ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ, ୩ ଦିନ ପ୍ରବଳ ବର୍ଷିବ: ୪ ଜିଲ୍ଲାକୁ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ବାଂଲାଦେଶରେ ଆଣ୍ଟି-ଇଣ୍ଡିଆ ଏଜେଣ୍ଡାକୁ ଚୀନ୍ ଦେଉଛି କି ସମର୍ଥନ ? ଜମାତ-ଇ-ଇସ୍ଲାମ ନେତାଙ୍କ ବେଜିଂ ଗସ୍ତକୁ ନେଇ ବଢିଲା ଚର୍ଚ୍ଚା

Published By : Harapriya Biswal | July 23, 2025 7:09 PM

ନୂଆଦିଲ୍ଲୀ,୨୩।୭: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ନିର୍ବାସନ ପରେ ବାଂଲାଦେଶରେ ଲଗାତାର ଭାରତ ବିରୋଧି ଗତିବିଧି ବଢିବାରେ ଲାଗିଛି। ମହମ୍ମଦ ୟୁନୁସଙ୍କ ନେତୃତ୍ବାଧିନ ଅନ୍ତରୀଣ ସରକାରର କାର୍ଯ୍ୟକାଳରେ ବାଂଲାଦେଶରେ ହିନ୍ଦୁଙ୍କୁ ଲଗାତାର ଟାର୍ଗେଟ କରାଯାଉଛି। ଏପରିକି ମନ୍ଦିର ଉପରେ ମଧ୍ୟ ଆକ୍ରମଣ କରିବା ଏକ ସାଧାରଣ କଥା ପାଲଟିଛି। ଏହା ସହ ବାଂଲାଦେଶର କଟ୍ଟରପନ୍ଥୀ ଇସଲାମିକ୍ ଶକ୍ତି ଚୀନ୍ ସହ ମିଶି ଭାରତ ବିରୋଧି ଏଜେଣ୍ଡା ଚଳାଇଛି। 

ବାଂଲାଦେଶରେ ଭାରତ ବିରୋଧି ଇସଲାମିକ୍ ଶକ୍ତି ସହ ଚୀନ୍‌ର ମିଳିତ ସମର୍ଥନ ଏବେ ସାମନାକୁ ଆସିଛି। ଚୀନ୍ ଲଗାତର ବାଂଲାଦେଶରେ ଚରମପନ୍ଥୀଙ୍କ ସହାୟତା କରୁଛି। ନିକଟରେ କଟ୍ଟରପନ୍ଥୀ ସଂଗଠନ ଜମାତ-ଇ-ଇସ୍ଲାମୀର ନେତା ଚୀନ୍ ଗସ୍ତ କରିଥିଲେ। ଜମାତ-ଇ-ଇସ୍ଲାମୀର ମୁଖିଆ ଡକ୍ଟର ଶଫିକୁରହମାନଙ୍କ ସହ ୯ ସଦସ୍ୟଙ୍କ ଦଳ ୫ ଦିନ ପାଇଁ ଚୀନ୍ ଗସ୍ତରେ ଅଛନ୍ତି। ସବୁଠାରୁ ବଡ଼ କଥା ହେଲା ଚୀନ୍ ଜମାତ-ଇ-ଇସ୍ଲାମୀକୁ ନିମନ୍ତ୍ରଣ କରିଥିଲା ଓ ଏହି କଟ୍ଟରପନ୍ଥୀ ସଂଗଠନ ସହ ଚୀନ୍ ନେତାଙ୍କ ଏହା ଦ୍ବିତୀୟ ସାକ୍ଷାତ। ଏହା ପୂର୍ବରୁ ଢାକାରେ ଚାଇନିଜ ଦୂତାବାସ ସଂଗଠନର ମୁଖିଆ ଓ ସଦସ୍ୟଙ୍କ ଆତିଥ୍ୟ ଗ୍ରହଣ କରିଥିଲେ। ଜମାତ-ଇ-ଇସ୍ଲାମୀ ବାଂଲାଦେଶର ଆଗାମୀ ସାଧାରଣ ନିର୍ବାଚନରେ ଆନୁପାତିକ ନିର୍ବାଚନୀ ସିଷ୍ଟମକୁ ଲାଗୁ କରିବା କଥା କହିଛି।

କେବଳ ସେତିକି ନୁହେଁ ୧୯ ଜୁଲାଇରେ ହୋଇଥିବା ଢାକା ରାଲିରେ ମଧ୍ୟ ଜମାତ-ଇ-ଇସ୍ଲାମୀ କହିଛି ବାଂଲାଦେଶର ଆଗାମୀ ସରକାର ଓ ସଂସଦ ଇସ୍ଲାମିକ୍ ନିୟମ ଅନୁସାରେ କାମ କରୁ। ବାଂଲାଦେଶୀ କଟ୍ଟରପନ୍ଥୀ ସଂଗଠନ ଲଗାତାର ଦେଶକୁ ଇସ୍ଲାମିକ୍ ନିୟମରେ ଚାଲିବା ଉପରେ ଜୋର ଦେଉଛି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଚୀନ୍‌ର କଟ୍ଟରପନ୍ଥୀ ସଂଗଠନ ଲଗାତାର ନିଜର ମିଳାମିଶ ବଢାଉଛି, ଫଳରେ ଆଣ୍ଟି-ଇଣ୍ଡିଆ ଏଜେଣ୍ଡା ଆଗକୁ ବଢିପାରିବ।

ମାସକ ଭିତରେ ଦ୍ବିତୀୟ ଥର ଚୀନ୍‌ ଜମାତ-ଇ-ଇସ୍ଲାମୀ ସହ ମେଣ୍ଟ ନେଇ କଥା ସାମନାକୁ ଆସିଛି। ବାଂଲାଦେଶର ଇସ୍ଲାମ ସଂଗଠନ ଜମାତ-ଇ-ଇସ୍ଲାମୀ ନିଜର ଭାରତ ବିରୋଧି ଆଭିମୁଖ୍ୟ ପାଇଁ ଜଣାଯାଏ। ଏହି ସମୟରେ ଚର୍ଚ୍ଚା କରାଯାଉଛି ଯେ, ବେଜିଂ ସେହି ଗୋଷ୍ଠୀ ପର୍ଯ୍ୟନ୍ତ ପହଁଞ୍ଚିବାକୁ ଚେଷ୍ଟା କରୁଛି। ଯିଏକି ଭାରତର ବଡ଼ ଆଲୋଚକ ଓ ବାଂଲାଦେଶରେ ଶରିୟା ଆଧାରିତ ଶାସନର ସମର୍ଥନ କରନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.