ପ୍ରମୂଖ ଖବର
  • ଝାଡ଼ଖଣ୍ଡରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୩ ନକ୍ସଲ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

କ୍ୟାରିୟରର ଟପ୍‌ରେ ଇଣ୍ଡଷ୍ଟ୍ରି ଛାଡିଲେ ଟିଭି ଅଭିନେତ୍ରୀ, ୫୦ ଲକ୍ଷରେ ଆରମ୍ଭ କଲେ ମେକଅପ୍ କମ୍ପାନୀ, ଆଜି ୧୨୦୦ କୋଟିର ମାଲିକାଣୀ

Published By : Krishna Priya | July 25, 2025 11:21 AM

ନୂଆଦିଲ୍ଲୀ ୨୫/୦୭: ଟେଲିଭିଜନ ଅଭିନେତ୍ରୀ ଆଶ୍କା ଗୋରାଡିଆ । ନିଜର ଅଭିନୟ ଦକ୍ଷତା ପାଇଁ ଘରେ ଘରେ ଏକ ଚର୍ଚ୍ଚିତ ଚେହେରା ଥିଲେ ସେ। ୨୦୦୨ ରେ ସେ "ଆଚାନକ ୩୭ ସାଲ ବାଦ୍" ସହିତ ମନୋରଞ୍ଜନ ଜଗତରେ ଯାତ୍ରା ଆରମ୍ଭ କରିଥିଲେ । ଏହାପରେ କୁସୁମ୍, କ୍ୟୁଁକି ସାସ୍ ଭି କଭି ବହୂ ଥି, ସିନ୍ଦୂର ତେରେ ନାମ କା ଏବଂ ନାଗିନ୍ ଭଳି ଲୋକପ୍ରିୟ ସିରିଏଲରେ ଅଭିନୟ କରିଥିଲେ। ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ସେ ବିଗ୍ ବସ୍-୬, ଝଲକ୍‌ ଦିଖଲା ଯା-୪, ନଚ୍ ବଲିୟେ-୮ ଏବଂ ଖତ୍ରୋଁ କେ ଖିଲାଡି-୪ ଭଳି ଫିକ୍ସନ୍‌ ଏବଂ ରିଆଲିଟି ସୋ’ରେ ସଫଳତାର ସହ ଅଭିନୟକୁ ବଜାୟ ରଖିଥିଲେ। କିନ୍ତୁ ଯେତେବେଳେ ଆଶ୍କା ଟେଲିଭିଜନ ଜଗତରେ ଲୋକପ୍ରିୟ ହୋଇଯାଇଥିଲେ, ସେହିସମୟରେ ୨୦୨୧ ମସିହାରେ ସେ ଏକ ସାହସିକ ପଦକ୍ଷେପ ନେଇଥିଲେ - ସେ ଆନୁଷ୍ଠାନିକ ଭାବରେ ଅଭିନୟରୁ ଅବସର ଘୋଷଣା କରିଥିଲେ ଏବଂ ଉଦ୍ୟୋଗ କ୍ଷେତ୍ରରେ ଧ୍ୟାନ ଦେଇଥିଲେ।

ଲିଙ୍କଡଇନରେ ଏକ ପୋଷ୍ଟରେ ଆଶ୍କା ପ୍ରକାଶ କରିଥିଲେ ଯେ ଷ୍ଟୁଡିଓ ଲାଇଟ୍ ଏବଂ କ୍ୟାମେରା ତଳେ ବର୍ଷ ବର୍ଷ ଧରି କାମ କରିବା ପରେ ତାଙ୍କୁ କସମେଟିକ୍‌ର ମୂଲ୍ୟ ଅନୁଭବ ହୋଇଥିଲା। ସେହି  ଅଭିଜ୍ଞତାକୁ ବ୍ୟବହାର କରି, ସେ ୨୦୧୮ ମସିହାରେ ଉଦ୍ୟୋଗୀ ପ୍ରିୟାଙ୍କ ଶାହ ଏବଂ ଆଶୁତୋଷ ଭଲାନିଙ୍କ ସହ ମିଶି RENEE କସମେଟିକ୍‌ ସ୍ଥାପନା କରିଥିଲେ, ଯାହା ପୁରୁଷମାନଙ୍କ ପାଇଁ ଗ୍ରୁମିଂ ବ୍ରାଣ୍ଡ ବିୟର୍ଡୋ ତିଆରି କରିବା ପାଇଁ ଜଣାଶୁଣା। RENEEର ପ୍ରାରମ୍ଭିକ ନିବେଶ ପ୍ରାୟ ୫୦ ଲକ୍ଷ ଟଙ୍କା ଥିଲା, ପରେ ବ୍ରାଣ୍ଡଟି ଶୀଘ୍ର ଲୋକପ୍ରିୟତା ହାସଲ କଲା। ଏହି ବ୍ରାଣ୍ଡ ଏବେ Amazon, Flipkart, Nykaa ଏବଂ Myntra ଭଳି ଇ-କମର୍ସ ପ୍ଲାଟଫର୍ମ ସହିତ ସହଭାଗୀତା କରି ଆଗକୁ ବଢିଛି । ପରେ, ତାହା ଅଫଲାଇନ ରିଟେଲ କ୍ଷେତ୍ରରେ ମଧ୍ୟ ବିସ୍ତାର କରିଛି।

ଦି ଇଣ୍ଡିଆନ୍ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, ଲଞ୍ଚ ହେବାର ମାତ୍ର ଦୁଇ ବର୍ଷ ମଧ୍ୟରେ RENEEର ରାଜସ୍ୱ ୧୦୦ କୋଟି ଟଙ୍କା ଅତିକ୍ରମ କରିଛି। ଏକ ବଡ ଫଣ୍ଡିଂ ରାଉଣ୍ଡ ପରେ, ୨୦୨୪ ସୁଦ୍ଧା ବ୍ରାଣ୍ଡର ମୂଲ୍ୟ ୧,୨୦୦ ରୁ ୧,୪୦୦ କୋଟି ଟଙ୍କା ମଧ୍ୟରେ ଥିଲା । ତେବେ ଆଶ୍କା ଟିଭି ଛାଡିବା କେବଳ ତାଙ୍କ କ୍ୟାରିୟରରେ ପରିବର୍ତ୍ତନ ନୁହେଁ ବରଂ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଥିଲା। ସେ ୨୦୧୯ରେ ତାଙ୍କ ସ୍ୱାମୀ ବ୍ରେଣ୍ଟ ଗୋବଲ୍ଙ୍କ ସହ ଗୋଆ ଚାଲିଯାଇଥିଲେ। ବ୍ରେଣ୍ଟ ଜଣେ ଆମେରିକୀୟ ଯୋଗ ଶିକ୍ଷକ । ଏହି ଦମ୍ପତି ଏକ ଯୋଗ ଷ୍ଟୁଡିଓ ମଧ୍ୟ ଖୋଲିଛନ୍ତି ଏବଂ ବର୍ତ୍ତମାନ ସେମାନଙ୍କ ପୁଅ ସହିତ ସେଠାରେ ରହୁଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.