ମୁମ୍ବାଇ ୦୬/୦୬: ‘ଆଁଖୋ କି ଗୁସ୍ତାଖିୟାଁ’ ଜରିଆରେ ବଲିଉଡ୍ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଶନାୟା କପୁର । ଏହି ରୋମାଣ୍ଟିକ୍ ମ୍ୟୁଜିକାଲ ଡ୍ରାମାର ଟିଜର୍ ଗୁରୁବାର ରିଲିଜ୍ ହୋଇଛି । ପ୍ରେମ, ନିରବତା ଓ ଭାବପୂର୍ଣ୍ଣ ସମ୍ପର୍କକୁ ପରଦାରେ ବର୍ଣ୍ଣନା କରିବାକୁ ଯାଉଥିବା ଏହି ଫିଲ୍ମରେ ଶନାୟାଙ୍କ ଅପୋଜିଟ୍ରେ ନଜର ଆସିବେ ବିକ୍ରାନ୍ତ ମେସି । ଦୁଇଜଣ ଅପିରିଚିତଙ୍କ ମଧ୍ୟରେ ଏକ ଗଭୀର ଭାବପୂର୍ଣ୍ଣ ବନ୍ଧନ ଆରମ୍ଭ ହୋଇଥିବା ଟିଜର୍ରେ ଦେଖିବାକୁ ମିଳିଛି । ଶନାୟାଙ୍କ ମା’ ମହୀପ କପୁର ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍ରେ ଫିଲ୍ମର ଟିଜର୍ ଶେୟାର କରିଛନ୍ତି ।
ବଲିଉଡ୍ ଡେବ୍ୟୁ ସହିତ ଶନାୟା ଖୁବ୍ଶୀଘ୍ର ଆଗକୁ ବଢୁଛନ୍ତି । ବିଜୟ ନାମ୍ବିୟାରଙ୍କ ଅପ୍କମିଙ୍ଗ ପ୍ରୋଜେକ୍ଟ ‘ତୁ ୟା ମେଁ’ରେ ସେ ନଜର ଆସିବେ । ତାଙ୍କ ସହ ସ୍କ୍ରିନ୍ ଶେୟାର କରିଛନ୍ତି ଆଦର୍ଶ ଗୌରବ । ଟିଜର୍ ଜରିଆରେ ନିକଟରେ ଫିଲ୍ମର ଘୋଷଣା ହୋଇଥିଲା, ଯାହାକୁ ଇଣ୍ଟର୍ନେଟ ୟୁଜର୍ ପସନ୍ଦ କରିଛନ୍ତି । ଅନ୍ୟପକ୍ଷେ, ବିକ୍ରାନ୍ତ ମେସିଙ୍କ ହାତରେ ମଧ୍ୟ ଏକାଧିକ ପ୍ରୋଜେକ୍ଟ ରହିଛି । ସେ ଏକ ବାୟୋପିକ୍ରେ ନଜର ଆସିବେ । ଏଥିରେ ସେ ଧର୍ମଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଭୂମିକା ନିର୍ବାହ କରିବେ । ରାଜକୁମାର ହିରାନିଙ୍କ ଅପ୍କମିଙ୍ଗ ୱେବ୍ ସିରିଜ୍ରେ ମଧ୍ୟ ତାଙ୍କୁ କାଷ୍ଟ୍ କରାଯାଇଛି । ସେତିକି ନୁହେଁ, ଫରହାନ ଅଖ୍ତରଙ୍କ ‘ଡନ୍-୩’ ପାଇଁ ମଧ୍ୟ ତାଙ୍କ ସହ ଆଲୋଚନା ଚାଲିଛି ।