ପ୍ରମୂଖ ଖବର
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବଦଳିଲା ୟୁଟ୍ୟୁବ୍‌ର ମନିଟାଇଜେସନ୍ ପଲିସି; ପ୍ରଭାବିତ ହେବେ କଣ୍ଟେଣ୍ଟ ୟୁଜର୍ସ

Published By : Anindita Ratha | July 15, 2025 10:27 AM

ନୂଆଦିଲ୍ଲୀ,୧୫/୦୭:  ମଙ୍ଗଳବାରଠୁ ଲାଗୁ ହେଲା ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ର ନୂଆ ପଲିସି। ଗୁଗୁଲ ୟୁଟ୍ୟୁବରଙ୍କ ମନିଟାଇଜେସନ ପଲିସ୍ ପାଇଁ ଆଜି ଅର୍ଥାତ୍ ୧୫ ଜୁଲାଇରୁ ବଡ଼ ପରିବର୍ତ୍ତନ କରିଛି। ଏହା ଆଗାମୀ ଦିନରେ କପି ଏବଂ ରିପିଟ୍‌ ବିଷୟବସ୍ତୁ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ତେବେ ଏହି ନୂଆ ନୀତିରେ ବହୁଳ ଭାବରେ ପୁନଃବ୍ୟବହୃତ କଣ୍ଟେଣ୍ଟ ଉପରେ ରୋକ୍ ଲାଗିବ । ଏନେଇ ପ୍ଲାଟଫର୍ମ ବିଶେଷ ଧ୍ୟାନ ଦେଉଛି । 

ସଂଶୋଧିତ ନିର୍ଦ୍ଦେଶାବଳୀ ୟୁଟ୍ୟୁବର ଅଫିସିଆଲ୍‌ ପେଜ୍‌ରେ ପ୍ରକାଶିତ ହୋଇଛି । ଯେଉଁଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ଆଗାମୀ ସମୟରେ କେବଳ ମୂଳ ଏବଂ ପ୍ରାମାଣିକ ବିଷୟବସ୍ତୁକୁ ପ୍ରଚାର କରାଯିବ ଏବଂ ପ୍ଲାଟଫର୍ମ ଦ୍ବାରା ମୁଦ୍ରୀକରଣ କରାଯିବ । ୟୁଟ୍ୟୁବ୍ ନିଜର ପ୍ରକୃତ କ୍ରିଏଟରଙ୍କୁ ସୁରକ୍ଷା ଦେବା ଏବଂ ଏହି ପ୍ଲାଟଫର୍ମର ଅପବ୍ୟବହାରକୁ ରୋକିବ । ଏହାଦ୍ବାରା କ୍ଲିକବେଟ୍‌, ନିମ୍ନ ଗୁଣବତ୍ତା ଏବଂ ରିପିଟ୍‌ ହେଉଥିବା ଭିଡିଓକୁ ରୋକା ଯାଇପାରିବ । କମ୍ପାନୀ କେବଳ ଭ୍ୟୁ ପାଇବା ଉଦ୍ଦେଶ୍ୟରେ ସୃଷ୍ଟି ହୋଇଥିବା ଭିଡିଓ ବ୍ୟତୀତ, ଶିକ୍ଷା ବା ମନୋରଞ୍ଜନରେ ଯୋଗଦାନ ଦେଉଥିବା ବିଷୟବସ୍ତୁ ଉପରେ ଅଧିକ ଗୁରୁତ୍ବ ଦେଉଛି । ଏପରି ଭିଡିଓ ୟୁଜର୍ସଙ୍କୁ ଅଧିକ ଲାଭଦାୟୀ ହୋଇଥାଏ ।

ଯଦି ଜଣେ ବ୍ୟକ୍ତି ତାଙ୍କ ଚ୍ୟାନେଲକୁ ମୁଦ୍ରୀକରଣ କରିବାକୁ ଚାହାଁନ୍ତି, ତେବେ ସେହି ବ୍ୟକ୍ତିଙ୍କ ଆକାଉଣ୍ଟରେ ପୂର୍ବ ପରି ୧୦୦୦ ରୁ ଅଧିକ ସବସ୍କ୍ରାଇବର୍ ରହିବା ଉଚିତ। ସବସ୍କ୍ରାଇବର ସର୍ତ୍ତ ପୂରଣ କରିବା ବ୍ୟତୀତ, ୯୦ ଦିନରେ ଭିଡିଓରେ ୪୦୦୦ ଘଣ୍ଟା ଦେଖିବା କିମ୍ବା ୧ କୋଟି ସର୍ଟ ଭ୍ୟୁ ହେବା ଉଚିତ। ଏସବୁ ଉପରେ, ୟୁଟ୍ୟୁବରର ଏବେ ଆଉ ଏକ ସର୍ତ୍ତ ଅଛି ଏବଂ ତାହା ହେଉଛି ଆପଣଙ୍କର ବିଷୟବସ୍ତୁ ମଧ୍ୟ ମୌଳିକ ଏବଂ ପ୍ରାମାଣିକ ହେବା ଉଚିତ।ପ୍ରକାଶ ଥାଉକି, ୟୁଟ୍ୟୁବ୍ ଭାରତର କ୍ରିଏଟର ଅର୍ଥନୀତିରେ ଗତ ୩ ବର୍ଷ ଧରି ୨୧୦ ବିଲିଅନ ବା ୨୧,୦୦୦ କୋଟି ଟଙ୍କା ନିବେଶ କରିଛି । ତେବେ ଆଗାମୀ ୨ ବର୍ଷ ମଧ୍ୟରେ ଆଉ ୮୫୦ କୋଟି ଟଙ୍କା ନିବେଶ କରିବ । ଏନେଇ ନିକଟରେ ମୁମ୍ବାଇରେ ଆୟୋଜିତ ବିଶ୍ବ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ ୨୦୨୫ରେ ଯୋଗଦେଇ ଗୁଗଲ୍‌ ମାଲିକାନାରେ ଥିବା ୟୁଟ୍ୟୁବର ସିଇଓ ନିଲ ମୋହନ ଘୋଷଣା କରିଥିଲେ। ୟୁଟ୍ୟୁବର ଏହି ବଡ଼ ପଦକ୍ଷେପ ନେବା ପଛରେ ଉଦ୍ଦେଶ୍ୟ ହେଉଛି ଏଆଇ ଏବଂ ସ୍ପାମ୍ ବିଷୟବସ୍ତୁର ସଂଖ୍ୟା ହ୍ରାସ କରିବା ଏବଂ ମୌଳିକ ବିଷୟବସ୍ତୁ ଉପରେ ଲୋକଙ୍କ ଧ୍ୟାନ ବୃଦ୍ଧି କରିବା।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.