବିଳାସପୂର୍ଣ୍ଣ ଯାନ ବ୍ୟବହାର କରନ୍ତି। ସେ କିଛି ବର୍ଷ ପୂର୍ବରୁ ଅମିତାଭ ବଚ୍ଚନ ଏବଂ ଆମିର ଖାନଙ୍କଠାରୁ ଏହି କାରଗୁଡ଼ିକ କିଣିଥିଲେ କିନ୍ତୁ ସେଗୁଡ଼ିକୁ ନିଜ ନାଁରେ ପଞ୍ଜିକୃତ କରିନଥିଲେ । ସେ ଅମିତାଭ ବଚ୍ଚନଙ୍କଠାରୁ ରୋଲ୍ସ ରଏସ୍ ଫ୍ୟାଣ୍ଟମ୍ ଏବଂ ଆମିର ଖାନଙ୍କଠାରୁ ରୋଲ୍ସ ରଏସ୍ ଘୋଷ୍ଟ କିଣିଥିଲେ ଏବଂ ଉଭୟ କାର ମହାରାଷ୍ଟ୍ରରେ ପଞ୍ଜିକୃତ । 

କେଜିଏଫ ଏହି କାରଗୁଡ଼ିକୁ କେବେ କିଣିଥିଲେ ତାହାର ସଠିକ୍ ସୂଚନା ନାହିଁ । ତଥାପି ରୋଲ୍ସ ରଏସ୍ ଫ୍ୟାଣ୍ଟମ୍ ୨୦୨୧ରୁ ଏବଂ ଘୋଷ୍ଟ ୨୦୨୩ ରୁ ବେଙ୍ଗାଲୁରୁରେ ରହିଛି ବୋଲି ଆରଟିଓ ତଥ୍ୟରୁ ଜଣାପଡ଼ୁଛି । ଅମିତାଭ ବଚ୍ଚନଙ୍କ ଫ୍ୟାଣ୍ଟମ୍ ଉପରେ ୧୮.୫୩ ଲକ୍ଷ ଟଙ୍କା ଏବଂ ଆମିର ଖାନଙ୍କ ଘୋଷ୍ଟ ଉପରେ ୧୯.୭୩ ଲକ୍ଷ ଟଙ୍କା ଜରିମାନା ଲାଗିଛି । ରୋଡ୍ ଟ୍ୟାକ୍ସ ନଦେଇ କର୍ଣ୍ଣାଟକରେ ଦୀର୍ଘ ସମୟ ଧରି କାର  ଦୁଇଟି ଚାଲୁଥିଲା । ଏଥିପାଇଁ ଏହି ଜରିମାନା ଲାଗୁ କରାଯାଇଛି । 

ମିଳିଥିବା ସୂଚନା ଅନୁସାରେ, ରୋଲ୍ସ ରଏସ୍ ଫ୍ୟାଣ୍ଟମକୁ ପ୍ରଥମେ ୨୦୨୧ରେ ଧରିଥିଲା ଆରଟିଓ । ହେଲେ ବେଙ୍ଗାଲୁରୁରେ ଫ୍ୟାଣ୍ଟମକୁ ବର୍ଷେ ପୂରଣ ହୋଇନଥିବାରୁ ଜରିମାନା ଆଦୟ ହୋଇନଥିଲା ।  କିନ୍ତୁ ଏବେ ଉଭୟ କାର ବେଙ୍ଗାଲୁରୁ ରାସ୍ତାରେ ଏକାଧିକ ବର୍ଷ ଧରି ଦୌଡ଼ୁଛି କିନ୍ତୁ ମାଲିକ  ଏଥିପାଇଁ ରୋଡ୍‌ ଟ୍ୟାକ୍ସ ଦେଇନାହାନ୍ତି । ଏବେ ଏହି ଦୁଇଟି ଗାଡ଼ି ଉପରେ ଲାଗିଛି ୩୮ ଲକ୍ଷ ଟଙ୍କାର ଜରିମାନା । ଯଦିଓ ଏହି କାର ଏବେ ଅମିତାଭ ଏବଂ ଆମିରଙ୍କ ମାଲିକାନାରେ ନାହିଁ, କିନ୍ତୁ ବଳିଉଡ୍‌ ସୁପରଷ୍ଟାର ହୋଇଥିବାରୁ ସେମାନଙ୍କ ନାଁ ଚର୍ଚ୍ଚାକୁ ଆସିବା ସ୍ବାଭାବିକ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.