ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ, ୩ ଦିନ ପ୍ରବଳ ବର୍ଷିବ: ୪ ଜିଲ୍ଲାକୁ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଅହମ୍ମଦାବାଦରୁ ଡିଉ ଉଡାଣ ଭରିଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି, ସମସ୍ତ ଯାତ୍ରୀ ସୁରକ୍ଷିତ…

Published By : Ladu Kishor | July 23, 2025 5:40 PM

ନୂଆଦିଲ୍ଲୀ: ବୁଧବାର ଅହମ୍ମଦାବାଦରୁ ଡିଉ ଯାଉଥିବା ଇଣ୍ଡିଗୋ ବିମାନ ନମ୍ବର- 6E7966 ରେ ଯାନ୍ତ୍ରିକ ତ୍ରୁଟି । ଉଡ଼ାଣ ପୂର୍ବରୁ ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ କରିଯାଇଛି । ଏନେଇ ଇଣ୍ଡିଗୋର ଜଣେ ମୁଖପାତ୍ର କହିଛନ୍ତି ଯେ,ମାନକ କାର୍ଯ୍ୟ ପ୍ରଣାଳୀ ଅନୁସରଣ କରି, ପାଇଲଟ ମାନେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇ ବିମାନକୁ ପୁଣି ଫେରାଇ ଆଣିଥିଲେ ।ବିମାନଟି ପୁନର୍ବାର କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଆବଶ୍ୟକୀୟ ଯାଞ୍ଚ ଏବଂ ରକ୍ଷଣାବେକ୍ଷଣ କରାଯିବ ବୋଲି ମୁଖପାତ୍ର କହିଛନ୍ତି।

ଅଧିକାରୀ ମାନେ କହିଛନ୍ତି ଯେ, ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। କାର୍ଯ୍ୟସୂଚୀ ଅନୁଯାୟୀ, ଅହମ୍ମଦାବାଦରୁ ଡିଉ ଯାଉଥିବା ବିମାନଟି ସକାଳ ପ୍ରାୟ୧୧.୧୫ ରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ କରିବାର ଥିଲା।

ବିମାନବନ୍ଦର ଅଧିକାରୀଙ୍କ ଅନୁଯାୟୀ, କିଛି ଯାନ୍ତ୍ରିକ ସମସ୍ୟା ଯୋଗୁଁ ଇଣ୍ଡିଗୋର ଡିଉ ବିମାନ ବାତିଲ କରାଯାଇଛି। ବିମାନ ଚଳାଚଳ କମ୍ପାନୀ କହିଛି ଯେ ପାଇଲଟ୍ କିଛି ଯାନ୍ତ୍ରିକ କାରଣରୁ ଉଡ଼ାଣ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ଉଡ଼ାଣ ବାତିଲ କରାଯାଇଛି। ସମସ୍ତ ୫୦ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.