ନୂଆଦିଲ୍ଲୀ,୨୩/୦୭: ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଅଚାନାକ ଇସ୍ତଫା ଦେବା ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ଇସ୍ତଫା ଦେବା ପେର ଏବେ କିଏ ସେହି ପଦରେ ବସିବେ ସେ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ବିଭିନ୍ନ ଦଳର ନେତା ବୟାନ ଦେଇଛନ୍ତି । କଂଗ୍ରେସ ଦଳର ସିନିୟର ନେତା ପି.ଚିଦାମ୍ବରମ କହିଛନ୍ତି, ଏହା ଜଳ ଜଳ ହୋଇ ଦେଖାଯାଉଛି କି ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ସରକାରଙ୍କ ମଧ୍ୟରେ ଏକମତ ନଥିଲା ।
କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ପି.ଚିଦାମ୍ବରମ ଜଗଦୀପ ଧନଖଡ଼ଙ୍କ ଇସ୍ତଫାକୁ ନେଇ କହିଛନ୍ତି, ''ତାଙ୍କୁ ଇସ୍ତଫା ଦେବାକୁ ପଡିଲା କାରଣ ସେ ତାଙ୍କ ସୀମା ଲଙ୍ଘିଥିଲେ । ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ସ୍ୱୀକାର କରି ସରକାରଙ୍କ ବିରୋଧ କରିଥିଲେ । ଏହାଦ୍ୱାରା ତାଙ୍କ ସମ୍ପର୍କ ସରକାରଙ୍କ ସହିତ ଖରାପ ହୋଇଥିଲା । ଏହା ସ୍ପଷ୍ଟ ଯେ ଦୁହିଁଙ୍କ ମଧ୍ୟରେ ଏକମତ ନାହିଁ ।''
ପି.ଚିଦାମ୍ବରମ ଆହୁରି କହିଛନ୍ତି, ''ଯେବେ ସରକାର ଧନଖଡ଼ଙ୍କ ଉପରେ ଭରସା ହରାଇଥିଲେ, ସେବେ ତାଙ୍କୁ ଯିବାକୁ ପଡିଲା । ରାଜ୍ୟସଭାରେ ଧନଖଡ଼ଙ୍କ ଇସ୍ତଫାକୁ ସଂକ୍ଷିପ୍ତ ଏବଂ ଔପଚାରିକ ଘେ ଦୁଇପକ୍ଷ ମଧ୍ୟରେ ଏବେ କୌଣସି ସମ୍ମାନ ନାହିଁ । କୌଣସି ବିଦାୟୀ ସମାରୋହ ହୋଇନାହିଁ । ଯେଉଁଥିରୁ ସଂଙ୍କେତ ମିଳିଛି କି ଧନଖଡ଼ଙ୍କ ସମର୍ଥନ ଶେଷ ହୋଇଛି ।''
ଧନଖଡ଼ଙ୍କ ଇସ୍ତଫା ପରେ ତାଙ୍କ ସ୍ଥାନ କିଏ ନେବ ତାକୁ ନେଇ ଚର୍ଚ୍ଚା ହେଉଛି । ଆଗାମୀ ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନ କେନ୍ଦ୍ରର ଏନ୍ଡିଏ ସରକାର କିଛି ଗୋଟି ଚଲାଇପାରନ୍ତି କି ବୋଲି ଚର୍ଚ୍ଚା ହେଉଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କଠାରୁ ଆରମ୍ଭ କରି କଂଗ୍ରେସ ନେତା ଶଶି ଥରୁର, ହରିବଂଶ ସିଂହଙ୍କର ସମେତ ଏକାଧିକ ନାଁ ଉପରେ ଚର୍ଚ୍ଚା ଚାଲିଛି । ୬୦ ଦିନରେ ନୂଆ ଉପରାଷ୍ଟ୍ରପତି ଚନୟ ନେଇ ନିର୍ବାଚନ ହେବ । ସମ୍ବିଧାନର ଅନୁଚ୍ଛେଦ ୬୬ ଅନୁସାରେ ଉଭୟ ଗୃହର ସଦସ୍ୟ ମିଶି ବନିଥିବା ଇଲେକ୍ଟୋରାଲ କଲେଜ ଉପରାଷ୍ଟ୍ରପତିଙ୍କୁ ବଛିବେ ।