ପ୍ରମୂଖ ଖବର
  • ସାକ୍ଷୀଗୋପାଳ ମାଳତିପାଟପୁର ଷ୍ଟେସନ ନିକଟରେ ପୁରୀ-ବଦ୍ରୀନାଥ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଟ୍ରାକ୍ଟର ଚୁରମାର
  • ||
  • ଭାରତକୁ ହରାଇ ଭାରତ ଚାମ୍ପିଅନ; ଚେସ୍ ବିଶ୍ବକପରେ ଇତିହାସ, ଦିବ୍ୟା ଦେଶମୁଖ ଜିତିଲେ ଟାଇଟଲ୍
  • ||
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ

Published By : Prameya | July 28, 2025 1:33 PM

ରାଜନଗର,୨୮/୦୭:  ରାଜନଗର ବ୍ଲକ୍‌ ଡାଙ୍ଗମାଳସ୍ଥିତ ସରକାରୀ ନାଗା ନାରାୟଣ  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରସିକିଆ ବିଜ୍ଞାନ ଶିକ୍ଷକ ଅମର  ପ୍ରସାଦ ମଲ୍ଲିକ ସ୍କୁଲର ସପ୍ତମ  ଓ ନବମ ଶ୍ରେଣୀର ଏକାଧିକ  ଛାତ୍ରୀଙ୍କୁ ଅସଦାଚରଣ କରିଥିବା  ନେଇ ଅଭିଭାବକମାନେ ପ୍ରଧାନ ଶିକ୍ଷକଙ୍କ ନିକଟରେ ଅଭିଯୋଗ  କରିଥିଲେ । ଏହି ଘଟଣାରେ ପ୍ରଧାନ ଶିକ୍ଷକ ମାନସ ରଂଜନ  ମିଶ୍ର ହସ୍ତକ୍ଷେପ କରି ତାଳଚୁଆ  ସାମୁଦ୍ରିକ ଥାନାରେ ଶିକ୍ଷକ ଅମରଙ୍କ  ବିରୋଧରେ ଅଭିଯୋଗ କରିଥିଲେ ।  

ଅଭିଯୋଗ ଆଧାରରେ ପୁଲିସ  ଧାରା ୧୨୬(୨୦), ୧୧୫(୨),  ୭୪, ୭୯ (ବିଏନ୍‌ଏସ), ୧୨  ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ କରି ଶ୍ରୀ ମଲ୍ଲିକଙ୍କୁ ଥାନାରେ ଅଟକ  ରଖି ପଚରାଉଚରା କରିଥିଲା । ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ  ଡାକ୍ତରୀ ମାଇନା କରାଇବା ପରେ କେନ୍ଦ୍ରାପଡ଼ା ପୋକ୍‌ସୋ କୋର୍ଟକୁ  ତାଙ୍କୁ ଚାଲାଣ କରାଯାଇ ପରେ ଜେଲ୍‌  ପଠାଯାଇଥିବା ଆଇଆଇସି ବିମଳ  କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।  ଶ୍ରୀ ମଲ୍ଲିକଙ୍କୁ ନିଲମ୍ବନ କରାଯାଇଥିବା  କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ  ପବିତ୍ର ମୋହନ ବାରିକ କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.