ପ୍ରମୂଖ ଖବର
  • ବୟକଟ୍ ଇଣ୍ଡିଆରୁ ୱେଲକମ୍ ମୋଦି, ମାଳଦ୍ଵୀପ ବିମାନ ବନ୍ଦରରେ ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ରିଟର୍ଣ୍ଣିଂ ଏବଂ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
  • ||
  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି
  • ||
  • ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌, ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

ଏଡିବିର ଅନୁମାନ; ୬.୫% କୁ ଖସିବ ଜିଡିପି ଅଭିବୃଦ୍ଧି, ପୂର୍ବରୁ ୬.୭% ପୂର୍ବାନୁମାନ ରହିଥିଲା

Published By : Prameya | July 24, 2025 11:27 AM

Image source: India.com

ନୂଆଦିଲ୍ଲୀ,୨୪/୦୭: ଏସିଆନ୍‌  ଡେଭଲପ୍‌ମେଣ୍ଟ ବ୍ୟାଙ୍କ(ଏଡିବି) ୨୦୨୫- ୨୬ ଆର୍ଥିକବର୍ଷ ପାଇଁ ଭାରତର ଜିଡିପି  ଅଭିବୃଦ୍ଧି ଅନୁମାନକୁ ଖସାଇଛି । ଆଲୋଚ୍ୟ  ଆର୍ଥିକବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥା ୬.୫%  ବଢ଼ିବ ବୋଲି ଏହା ପୂର୍ବାନୁମାନ କରିଛି । ପୂର୍ବରୁ ୬.୭% ଅନୁମାନ କରିଥିଲା ଏଡିବି ।  ଜୁଲାଇ ୨୩ରେ ଜାରି ହୋଇଥିବା ଏସିଆନ୍‌  ଡେଭଲପ୍‌ମେଣ୍ଟ୍‌ ଆଉଟ୍‌ଲୁକ୍‌ ରିପୋର୍ଟରେ ଏହା  କୁହାଯାଇଛି । 

ତେବେ ଏସବୁ ସତ୍ତେ୍ୱ ଭାରତ ବିଶ୍ୱର  ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା  ଭାବେ ଏହାର ମାନ୍ୟତା ବଜାୟ ରଖିବ ବୋଲି  ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଆମେରିକା  ଟାରିଫ୍‌ ଏବଂ ନୀତିଗତ ଅନିଶ୍ଚିତତା କାରଣରୁ  ରପ୍ତାନି ଏବଂ ନିବେଶ ପ୍ରଭାବିତ ହେବା ଆଶଙ୍କା  ଯୋଗୁ ଭାରତର ଅଭିବୃଦ୍ଧି ଅନୁମାନକୁ  ସଂଶୋଧିତ କରିଛି ଏଡିବି ।  

ତେବେ ଏଡିବି ଅନୁସାରେ, ମଜଭୁତ  ଘରୋଇ ଚାହିଦା, ଉତ୍ତମ ମୌସୁମୀ, ସେବା  ଏବଂ କୃଷି କ୍ଷେତ୍ରର ଉନ୍ନତ ପ୍ରଦର୍ଶନ ଭାରତୀୟ ଅର୍ଥବ୍ୟବସ୍ଥାକୁ ଦିଗ ପ୍ରଦାନ କରୁଛି ।  ଏହାବ୍ୟତୀତ ଏଡିବି ୨୦୨୬-୨୭ ପାଇଁ  ବି ଅଭିବୃଦ୍ଧି ଅନୁମାନକୁ ୬.୮%ରୁ ଖସାଇ  ୬.୭% କରିଛି । 

ଏହାସତ୍ତେ୍ୱ ଭାରତର  ଅର୍ଥବ୍ୟବସ୍ଥା ମଜଭୁତ ରହିଛି । କାରଣ ଗ୍ରାମୀଣ  ଚାହିଦାରେ ସୁଧାର ଏବଂ ସେବା କ୍ଷେତ୍ରରେ  ଦ୍ରୁତ ବୃଦ୍ଧି ଅର୍ଥନୀତିକୁ ବଳ ପ୍ରଦାନ କରୁଛି ।  ଏଡିବି ପ୍ରକାଶ କରିଛି ଯେ, ଭାରତର ଆର୍ଥିକ  ଗତିବିଧି ମଜଭୁତ ରହିଛି ଏବଂ ଗ୍ରାମୀଣ  ଚାହିଦାରେ ବୃଦ୍ଧି ଯୋଗୁ ଘରୋଇ ଚାହିଦା  ବଢ଼ିବ ।  

ରିପୋର୍ଟରେ କୁହାଯାଇଛି ଯେ, ୨୦୨୫- ୨୬ରେ ଭାରତୀୟ ଅର୍ଥବ୍ୟବସ୍ଥାକୁ କୃଷି ଏବଂ  ସେବା କ୍ଷେତ୍ରରୁ ବଡ଼ ସମର୍ଥନ ମିଳିବ । ଏ  ବର୍ଷ ମୌସୁମୀ ୬% ଭଲ ରହିବା ଅନୁମାନ  ଅଛି, ଯାହାଦ୍ୱାରା ଫସଲ ଉତ୍ପାଦନ ପୂର୍ବ  ବର୍ଷ ତୁଳନାରେ ୪%ରୁ ଅଧିକ ବଢ଼ିପାରେ ।  ଏହାଦ୍ୱାରା ଗ୍ରାମୀଣ ଆୟ ବଢ଼ିବ, ଯାହା ଚାହିଦାକୁ  ବଢ଼ାଇବ । 

ଏହାବ୍ୟତୀତ ଅଶୋଧିତ ତୈଳ ଦର  ନିମ୍ନ ସ୍ତରରେ ରହିବା ଦ୍ୱାରା ୨୦୨୫-୨୬  ଏବଂ ୨୦୨୬-୨୭ରେ ଆର୍ଥିକ ଗତିବିଧିକୁ ବଳ  ମିଳିବ। ସରକାରଙ୍କ ନୀତି, ଯେପରି ଟିକସ  ରିହାତି ଏବଂ ସାର୍ବଜନିକ ନିବେଶରେ ବୃଦ୍ଧି ବି  ବିକାଶକୁ ତ୍ୱରାନ୍ୱିତ କରିବ ।  

ପ୍ରକାଶଯୋଗ୍ୟ, ଭାରତୀୟ ରିଜର୍ଭ  ବ୍ୟାଙ୍କ(ଆର୍‌ବିଆଇ) ୨୦୨୫-୨୬  ପାଇଁ ବିକାଶ ଅନୁମାନକୁ ୬.୭% ରୁ ଖସାଇ ୬.୫% କରିଛି । ନିକଟରେ  ଆର୍‌ବିଆଇ ଏହାର ପ୍ରମୁଖ ସୁଧ  ହାର ରେପୋରେଟ୍‌କୁ ୫୦ ବେସିସ୍‌  ପଏଣ୍ଟ୍‌ ଖସାଇ ୫.୫% କରିଛି ।  ଅର୍ଥନୀତିରେ ଚାହିଦା ବଢ଼ାଇବା  ଏହାର ଲକ୍ଷ୍ୟ ।  ବିଶ୍ୱ ବ୍ୟାପାରରେ ଏବେ  ଅସ୍ଥିରତା ଦେଖିବାକୁ ମିଳୁଛି । ଆମେରିକାର  ଟାରିଫ୍‌ ଭାରତର ରପ୍ତାନିକୁ ପ୍ରଭାବିତ କରିପାରେ । ବିଶ୍ୱ ବିକାଶ ହାର ୨୦୨୫ରେ  ୨.୩% ପର୍ଯ୍ୟନ୍ତ ଖସିବାର ଆଶଙ୍କା ରହିଛି,  ଯାହା ୨୦୦୮ ପରେ ସବୁଠୁ କମ୍‌ । ବିଶ୍ୱ ବ୍ୟାଙ୍କ  ବି ୨୦୨୫-୨୬ ପାଇଁ ଭାରତର ଅଭିବୃଦ୍ଧି  ଅନୁମାନକୁ ୬.୩% ରଖିଛି । ସେହିଭଳି  ଆଇଏମ୍‌ଏଫ୍‌ ୬.୨% ଅନୁମାନ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.