ପ୍ରମୂଖ ଖବର
  • ଜୟସ୍ୱାଲ ଏବଂ ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ, ପନ୍ତ ଆହତ: ଟିମ୍ ଇଣ୍ଡିଆର ସ୍କୋର ୨୬୪/୪
  • ||
  • Myntra ବିରୋଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଫେମା ଆଇନ୍ ଉଲ୍ଲଂଘନ ଅଭିଯୋଗ
  • ||
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

'ବାପା' ଶବ୍ଦକୁ ନେଇ ବିହାର ବିଧାନସଭାରେ ବୋବାଲ୍ ; ନୀତିଶ-ତେଜସ୍ୱୀ କଥା କଟାକଟି

Published By : Ankita S | July 23, 2025 3:28 PM

ପାଟନା,୨୩/୦୭: ବିହାର ବିଧାନସଭାରେ 'ବାପା' ଶବ୍ଦକୁ ନେଇ ହଙ୍ଗାମା ହୋଇଛି । ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ତେଜସ୍ୱୀ ଯାଦବଙ୍କ ମଧ୍ୟରେ କଥା କଟାକଟି ହୋଇଛି । ଅସନ୍ତୋଷ ପ୍ରକାଶ କରି ଗୃହ ତ୍ୟାଗ କରିଥିଲେ ବାଚସ୍ପତି ନିନ୍ଦ କିଶୋର ଯାଦବ ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ବିପକ୍ଷ ନେତା ତେଜସ୍ବୀ ଯାଦବଙ୍କ ମଧ୍ୟରେ ବିଧାନସଭାରେ ଯୁକ୍ତିତର୍କ ହୋଇଥିଲା । ଦୁହେଁ ଦୁହିଁଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ । ଏହି ସମୟରେ  ବିରେନ୍ଦ୍ର ଦେଇଥିବା ଟିପ୍ପଣୀକୁ ନେଇ ହଙ୍ଗାମା ହୋଇଥିଲା । ଏହାପରେ ସ୍ପିକର ନନ୍ଦକିଶୋର ଯାଦବ ଆରଜେଡ଼ି ବିଧାୟକ ଭାଇ ବିରେନ୍ଦ୍ରଙ୍କୁ ତାଗିଦ୍ କରିଥିଲେ । ବିରେନ୍ଦ୍ର ତାଙ୍କ ସିଟ୍‌ରେ ବସି  'ବାପା' ଶବ୍ଦର ପ୍ରୟୋଗ କରିଥିଲେ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସ୍ପିକର । ଏହାପରେ ବିରୋଧୀ ଓ ଶାସକ ଦଳ ଆସନରୁ ଉଠି ଯାଇଥିଲେ । ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ବିରେନ୍ଦ୍ରକୁ କ୍ଷମା ମାଗିବାକୁ ତେଜସ୍ୱୀଙ୍କୁ କହିଥିଲେ ବାଚସ୍ପତି । ଆରଜେଡି଼ ବିଧାୟକ ବିରେନ୍ଦ୍ର କହିଥିଲେ, ଗୃହ କାହା ବାପାର ନୁହେଁ । ଏହାକୁ ନେଇ ବିଧାନସଭାରେ ପ୍ରବଳ ହଙ୍ଗାମା ହୋଇଥିଲା । ଏହା ପରେ କିଛି ଭୁଲ କହି ନାହିଁ ବୋଲି କହିଥିଲେ ବିଧାୟକ ବିରେନ୍ଦ୍ର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.