ନୂଆଦିଲ୍ଲୀ,୨୨/୦୭: ହ୍ୱାଟସଆପ୍ ୟୁଜର୍ସଙ୍କ ପାଇଁ ପାଇଁ ଖୁସି ଖବର । ଖୁବଶୀଘ୍ର ୟୁଜର୍ସଙ୍କ ପାଇଁ ଆସୁଛି ନୂଆ ଫିଚର । କମ୍ପାନି ଏଥର ଏକ ଏଆଇ ପାଓ୍ବାର ଫିଚର 'କ୍ୱିକ୍ ରିକ୍ୟାପ୍' ପରୀକ୍ଷଣ କରୁଛି, ଯାହା ଆପଣଙ୍କ ଚାଟ୍ ଅଭିଜ୍ଞତାକୁ ଆହୁରି ଉନ୍ନତ କରିବ।
ଏହି ନୂତନ ଫିଚର୍ ସେମାନଙ୍କ ପାଇଁ ବିଶେଷ ସହାୟକ ହେବ ଯେଉଁମାନେ ନିଜର ଦୈନନ୍ଦିନ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ଏବଂ ଲମ୍ବା ଚାଟ୍ ସ୍କ୍ରୋଲ୍ କରିବାକୁ ସମୟ ପାଆନ୍ତି ନାହିଁ। କ୍ୱିକ୍ ରିକ୍ୟାପ୍ ଫିଚର୍ ସାହାଯ୍ୟରେ, ୟୁଜରମାନେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ସେମାନଙ୍କର ପେଣ୍ଡିଂ ଥିବା ମେସେଜଗୁଡ଼ିକର ସଂକ୍ଷିପ୍ତ ସାରାଂଶ ପାଇପାରିବେ। ଅର୍ଥାତ୍, ଯଦି ଏକ ଚାଟ୍ରେ ଶହ ଶହ ମେସେଜ୍ ଆସିଛି, ତେବେ ବର୍ତ୍ତମାନ ଆଉ ପ୍ରତ୍ୟେକ ମେସେଜ ପଢ଼ିବାର ଆବଶ୍ୟକତା ରହିବ ନାହିଁ - ହ୍ୱାଟ୍ସଆପ୍ ନିଜେ ଆପଣଙ୍କୁ ସେହି ଚାଟ୍ର ମୁଖ୍ୟ ସାରାଂଶ କହିବ।
ତେବେ ହ୍ୱାଟସଆପ୍ କହିଛି ଯେ ଏହି ଫିଚରଟି ମେଟା ପ୍ରାଇଭେଟ୍ ପ୍ରୋସେସିଂ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ। ଏହାର ଅର୍ଥ ହେଉଛି ଆପଣଙ୍କର ଚାଟ୍ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଏବଂ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟେଡ୍ ରହିବ। ମେଟା କିମ୍ବା ହ୍ୱାଟସଆପକୁ ଆପଣଙ୍କ ଡାଟା ରିଡେବଲ ଫର୍ମ ଭାବରେ ମିଳିବନାହିଁ। କ୍ୱିକ୍ ରିକ୍ୟାପ୍ ଫିଚରଟି ବର୍ତ୍ତମାନ ଡେଭଲପମେଣ୍ଟ ପର୍ଯ୍ୟାୟରେ ଅଛି ଏବଂ ଏହାକୁ ଆଣ୍ଡ୍ରଏଡ୍ ବିଟା ସଂସ୍କରଣ ୨.୨୫.୨୧.୧୨ରେ ଦେଖାଯାଇଛି। ଏହାକୁ ଖୁବଶୀଘ୍ର ବିଟା ୟୁଜରଙ୍କ ପାଇଁ ଆରମ୍ଭ କରାଯିବ। ଏହା ପରେ, ସମସ୍ତ ଆଣ୍ଡ୍ରଏଡ୍ ୟୁଜର ଅପଡେଟ୍ ମାଧ୍ୟମରେ ଏହି ଫିଚର ପାଇବା ଆରମ୍ଭ କରିବେ। ବର୍ତ୍ତମାନ, iOS ୟୁଜରଙ୍କ ପାଇଁ କୌଣସି ସମୟସୀମା ପ୍ରକାଶ କରାଯାଇ ନାହିଁ।