ମୁମ୍ବାଇ,୩୧/୦୫: ମନୋରଞ୍ଜନ ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ଏମି ଆଓ୍ବାର୍ଡ଼ରେ ସମ୍ମାନିତ ଅଭିନେତ୍ରୀ ଲୋଟେରା ସ୍ୱିଫ୍ଟଙ୍କ ହୋଇଛି ଦେହାନ୍ତ। ସେ ୮୭ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। କ୍ଲାସିକ୍ ଆମେରିକୀୟ କମେଡି ଶୋ' MASHରେ ମେଜର ମାଗରିଟ 'ହଟ୍ ଲିପ୍ସ' ହୌଲିହାନ ଭାବରେ ଜଣାଶୁଣା ଲୋଟେରା ସ୍ୱିଫ୍ଟଙ୍କ ମୃତ୍ୟୁ ପ୍ରାକୃତିକ କାରଣ ଯୋଗୁଁ ହୋଇଥିବା ବିଶ୍ୱାସ କରାଯାଏ।
ଅଭିନେତ୍ରୀ ଲୋଟେରା ସ୍ୱିଫ୍ଟ ନ୍ୟୁୟର୍କ ସିଟିରେ ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତ୍ରୀ ଲୋଟେରା ସ୍ୱିଫ୍ଟ ତାଙ୍କ କ୍ୟାରିଅରରେ ଅନେକ ଭଲ ଶୋ କରିଛନ୍ତି । ଏହା ବ୍ୟତୀତ ସେ ଆଲାନ୍ ଆଲଡାଙ୍କ ସହିତ MASH ରେ ତାଙ୍କର ଭୂମିକା ପାଇଁ ଲୋକପ୍ରିୟ ହୋଇଥିଲେ। ଏହି କାର୍ଯ୍ୟକ୍ରମଟି ୧୯୭୨ ରୁ ୧୯୮୩ ପର୍ଯ୍ୟନ୍ତ ଟିଭିରେ ପ୍ରସାରିତ ହୋଇଥିଲା। ୧୯୭୨-୧୯୮୩ ପର୍ଯ୍ୟନ୍ତ ଚାଲିଥିବା ଶୋ' MASH ପାଇଁ ଲୋଟେରା ସ୍ୱିଟ୍ ଦୁଇଟି ଶ୍ରେଷ୍ଠ ସହ-ଅଭିନେତ୍ରୀ ଏମି ପୁରସ୍କାର ଏବଂ ୧୦ଟି ଅନ୍ୟ ନାମାଙ୍କନ ପାଇଥିଲେ। ଏହି ଶୋ’ରେ ସେ ମେଜର ମାର୍ଗାରେଟ 'ହଟ୍ ଲିପ୍ସ' ହୌଲିହାନ ଭୂମିକାରେ ଅଭିନୟ କରିଥିଲେ। ତାଙ୍କୁ ଜଣେ କାମୁକ, କଠୋର କିନ୍ତୁ ଦୁର୍ବଳ ଦେଶପ୍ରେମୀ ନର୍ସ ଭୂମିକାରେ ଦେଖିବାକୁ ମିଳିଥିଲା। ତାଙ୍କ ଚରିତ୍ରକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ଏହି କାରଣରୁ ସେ ସବୁଦିନ ପାଇଁ ସ୍ମରଣୀୟ ହୋଇଗଲେ।