ପ୍ରମୂଖ ଖବର
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

‘ବର୍ଡର୍‌-୨’ର ନୂଆ ନାୟିକା ମେଧା ରାଣା, ବରୁଣ ଧୱନଙ୍କ ସହ କରିବେ ସ୍କ୍ରିନ୍‌ ସେୟାର୍‌

Published By : Krishna Priya | July 29, 2025 8:52 AM

ନୂଆଦିଲ୍ଲୀ ୨୯/୦୭: ‘ବର୍ଡର୍‌-୨’ ନିର୍ମାତା ଫିଲ୍ମର ଷ୍ଟାର୍‌ କାଷ୍ଟ୍‌ରେ ଜଣେ ନୂଆ ସଦସ୍ୟଙ୍କୁ ସାମିଲ କରିଛନ୍ତି । ସେ ହେଉଛନ୍ତି ମେଧା ରାଣା । ଫିଲ୍ମରେ ସେ ବରୁଣ ଧୱନଙ୍କ ପ୍ରେମିକା ତଥା ଫିଲ୍ମର ଅନ୍ୟତମ ଲିଡ୍‌ ଲେଡି ଭାବେ ସ୍କ୍ରିନ୍‌ ଶେୟାର କରିବେ । ଏହି ଘୋଷଣା ପରେ ୟୁଜର୍‌ ଫିଲ୍ମର ନୂଆ ମୁହଁ ମେଧା ରାଣାଙ୍କ ବିଷୟରେ ଜାଣିବାକୁ ଖୁବ୍‌ ଉତ୍ସାହିତ । ମେଧା ଫିଲ୍ମ ଜଗତରେ ଜଣେ ନୂଆ ମୁହଁ । ‘ଲଣ୍ଡନ ଫାଇଲ୍ସ’ ଶୀର୍ଷକ ଶୋ’ ଜରିଆରେ ସେ ଅଭିନୟରେ ଡେବ୍ୟୁ କରିଥିଲେ, ଯାହା ୨୦୨୨ରେ ମୁକ୍ତିଲାଭ କରିଥିଲା । ଏହି ୱେବ୍‌ ଶୋ’ରେ ଅର୍ଜୁନ ରାମପାଲ ଓ ପୂରବ କୋହଲି ମୁଖ୍ୟ ଭୂମିକାରେ ଥିଲେ । ଆର୍ମି ପୃଷ୍ଠଭୂମିରୁ ଆସିଥିବା ମେଧା ଫିଲ୍ମ ପାଇଁ ପୂରାପୂରି ଫିଟ୍‌ ହେବେ ବୋଲି ଭାବି ‘ବର୍ଡର୍‌-୨’ ନିର୍ମାତା ବୋଧହୁଏ ତାଙ୍କୁ କାଷ୍ଟ୍‌ କରିଛନ୍ତି । 

ବେଙ୍ଗାଲୁରୁ ଜନ୍ମିତ ମେଧା ଗୁଡ଼ଗାଓଁରେ ବଡ଼ ହୋଇଛନ୍ତି । ୧୬ ବର୍ଷ ବୟସରେ ସେ ମଡେଲିଂ ଆରମ୍ଭ କରିଥିଲେ । ଅଭିନେତ୍ରୀ ହେବା ତାଙ୍କର ଏକମାତ୍ର ସ୍ୱପ୍ନ ଥିଲା । ଫିଲ୍ମରେ ଭୂମିକା ପାଇବା ପୂର୍ବରୁ ଅନେକ ଟିଭି ବିଜ୍ଞାପନରେ ସେ କାମ କରିଥିଲେ । ସେତିକି ନୁହେଁ, ‘ଗୁଲ୍‌ ଓ ‘ବରସାତ୍‌’ ଭଳି ମ୍ୟୁଜିକ୍‌ ଭିଡିଓରେ ମଧ୍ୟ ଦେଖିବାକୁ ମିଳିଛନ୍ତି । ବାବିଲ ଖାନ୍‌ ଷ୍ଟାରର୍‌ ‘ଫ୍ରାଇଡେ ନାଇଟ୍‌ ପ୍ଲାନ୍‌’ରେ ସେ କାମ କରିଛନ୍ତି । ‘ଇଶ୍କ ଇନ୍‌ ଦ ଏୟାର୍‌’ରେ ଶାନ୍ତନୁ ମାହେଶ୍ୱରୀଙ୍କ ଅପୋଜିଟ୍‌ରେ ମଧ୍ୟ ସେ ଅଭିନୟ କରିଛନ୍ତି । ଆସନ୍ତା ବର୍ଷ ଜାନୁଆରୀ ୨୩ରେ ମୁକ୍ତିଲାଭ କରିବ ‘ବର୍ଡର୍‌-୨’ । ଅନୁରାଗ ସିଂହଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଦିଲଜିତ ଦୋସାଂଝ ଓ ଆହାନ ଶେଟ୍ଟୀ ମଧ୍ୟ ଅଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.