ନୂଆଦିଲ୍ଲୀ,୧୭/୦୭: ବେତନଭୋଗୀ କର୍ମଚାରୀ ଅବସର ପୂର୍ବରୁ ନିଜ ପିଏଫ୍ ଅବସର ପାଣ୍ଠିରୁ ସବୁ ଟଙ୍କା କିମ୍ବା ଏହାର ବଡ଼ ଭାଗ ଉଠାଇପାରିବେ । କେନ୍ଦ୍ର ସରକାର ପିଏଫ୍ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛନ୍ତି ।
ଏକ ରିପୋର୍ଟ ଅନୁସାରେ, ନୂଆ ନିୟମ ଲାଗୁ ହେବା ପରେ ପ୍ରତି ୧୦ ବର୍ଷରେ କର୍ମଚାରୀ ନିଜ ପିଏଫ୍ ଟଙ୍କାର ବଡ଼ ଭାଗ ଉଠାଇପାରିବେ । ବର୍ତ୍ତମାନ ନିୟମରେ ଇପିଏଫ୍ର ସମ୍ପୂର୍ଣ୍ଣ ରାଶି କେବଳ ଅବସର କିମ୍ବା ୨ ମାସ ପର୍ଯ୍ୟନ୍ତ ବେକାର ରହିବା ପରେ ହିଁ ଉଠାଇପାରୁଛନ୍ତି । ଯଦି ନୂଆ ପ୍ରସ୍ତାବ ଲାଗୁ ହୁଏ, ତେବେ ଇପିଏଫ୍ ସଦସ୍ୟ ପ୍ରତି ୧୦ ବର୍ଷରେ ଥରେ ନିଜ ପିଏଫ୍ ଅବସର ପାଣ୍ଠିର ବଡ଼ ଭାଗ(ସମ୍ଭାବ୍ୟ ୬୦% କିମ୍ବା ଅଧିକ) ଉଠାଇପାରିବେ । ଫଳରେ ଲୋକେ ନିଜ ଇଚ୍ଛାରେ ୩୦, ୪୦ କିମ୍ବା ଚାକିରି ମଝିରେ ବି ପିଏଫ୍ ପାଣ୍ଠିର ବ୍ୟବହାର ବଡ଼ ଆବଶ୍ୟକତା ପାଇଁ କରିପାରିବେ।