ଖଲ୍ଲିକୋଟ, ୫।୬: ଖଲ୍ଲିକୋଟ ବ୍ଲକ ତଥା କୋଦଳା ଥାନା ଅନ୍ତର୍ଗତ ନାଇକାଣୀପଲ୍ଲୀ ଏକ ଅଭାବନୀୟ ଘଟଣା । ବୁଧବାର ବିଳମ୍ବିତ ରାତିରେ ଗାଁ ରାସ୍ତାରେ ନାତି ମାଡ଼ରେ ଜେଜେ ମା’ର ମୃତ୍ୟୁ ହୋଇଛି । ମୃତ ବୃଦ୍ଧା ଜଣଙ୍କ ନାଇକାଣୀପଲ୍ଲୀ ଗ୍ରାମର ଅନି ସ୍ୱାଇଁ ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ପାରିବାରିକ କଳହକୁ କେନ୍ଦ୍ର କରି ବୃଦ୍ଧା ଅନି ସ୍ୱାଇଁଙ୍କୁ ନିଜ ନାତି ଚିତ୍ରସେନ ସ୍ୱାଇଁ ଘରୁ ଟାଣି ଆଣି ରାସ୍ତାରେ ମାଡ଼ ମାରିଥିଲା । ଯାହା ଫଳରେ ରାସ୍ତା ଉପରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଖବର ପାଇ କୋଦଳା ପୁଲିସ ଗାଁରେ ପହଞ୍ଚି ଶବକୁ ଜବତ କରି କୋଦଳା ମେଡିକାଲକୁ ପଠାଇବା ସହ ନାତି ଚିତ୍ରସେନକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।