ପ୍ରମୂଖ ଖବର
  • ବରଗଡ : ବଜ୍ରପାତରେ ଚାଲିଗଲା୨ ମହିଳାଙ୍କ ଜୀବନ
  • ||
  • ଢେଙ୍କାନାଳ : ମଶାଣିରୁ ଝୁଲନ୍ତା ମୃତଦେହ ଠାବ, ପରିଚୟ ଅସ୍ପଷ୍ଟ
  • ||
  • ରାଉରକେଲା : ବିସ୍ଫୋରକ ଲୁଟି ସରଣ୍ଡା ଜଙ୍ଗଲକୁ ନେଇଛନ୍ତି ମାଓବାଦୀ, ପ୍ରାଥମିକ ତଦନ୍ତରୁ ଖୁଲାସା
  • ||
  • ଝାରସୁଗୁଡ଼ା : ସ୍କୁଟିକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଚାଲିଗଲା ୨ ଜୀବନ
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେବା ଭିଡିଓ ଭାଇରାଲ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ
  • ||
  • କେନ୍ଦୁଝର : ସାପ କାମୁଡାରେ ଯୁବକ ମୃତ
  • ||
  • ପୁରୀ: ନିଶାସକ୍ତ ପୁଅର ନୃଶଂସ କାଣ୍ଡ, ଗାଁ ଦାଣ୍ଡରେ ମା'କୁ କୋଦାଳରେ ହାଣି ମାରିଲା ପୁଅ
  • ||
  • ଗଜପତି: ହୋମଗାର୍ଡ ଇଣ୍ଟରଭ୍ୟୁ ଦେବାକୁ ଆସି ଯୁବକ ମୃତ
  • ||
  • ଲକ୍ଷପତି ଦିଦି ସମ୍ମିଳନୀ-୨୦୨୫: ଆଜି ଏକାଠି ହେବେ ୨୫ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ଲକ୍ଷପତି ଦିଦି
  • ||
  • IPL 2025: ଆଜି ପଞ୍ଜାବ- ବେଙ୍ଗାଲୁରୁ ପ୍ରଥମ କ୍ୱାଲିଫାୟର, ଜିତିଲେ ଫାଇନାଲ ଟିକେଟ୍
  • ||
  • ଗଞ୍ଜାମ : ଟ୍ରକ୍‌କୁ ପିଟିଲା ଯାତ୍ରୀବାହୀ ବସ୍‌, ୨୦ ଆହତ
  • ||
  • ଓଡ଼ିଶାରେ ମୌସୁମୀ ବାୟୁ: ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା,୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଓଡ଼ିଆ ସିନେମାକୁ ଆଉ ଏକ ଭେଟି, ନିର୍ମାଣ ହେବ ନୂଆ ସିନେମା ‘ମଧୁ ବାରିଷ୍ଟର’

Published By : Rasmita Pradhan | May 28, 2025 12:12 PM

ଭୁବନେଶ୍ୱର,୨୮/୦୫ : ଓଡ଼ିଆ ସିନେମା ନିର୍ମାଣ କ୍ଷେତ୍ରରେ ରମେଶ ବାରିକଙ୍କ ଆଉ ଗୋଟିଏ ଭେଟି । ଆର୍‌ଆର୍‌ ଇଭେଣ୍ଟସ୍‌ ଆଣ୍ଡ୍‌ ସିନେ ପ୍ରଡକ୍ସନ୍‌ ଆନୁକୂଲ୍ୟରେ ୨୬ଟି ସଫଳ ଚଳଚ୍ଚିତ୍ର ପ୍ରସ୍ତୁତି ପରେ ଶ୍ରୀ ବାରିକ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୀବନୀ ଆଧାରିତ ଏକ ଚଳଚ୍ଚିତ୍ର ‘ମଧୁ ବାରିଷ୍ଟର ଓଡ଼ିଆ ଜାତିର କର୍ଣ୍ଣଧାର’ ପ୍ରସ୍ତୁତ କରିବାକୁ ଘୋଷଣା କରିଛନ୍ତି। ସ୍ୱତନ୍ତ୍ର ଓଡ଼ିଶା ପାଇଁ ମଧୁବାବୁଙ୍କ ଅବିସ୍ମରଣୀୟ ଅବଦାନକୁ ଓଡ଼ିଶାର ଜନମାନସ କେବେ ଭୁଲିପାରିବ ନାହିଁ। 

ଏହି ଚଳଚ୍ଚିତ୍ରରେ ମଧୁବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଓ ଉତ୍ସର୍ଗ ଅତୁଟ ସ୍ମୃତି ଭାବେ ରହିବ । ବର୍ତ୍ତମାନ ଯେଉଁ ସ୍ଥିତିରେ ଓଡ଼ିଆ ସିନେମା ଗତି କରୁଛି ସେ ମଧ୍ୟରେ ନୂତନ ଧାରାରେ ଚଳଚ୍ଚିତ୍ର ତିଆରି କରିବା ପ୍ରତି ଶ୍ରୀ ବାରିକଙ୍କ ଅଦମ୍ୟ ଉତ୍ସାହ ଓ ସାହସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ‘ମଧୁ ବାରିଷ୍ଟର’ର କାହାଣୀ ପ୍ରିୟବ୍ରତ ପଣ୍ଡା ଲେଖିଥିବା ବେଳେ ନିର୍ଦ୍ଦେଶନା ଦେବେ ମୃତ୍ୟୁଞ୍ଜୟ ସାହୁ । କିନ୍ତୁ ମୁଖ୍ୟ ଚରିତ୍ର ଏ ପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ପୂର୍ବରୁ ବହିରେ, ନାଟ୍ୟ ମଞ୍ଚରେ ଏବଂ ପରଦାରେ ବିଭିନ୍ନ ଚରିତ୍ରରେ ମଧୁବାବୁଙ୍କୁ ଦେଖିଥିବା ଦର୍ଶକ, ଏଥର ବଡ଼ ପରଦାରେ ତାଙ୍କ ଜୀବନୀକୁ ଦେଖିବାର ସୁଯୋଗ ପାଇବେ । ଯାହା ଏଯାବତ ଓଡ଼ିଆ ସିନେ ଇତିହାସରେ ଘଟିନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.