ପ୍ରମୂଖ ଖବର
  • ଜୟସ୍ୱାଲ ଏବଂ ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ, ପନ୍ତ ଆହତ: ଟିମ୍ ଇଣ୍ଡିଆର ସ୍କୋର ୨୬୪/୪
  • ||
  • Myntra ବିରୋଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଫେମା ଆଇନ୍ ଉଲ୍ଲଂଘନ ଅଭିଯୋଗ
  • ||
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

‘ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଚୌକି ସୁରକ୍ଷିତ ନୁହେଁ’, କାହିଁକି ଏମିତି କହିଲେ ବରିଷ୍ଠ କଂଗ୍ରେସ ନେତା ପବନ ଖେଡା ?

Published By : Ladu Kishor | July 23, 2025 6:40 PM

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ମୁଖପାତ୍ର ପବନ ଖେଡା ଆଜି (ବୁଧବାର) ମୋଦି ସରକାର ଏବଂ ନିର୍ବାଚନ କମିଶନ ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, ଦେଶରେ ଗଣତାନ୍ତ୍ରିକ ସଂସ୍ଥାର ବିଶ୍ୱସନୀୟତା ଦୁର୍ବଳ କରାଯାଉଛି ଏବଂ ଜନସାଧାରଣ ଏବେ ଏହା ବୁଝିବା ଆରମ୍ଭ କଲେଣି। ସେ ନିର୍ବାଚନ କମିଶନ, ବିଜେପିର ଆଭ୍ୟନ୍ତରୀଣ ରାଜନୀତି, ପ୍ରଧାନମନ୍ତ୍ରୀଙ୍କ ବୈଦେଶିକ ନୀତି ଏବଂ ଉପରାଷ୍ଟ୍ରପତିଙ୍କ ଇସ୍ତଫା ବିଷୟରେ ମଧ୍ୟ ଅନେକ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଚୌକି ସୁରକ୍ଷିତ ନୁହେଁ।

ବିଜେପିର ସାଂଗଠନିକ ସ୍ଥିତି ଉପରେ ଆକ୍ରମଣ କରି ସେ କହିଛନ୍ତି ଯେ, ବିଜେପି ଏବେ ଆଉ ନିଜର ଅଧ୍ୟକ୍ଷ ସ୍ଥିର କରିପାରୁ ନାହିଁ। ସେ ଆହୁରି କହିଛନ୍ତି,"ବିଜେପିର ସଂଗଠନ ନେତୃତ୍ବହୀନ ହୋଇଯାଇଛି। ଦଳରେ ଏପରି କୌଣସି ମୁହଁ ନାହିଁ ଯାହାକୁ ଏବେ ସର୍ବସମ୍ମତିକ୍ରମେ ଅଧ୍ୟକ୍ଷ କରାଯାଇ ପାରିବ। ଏହି ସମୟରେ ସେ ଦାବି କରିଛନ୍ତି ଯେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଚୌକି ମଧ୍ୟ ସୁରକ୍ଷିତ ନୁହେଁ ଏବଂ ତାଙ୍କ ସମ୍ପର୍କରେ ଦଳରେ ଏକ ଆଭ୍ୟନ୍ତରୀଣ ମତଭେଦ ଚାଲିଛି।

ପବନ ଖେଡା ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ କମିଶନ ନିରପେକ୍ଷତାର ଭୂମିକା ହରାଇଛି। "ଯେତେବେଳେ ଆମେ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରୁ, ବିଜେପି ଉତ୍ତର ଦିଏ ଏବଂ ଯେତେବେଳେ ଆମେ ବିଜେପିକୁ ପ୍ରଶ୍ନ କରୁ, ନିର୍ବାଚନ କମିଶନ ଉତ୍ତର ଦିଏ।" କଂଗ୍ରେସ ନେତା ଏହାକୁ ଗଣତନ୍ତ୍ର ପାଇଁ ବିପଜ୍ଜନକ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ, ଜନସାଧାରଣ ଏବେ ଏହି ଖେଳକୁ ବୁଝିବା ଆରମ୍ଭ କରିଛନ୍ତି। ସେ ବ୍ୟଙ୍ଗାତ୍ମକ ଢଙ୍ଗରେ କହିଛନ୍ତି ଯେ,ଏବେ "ମୋଟା ଭାଇ ଏବଂ ଛୋଟ ଭାଇଙ୍କ ଭୟ ଶେଷ ହେଉଛି।"

କଂଗ୍ରେସ ନେତା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ,ଏହି ଇସ୍ତଫା ଏକ ରହସ୍ୟମୟ ଉପାୟରେ ହୋଇଛି ଏବଂ ଉପରାଷ୍ଟ୍ରପତି ଦେଶ ସମ୍ମୁଖରେ ତାଙ୍କ ଇସ୍ତଫାର କାରଣ ସ୍ପଷ୍ଟ କରିବା ଉଚିତ। "ଯେତେବେଳେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି, ସେତେବେଳେ ଉପରାଷ୍ଟ୍ରପତିଙ୍କ ଇସ୍ତଫା ସନ୍ଦେହ ସୃଷ୍ଟି କରୁଛି । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.