ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବିଦା ହେବେ ବରିଷ୍ଠ,୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଟିସିଏସ୍

Published By : Ankita S | July 28, 2025 8:21 AM

ନୂଆଦିଲ୍ଲୀ,୨୮/୦୭: ଦେଶର ସର୍ବବୃହତ୍ତ ଆଇଟି କମ୍ପାନି ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ (ଟିସିଏସ୍‌) ଏହାର କର୍ମଚାରୀ ସଂଖ୍ୟାରେ ହ୍ରାସ ଘଟାଇବାକୁ ନିଷ୍ପତ୍ତି ନେଇଛି । କମ୍ପାନୀ ଏହାର କର୍ମଚାରୀ ସଂଖ୍ୟାରେ ପ୍ରାୟ ୨ ପ୍ରତିଶତ ଛଟେଇ କରିବ । ଆଗାମୀ ବର୍ଷ ମଧ୍ୟରେ ପ୍ରାୟ ମଧ୍ୟମ ଏବଂ ବରିଷ୍ଠ ସ୍ତରରେ ଥିଲା ୧୨ ହଜାରରୁ ଅଧିକ କର୍ମଚାରୀଙ୍କୁ କମ୍ପାନି ଛଟେଇ କରିବ ବୋଲି କହିଛି ।

ଯୁଦ୍ଧ ଯୋଗୁ ବିଶ୍ୱ ବଜାରର ଅନିଶ୍ଚିତତା ସ୍ଥିତି ଏବଂ ଏଆଇ ଭିତ୍ତିକ ଟେକ୍ନୋଲୋଜି ଯୋଗୁ ବଜାର ଚାହିଦା ପ୍ରଭାବିତ ହୋଇଛି । ଏଭଳି ଗୁରୁତ୍ୱପୂର୍ଣ୍ଣ ଦିଗକୁ ନଜରରେ ରଖି କମ୍ପାନି ଛଟେଇ ନିଷ୍ପତ୍ତି ନେଇଥିବା କୁହାଯାଇଛି । ଜୁନ ଶେଷ ସୁଦ୍ଧା ଟିସିଏସ୍‌ରେ ୬.୧୩ ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି ।ଏହାର ମୋଟ୍‌ ଶ୍ରମଶକ୍ତିର ୨% ବା ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବ ।  କମ୍ପାନି ସାରା ବିଶ୍ୱରେ ଥିବା ଏହାର ବିଭିନ୍ନ କାର୍ଯ୍ୟାଳୟରୁ ମଧ୍ୟମ ଏବଂ ବରିଷ୍ଟ ଗ୍ରେଡ୍‌ରୁ ଏହି ଛଟେଇ କରିବ । ତେବେ ଏହା ସେବା ଯୋଗାଣକୁ ପ୍ରଭାବିତ କରିବନି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଏକ ସାକ୍ଷତକାରରେ ସୂଚନା ଦେଇ ଟିସିଏସ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କେ. କୃତିବାସନ୍‌ କହିଛନ୍ତି, ଟେକ୍ନୋଲୋଜି ଦ୍ରୁତ ପରିବର୍ତ୍ତନକୁ ନଜରରେ ରଖି ଟିସିଏସ୍‌କୁ ଅଧିକ ସ୍ମାର୍ଟ ଓ ଭବିଷ୍ୟତକୁ ଆଖି ଆଗରେ ରଖି କାମ କରିବାକୁ ପଡ଼ିବ । କମ୍ପାନି ବ୍ୟାପକ ରଣନୀତିରେ ଏହା ଅଂଶ ବୋଲି କୃତିବାସନ କହିଛନ୍ତି ।

ଜୁନିୟର ସ୍ତରରେ ଛଟେଇ ହେବ ନାହିଁ ବୋଲି ସିଇଓ କହିଛନ୍ତି । ଭବିଷ୍ୟତରେ ଦକ୍ଷତା ହାସଲ କରିବାକୁ କମ୍ପାନିମାନେ ଏପରି କରୁଛନ୍ତି । ପ୍ରଭାବିତ କର୍ମଚାରୀଙ୍କୁ ଟ୍ରାଞ୍ଜିସନ ସମୟରେ ସବୁ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯିବ । ନୋଟିସ୍‌ ପରିୟଡରେ କର୍ମଚାରୀ ମାନେ ପେମେଣ୍ଟ, ଅତିରିକ୍ତ ପ୍ୟାକେଜ, ଆଉଟ୍‌ପ୍ଲେସମେଣ୍ଟ ଏବଂ ବର୍ଦ୍ଧିତ ବୀମା ସୁବିଧା ପ୍ରଦାନ କରିବ ବୋଲି କମ୍ପାନି ସ୍ପଷ୍ଟ କରିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.