ପ୍ରମୂଖ ଖବର
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ

Published By : Prameya | July 15, 2025 8:49 AM

Image source: India Tv

ନୂଆଦିଲ୍ଲୀ,୧୫/୦୭: ଭାରତୀୟ ରେଳ ତତ୍କାଳ ଟିକଟ ବୁକିଂ ନିୟମରେ ବଡ଼ ପରିବର୍ତ୍ତନ। ଆଜିଠୁ ବୁକିଂ କରିବା ପାଇଁ ଆଇଆର୍‌ସିଟିସି ୱେବ୍‌ସାଇଟ୍‌  କିମ୍ବା ଆପ୍‌ରେ ଆଧାର ପ୍ରମାଣନ ଅନିବାର୍ଯ୍ୟ  ହେବ । ଏହାବ୍ୟତୀତ ଅନ୍‌ଲାଇନ୍‌ ତତ୍କାଳ  ଟିକଟ ବୁକିଂ ପାଇଁ ଆଧାର ନମ୍ବର ସହ  ଜଡ଼ିତ ଓଟିପି ମଧ୍ୟ ଆବଶ୍ୟକ ହେବ ।  ଟିକଟ ବୁକିଂରେ ପାରଦର୍ଶିତା ଆଣିବା ଏବଂ ଦଲାଲ୍‌ କିମ୍ବା ନକଲି ଏଜେଣ୍ଟ୍‌ମାନଙ୍କର  ମନମୁଖୀ କାର୍ଯ୍ୟକଳାପ ଉପରେ ରୋକ୍‌  ଲଗାଇବା । 

ଅନେକ ସମୟରେ ଦେଖିବାକୁ ମିଳେ ଯେ, ତତ୍କାଳ ଟିକଟ ଆରମ୍ଭ ହେବାର କିଛି ମିନିଟ୍‌ ମଧ୍ୟରେ ବିକ୍ରି ହୋଇଯାଏ । କାରଣ ଦଲାଲ ଏବଂ ନକଲି ଏଜେଣ୍ଟମାନେ ସଫ୍ଟୱେର୍‌ କିମ୍ବା ବେଆଇନ ଉପାୟରେ ଟିକଟ ବୁକ୍‌ କରିଦିଅନ୍ତି । ଏହାଦ୍ୱାରା ସାଧାରଣ ଯାତ୍ରୀଙ୍କୁ ଟିକଟ ମିଳିବାରେ ସମସ୍ୟା ହୋଇଥାଏ ।  

ନୂଆ ନିୟମର ଉଦ୍ଦେଶ୍ୟ ହେଉଛି,  ଟିକଟ ବୁକିଂ ସୁଯୋଗ କେବଳ ପ୍ରକୃତ ଯାତ୍ରୀଙ୍କୁ ମିଳୁ । ଆଧାର ପ୍ରମାଣନ ଦ୍ୱାରା ଏହା ସୁନିଶ୍ଚିତ ହେବ ଯେ, ଟିକଟ ଉକ୍ତ ବ୍ୟକ୍ତି ବୁକ୍‌ କରୁଛନ୍ତି, ଯାହାଙ୍କ ଆଧାର ନମ୍ବର ପଞ୍ଜୀକୃତ ଅଛି । ପ୍ରଥମ ୩୦ ମିନିଟ୍‌ ଯାଏ ଏସି ଏବଂ ନନ୍‌-ଏସି ଉଭୟ ବର୍ଗ ପାଇଁ ଏଜେଣ୍ଟ୍‌ଙ୍କୁ ଟିକଟ ବୁକିଂ ଅନୁମତି  ମିଳିବ ନାହିଁ ।  ଯଦି ଜଣେ ଆଇଆର୍‌ସିଟିସି ୱେବ୍‌ସାଇଟ୍‌ କିମ୍ବା ଆପ୍‌ରେ ତତ୍କାଳ ଟିକଟ  ବୁକ୍‌ କରୁଛନ୍ତି ତେବେ ତାଙ୍କୁ ପ୍ରଥମେ ନିଜର ଆଧାର ନମ୍ବରକୁ ଆଇଆର୍‌ସିଟିସି ଆକାଉଣ୍ଟ୍‌ ସହ ଲିଙ୍କ୍‌ କରିବାକୁ ପଡ଼ିବ ।  ଟିକଟ ବୁକ୍‌ କରିବାବେଳେ ଉକ୍ତ ୟୁଜରଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରରେ  ଓଟିପି ଆସିବ । ଉକ୍ତ ଓଟିପି ଦେବା ପରେ ବୁକିଂ କନ୍‌ଫର୍ମ ହୋଇଯିବ । କାଉଣ୍ଟରରେ ବି ସମାନ ପ୍ରକ୍ରିୟା ଉପଲବ୍ଧ ହେବ, ଯେଉଁଠି ଆଧାର ନମ୍ବର ଦେବାକୁ ପଡ଼ିବ କିମ୍ବା ଓଟିପି ଲାଗିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.