ପ୍ରମୂଖ ଖବର
  • ଭାରତକୁ ହରାଇ ଭାରତ ଚାମ୍ପିଅନ; ଚେସ୍ ବିଶ୍ବକପରେ ଇତିହାସ, ଦିବ୍ୟା ଦେଶମୁଖ ଜିତିଲେ ଟାଇଟଲ୍
  • ||
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଖୁବଶୀଘ୍ର ବିଜେପି ରାଜ୍ୟ କମିଟି: ୧୦ ଉପସଭାପତି, ୪ ସାଧାରଣ ସଂପାଦକ, ୧୦ ସଂପାଦକ ଓ ଜଣେ କୋଷାଧ୍ୟକ୍ଷ ରହିବେ

Published By : Prameya | July 28, 2025 11:26 AM

ଭୁବନେଶ୍ୱର,୨୮/୦୭: ଖୁବଶୀଘ୍ର  ଘୋଷଣା ହେବ ବିଜେପି ରାଜ୍ୟ କମିଟି ।  କମିଟିରେ ୧୦ ଜଣ ଉପସଭାପତି, ୪  ଜଣ ସାଧାରଣ ସଂପାଦକ, ଜଣେ ସାଧାରଣ  ସଂପାଦକ (ସଂଗଠନ), ୧୦ ଜଣ ସଂପାଦକ  ଓ ଜଣେ କୋଷାଧ୍ୟକ୍ଷ ରହିବେ ବୋଲି ବିଶ୍ୱସ୍ତ  ସୂତ୍ରରୁ ସୂଚନା ମିଳିଛି । କମିଟି ଯେ କୌଣସି  ମୁହୁର୍ତ୍ତରେ ଘୋଷଣା ହୋଇପାରେ । ଦୁଇ  ଦିନ ହେବ ବିଜେପି ରାଜ୍ୟ କାର୍ଯ୍ୟାଳୟରେ  ମାରାଥନ୍‌ ବୈଠକରୁ ଏହା ବାରି ହେଉଛି । 

ଶନିବାର ରାତି ୨ଟା ପର୍ଯ୍ୟନ୍ତ ବୈଠକ  ଚାଲିଥିବା ବେଳେ ରବିବାର ବି ଲମ୍ୱା ସମୟ  ଧରି ବୈଠକ ଚାଲିଥିଲା । ପରେ ବିଜେପି  ରାଜ୍ୟ ସଭାପତି ମନମୋହନ ସାମଲ,  ବିଜେପିର ରାଜ୍ୟ ପ୍ରଭାରୀ ବିଜୟ ପାଲ  ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି  ପ୍ରମୁଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ  ବାସଭବନରେ ପହଞ୍ଚିଥିଲେ । ସେଠାରେ  ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ  ହୋଇଥିବା ସୂଚନା ମିଳିଥିଲା । ବୈଠକରେ ବହୁ ବରିଷ୍ଠ ମନ୍ତ୍ରୀ ସାମିଲ ହୋଇଥିଲେ । 

ତେବେ କିଛି ଦଳୀୟ ନେତାଙ୍କ କହିବା  ଅନୁସାରେ ପ୍ରଥମେ ରାଜ୍ୟ ବିଜେପିର ନୂଆ ଟିମ୍‌ ଘୋଷଣା କରାଯିବ । ଏଥିରେ ୨୫  ପ୍ରତିଶତ ନୂଆ ମୁହଁ ଓ ୩୩ ପ୍ରତିଶତ ମହିଳା  ସ୍ଥାନ ପାଇବେ । ପରବର୍ତ୍ତୀ ପର୍ଯ୍ୟାୟରେ କିଛି  ବୋର୍ଡ ଓ ନିଗମର ଅଧ୍ୟକ୍ଷ ପଦ ଘୋଷଣା  କରାଯିବ । ସରକାରୀ ଓକିଲଙ୍କ ତାଲିକା ବି  ଜାରି ହେବ । କମିଶନ ପଦବି ବି ପୂରଣ  ହେବ । ଶେଷରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ  ହେବ । ତେବେ ଯେହେତୁ ବୈଠକ  ହେଉଥିଲା ତେଣୁ ସମସ୍ତ ପ୍ରସଙ୍ଗରେ  ଆଲୋଚନା ହୋଇଛି । ରାଜ୍ୟ କାର୍ଯ୍ୟକାରିଣୀ  ଗଠନ ବାବଦରେ ଚର୍ଚ୍ଚା ହୋଇଛି । ସଙ୍ଗଠନ  ପର୍ବରେ ଜିଲ୍ଲା, ମଣ୍ଡଳ ଓ ପ୍ରଦେଶ ରହିଛି ।  ତେଣୁ ପ୍ରାୟ ସମସ୍ତ ପ୍ରସଙ୍ଗ ଅନ୍ତିମ  ପର୍ଯ୍ୟାୟରେ ପହଞ୍ଚିଲାଣି । ଶୀଘ୍ର ଘୋଷଣା  ହେବ ବୋଲି ଓଡ଼ିଶା ବିଜେପିର ସହପ୍ରଭାରୀ  ଲତା ସୂଚନା ଦେଇଛନ୍ତି ।  

ସେହିପରି ବିଜେପିର ରାଜ୍ୟ ପ୍ରଭାରୀ  ବିଜୟ ପାଲ ସିଂ ତୋମାର କହିଛନ୍ତି, ସମସ୍ତଙ୍କ  ସହ ବାରମ୍ବାର ଆଲୋଚନା ଓ ବିଚାରବିମର୍ଷ  କରାଯାଉଛି । ତେବେ ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି  ହେବ । ଆମେ ମଧ୍ୟ ସେ ଦିଗରେ ଚେଷ୍ଟା ଜାରି  ରଖିଛୁ ବୋଲି ଶ୍ରୀ ତୋମାର କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.